Posted inଫୁରସତ

୪୨ବର୍ଷ ପରେ ଠିକଣାରେ ପହଞ୍ଚିଲା ଚିଠି, ରହସ୍ୟ ହୋଇଗଲେ ପ୍ରେରକ

ଡିଜିଟାଲ ମେସେଜ ଯୁଗରେ ଆମେ ପହଞ୍ଚି ସାରିଛୁ। କିନ୍ତୁ ସମୟ ଏପରି ଥିଲା ଯେଉଁଠି ଚିଠିର ବହୁଳ ବ୍ୟବହାର ହେଉଥିଲା। ଚିଠିଟିଏ ପାଇବା ପାଇଁ ଲୋକମାନେ ଦୀର୍ଘଦିନ ଧରି ଅପେକ୍ଷା କରି ରହୁଥିଲେ। ଆଉ ସେପଟୁ ପ୍ରତି ଉତ୍ତର ପାଇବା ପାଇଁ ମଧ୍ୟ ଲୋକଙ୍କୁ ଚିଠି ଉପରେ ଭରସା କରିବାକୁ ପଡୁଥିଲା। ସେତେବେଳେ ଡାକବାଲ ଥିଲା ଅତି ଆପଣାର ଭରସାଯୋଗ୍ୟ ଲୋକ। ତା’ ସାଇକେଲର ଘଣ୍ଟି ବାଜିବେ ମାତ୍ରେ ଅତି ପ୍ରିୟ ଲୋକର ଚିଠି ଆସିଛି ବୋଲି ମନ ଧଡପଗଡ ହେଉଥିଲା। ଚିଠି ପାଇବା ପାଇବା ପାଇଁ ଲୋକେ ସପ୍ତାହେ ସପ୍ତାହେ ଧରି ଅପେକ୍ଷା କରି ରହୁଥିଲେ। ଟିକେ ଡେରି ହେଲେ ଡାକବାଲାକୁ ବାରବାର ପ୍ରିୟ ଲୋକର ଚିଠି ବିଷୟରେ ପଚାରି ବୁଝୁଥିଲେ। କିନ୍ତୁ ନିକଟରେ ଏପରି ଏକ ଚିଠି ମିଳିଛି ଯାହା ୪୨ବର୍ଷ ପରେ ତା’ ଠିକଣା ଲୋକଟି ପାଖରେ ପହଞ୍ଚିଛି।ଆସନ୍ତୁ ଜାଣିବା ଏହି ରହସ୍ୟ ଚିଠିଟି ବିଷୟରେ।

ଇଂଲଣ୍ଡର କ୍ୟାଣ୍ଟେରବେରୀ ନିକଟ ୱେଷ୍ଟଗେଟ ସ୍ଥିତ ରହୁଥିବା ସାମନ୍ଥା ଓ୍ବିଲିୟମଙ୍କୁ ୪୨ବର୍ଷ ପରେ ଏକ ଚିଠି ମିଳିଛି। ଯାହାର ପ୍ରେରକ ଏବେ ରହସ୍ୟ ପାଲଟିଛନ୍ତି। କାରଣ ସାମନ୍ଥାଙ୍କୁ ଏହି ଚିଠି ପଠାଯାଇନାହିଁ। ଚିଠି ପଠାଇଥିବା ପ୍ରେରକ ଓ ଗ୍ରାହକ ଏବେ ଅଛନ୍ତି କି ନାହାନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଚିଠି ଲେଖିଥିବା ପ୍ରେରକ ଜଣକ ହେଲେ ଅଷ୍ଟ୍ରେଲିଆ ନିବାସୀ ଗୈର। ସେ ୧୯୮୧ ଅଗଷ୍ଟ ୨୭ରେ ଏହି ଠିକଣାରେ ଏକ ଚିଠି ପଠାଇଥିଲେ।

ଷ୍ଟିଭ ପ୍ୟାଜେଟଙ୍କ ନାମରେ ଏହି ପୋଷ୍ଟକାର୍ଡ ପଠାଯାଇଥିଲା। ୧୯୮୦ଦଶକରେ ଷ୍ଟିଭ ପରିବାର ଏଠାରେ ରହୁଥିବା ସାମନ୍ଥା ଅନୁମାନ କରୁଛନ୍ତି। ଚିଠିରେ ୩୫ଟି ସେଣ୍ଟର ଡାକ ଟିକେଟ ଲଗାଯାଇଛି। ଏତେବର୍ଷ ପରେ ମିଳିଥିବା ଚିଠିରେ କଣ ଲେଖାଯାଇଛି ତାହା ପଢି ହେଉନାହିଁ ବୋଲି ସାମନ୍ଥା କହିଛନ୍ତି। ତେବେ ଏହି ଚିଠି ଏତେବର୍ଷ ପରେ ଆସିଛି ନା ତାକୁ କିଏ ପୋଷ୍ଟବାକ୍ସରେ ଆଉଥରେ କିଏ ପକାଇ ଦେଇଛି ତାହା ଜାଣିବା ସନ୍ଦେହ ଘେରରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri