୩୫ ଦିନ ପରେ ବିଏଲଏଫ୍‌ ପ୍ରକୋଷ୍ଠରୁ ଖୋଲିଲା ତାଲା

ଡେରାବିଶ,୯।୭(ବେବର୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ମିଶନଶକ୍ତି ବିଭାଗ ପକ୍ଷରୁ ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କମିତ୍ର ପଦବୀ ପାଇଁ ଗତ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଥିବା ଚୟନ ପ୍ରକ୍ରିୟାକୁ ନେଇ ଗତ ୪ ମାସ ହେବ ବିବାଦ ଲାଗି ରହିଛି ା ଉକ୍ତ ବିବାଦ ଯୋଗୁ ୩୫ଦିନ ପରେ ବିଏଲ୍‌ଏଫ୍‌ ପ୍ରକୋଷ୍ଠରୁ ତାଲା ଖୋଲିବା ଓ ୧୮ ପଦବୀ ନିମନ୍ତେ ଆବଶ୍ୟକ ଡକ୍ୟୁମେଣ୍ଟ ପଠାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ା
ସୂଚନା ଅନୁଯାୟୀ, କମ୍ୟୁନିଟି ସିସୋର୍ସ ପର୍ସନ(ସିଆର୍‌ପି) ଯୋଗ୍ୟତା ପ୍ରମାଣପତ୍ରକୁ ନେଇ ବ୍ଲକ୍‌ ଲେବଲ ଫେଡେରେଶନ(ବିଏଲ୍‌ଏଫ୍‌)ର ୨ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦୀର୍ଘଦିନ ଲାଗି ରହିବା ପରେ ଗତ ଜୁନ୍‌ ୩ରେ ୧୭୦ପଦ ମଧ୍ୟରୁ ୧୫୨ ଜଣଙ୍କ ଚୁଡ଼ାନ୍ତ ନାମ ତାଲିକା ପ୍ରକାଶିତ ହୋଇଥିଲା ା ତେବେ କେତେକ ତ୍ରୁଟି ଦର୍ଶାଯାଇ ଅବଶିଷ୍ଟ ୧୮ ପଦବୀ ପାଇଁ ଥିବା ପ୍ରାର୍ଥୀଙ୍କ ଚୁଡ଼ାନ୍ତ ତାଲିକା ନିମନ୍ତେ ବିଏଲଏଫ୍‌ କେବଳ ସେମାନଙ୍କ ମାର୍କ ବିଡ଼ିଓଙ୍କ ମାଧ୍ୟମରେ ଜିଲାପାଳଙ୍କ ବିଚାର ପାଇଁ ପଠାଇଥିଲେ ା ଏହି ତାଲିକାରେ ଡକ୍ୟୁମେଣ୍ଟ ଦିଆଯାଇ ନ ଥିବାରୁ ପ୍ରାର୍ଥୀ ତାଲିକାକୁ ଚୁଡ଼ାନ୍ତ କରିବା ନେଇ ବିଳମ୍ବ ଘଟିଥିଲା ା ତେବେ ଏଥିରେ ବିରକ୍ତି ପ୍ରକାଶ କରି ଜିଲାପରିଷଦ ଉନ୍ନୟନ ଅଧିକାରୀ ବିଡ଼ିଓଙ୍କୁ ଜୁନ୍‌ ୨୭ ସୁଦ୍ଧା ସମସ୍ତ ପ୍ରାର୍ଥୀଙ୍କ ଆବେଦନ ଫର୍ମ ସହ ସଂଲଗ୍ନ ଡକୁମେଣ୍ଟ ପଠାଇବାକୁ ବିଡ଼ିଓଙ୍କୁ ଜୁନ୍‌ ୨୬ରେ ଏକ ଚିଠି ମଧ୍ୟ କରିଥିଲେ ା ଚିଠି ପାଇବା ପରେ ସେହିଦିନ ବିଡ଼ିଓ ବିଏଲଏଫ୍‌ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଡକ୍ୟୁମେଣ୍ଟ ପଠାଇବା ପାଇଁ ଚିଠି କରିଥଲେ ା ମାତ୍ର ଗତ ଜୁନ୍‌ ୩ରୁ ମିଶନଶକ୍ତି ବିଭାଗରେ ଥିବା ବିଏଲ୍‌ଏଫ୍‌ ପ୍ରକୋଷ୍ଠକୁ ତାଲା ପକାଇ ବିଏଲ୍‌ଏଫ୍‌ର ସଭାନେତ୍ରୀ ଚାବି ନିଜ ପାଖରେ ରଖିଥିବାରୁ ଡକ୍ୟୁମେଣ୍ଟ ପଠାଇବା ସମ୍ଭବ ହୋଇପାରି ନ ଥିଲା ା ତେବେ ୧୮ ପଦବୀ ପାଇଁ ଚୁଡ଼ାନ୍ତ ହୋଇପାରୁ ନ ଥିବା ପ୍ରାର୍ଥୀଙ୍କ ନାମ ତାଲିକା ଅନିଶ୍ଚିତତା ମଧ୍ୟକୁ ଚାଲିଯିବାରୁ ଗତ ଜୁଲାଇ ୪ରେ ବ୍ଲକ୍‌ ଅଧୀନ ୨୬ ପଞ୍ଚାୟତ ମଧ୍ୟରୁ ୨୨ ପଞ୍ଚାୟତର ଗ୍ରାମପଞ୍ଚାୟତ ଲେବଲ ଫେଡେରେଶନ( ଜିପିଏଲଏଫ୍‌)ର କର୍ମକର୍ତ୍ତା ଏ ବିଷୟରେ ବିଡ଼ିଓଙ୍କୁ ସାକ୍ଷାତ କରି ବିଏଲଏଫ୍‌ ପ୍ରକୋଷ୍ଠରେ ତାଲା ପଡ଼ିବା ଓ ଡକ୍ୟୁମେଣ୍ଟ ପଠାଇବାରେ ବିଳମ୍ବତାକୁ ନେଇ ପଚାରିଥିଲେ ା ତେବେ ବିଡ଼ିଓ ଦାଶରଥି ଜେନା ଏହା ମିଶନଶକ୍ତି ବ୍ଲକ୍‌ ପ୍ରେଗ୍ରାମ କୋର୍ଡିନେଟର(ବିପିସି)ଙ୍କ କାର୍ଯ୍ୟଧାରା ହୋଇଥିବାରୁ ଏ ବିଷୟରେ ସେ କିଛି କହିପାରିବେ ନାହିଁ ବୋଲି କହିଥଲେ ା ପରେ ଜିପିଏଲଏଫ୍‌ର ସମସ୍ତ କର୍ମକର୍ତ୍ତା ମିଶନଶକ୍ତି କାର୍ଯ୍ୟାଳୟକୁ ଯାଇ ବିପିସିଙ୍କୁ ଘେରାଉ କରିଥିଲେ ା ବିପିସି କୈଳାସ ଚନ୍ଦ୍ର ବାରିକ ଜୁଲାଇ ୬ ପୂର୍ବାହ୍ନ ଯାଏ ଏହାର ସମାଧାନ ପାଇଁ ସମୟ ନେଇଥିଲେ ା ତେବେ ଏ ସଂକ୍ରାନ୍ତରେ ଅନୁଷ୍ଠିତ ବୈଠକରେ ଜିପିଏଲଏଫ୍‌ର କର୍ମକର୍ତ୍ତା ଓ ବିଏଲଏଫ୍‌ର କର୍ମକର୍ତ୍ତାଙ୍କ ବୈଠକରେ ହୋଇଥିବା ଏକ ରିଜୋଲ୍ୟୁଶନ୍‌ରେ ବିପିସି ବାରିକ ଓ ବିଏଲଏଫ୍‌ ସମ୍ପାଦିକା ରିଜୋଲ୍ୟୁଶନ୍‌ରେ ସ୍ବାକ୍ଷର କରିଥିଲେ ା ତେବେ ୬ ତାରିଖ ପୂର୍ବାହ୍ନରେ ବିପିସି ବାରିକଙ୍କୁ ସମ୍ପୃକ୍ତ ଜିପିଏଲଏଫ୍‌ କର୍ମକର୍ତ୍ତା ଭେଟିବା ପରେ ବାରିକ ଏହାର କୌଣସି ଉତ୍ତର ଦେଇପାରି ନ ଥିଲେ ା ପରେ ବିଏଲଏଫ୍‌ ସଭାନେତ୍ରୀ ପ୍ରଣତୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକୋଷ୍ଠରେ ତାଲା ଓ ଡକ୍ୟୁମେଣ୍ଟ ପଠାଇବାରେ ବିଳମ୍ବ ନେଇ ପ୍ରକୋଷ୍ଠର ଚାବି ରଖିଥିବା ପ୍ରଣତୀଙ୍କୁ ଦାୟୀ କରାଯାଇଥିଲା ା ଏଥିରେ ପ୍ରଣତୀ ଉତ୍‌କ୍ଷିପ୍ତ ହୋଇ ପ୍ରକୋଷ୍ଠର ଚାବିକୁ ବିପିସିଙ୍କ ଟେବୁଲ୍‌ ଉପରକୁ ଫୋପାଡ଼ି ବୈଠକ ଛାଡ଼ି ପଳାଇଥିଲେ ା ପରେ ଉପସ୍ଥିତ ବିଏଲଏଫ୍‌ର କର୍ମକର୍ତ୍ତା ଓ ଜିପିଏଲଏଫ୍‌ର କର୍ମକର୍ତ୍ତା ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଏଲଏଫ୍‌ ପ୍ରକୋଷ୍ଠର ତାଲା ଖୋଲାଯିବ ଓ ସଭାନେତ୍ରୀ ପ୍ରଣତୀଙ୍କୁ ପଦରୁ ବହିଷ୍କାର ନେଇ ଏକ ରିଜୋଲ୍ୟୁଶନ୍‌ କରି ତାର କପି ଜିଲା ପରିଷଦ ଉନ୍ନୟନ ଅଧିକାରୀ, ଜିଲା ମିଶନଶକ୍ତି ଅଧିକାରୀ ଓ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ ା ତେବେ ଶୁକ୍ରବାର ବିଏଲଫ୍‌ ପ୍ରକୋଷ୍ଠରେ ଥିବା ୧୮ଟି ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଆବେଦନପତ୍ର ଓ ଅନ୍ୟ ଡକ୍ୟୁମେଣ୍ଟ ବିଡ଼ିଓ ଜିଲା କାର୍ଯ୍ୟାଳୟକୁ ପଠାଇଥିଲେ ବୋଲି ଜିଲା ମିଶନଶକ୍ତି ଅଧିକାରୀ କୈଳାସ ଚନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ା ବିଏଲଏଫ୍‌ ପ୍ରକୋଷ୍ଠର ତାଲା କାହା ଉପସ୍ଥିତିରେ ଖୋଲାଯାଇଥିଲା ବିଡ଼ିଓଙ୍କୁ ପଚାରିବାରୁ ସେ ତା’ର କୌଣସି ଉତ୍ତର ଦେଇ ନ ଥିବା ବେଳେ ଜିଲା କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ଡକ୍ୟୁମେଣ୍ଟ ପଠାଇଛନ୍ତି ବୋଲି ବିଡ଼ିଓ ଜେନା କହିଥିଲେ ା
ଏ ବିଷୟରେ ବିଏଲଏଫ୍‌ ସମ୍ପାଦିକା ମନୋରମା ରାଉତଙ୍କୁ ପଚାରିବାରୁ ସେ କହିଲେ ମାସାଧିକ କାଳ ବିଏଲଏଫ୍‌ ପ୍ରକୋଷ୍ଠରେ ପଡ଼ିଥିବା ତାଲାକୁ ଜଣେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଖୋଲାଯିବା ପାଇଁ ବିଏଲଏଫ୍‌ ଓ ଜିପିଏଲ୍‌ଏଫ୍‌ର କର୍ମକର୍ତ୍ତାଙ୍କ ଦ୍ୱାରା ହୋଇଥିବା ରିଜୋଲ୍ୟୁଶନ୍‌କୁ ଗୁରୁବାର ଉନ୍ନୟନ ଅଧିକାରୀ, ଡିପିସି ଓ ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା ା ପରେ ସେ ତାଲା କିପରି ଓ କିଏ ଖୋଲିଲା ତାଙ୍କ ପାଖରେ କୌଣସି ଖବର ନ ଥିବା ରାଉତ କହିଥିଲେ ା ତେବେ ମିଶନଶକ୍ତିର ଏଭଳି ବିବାଦୀୟ କାର୍ଯ୍ୟଧାରା, ବିଏଲ୍‌ଏଫ୍‌ ପ୍ରକୋଷ୍ଠରେ ପଡ଼ିଥିବା ତାଲା ଓ ବିଏଲଏଫ୍‌ ସଭାନେତ୍ରୀଙ୍କ ବିପିସିଙ୍କ ଉପରକୁ ଚାବି ଫୋପାଡ଼ିବା ପରେ ଜିଲା କାର୍ଯ୍ୟାଳୟକୁ ତରବରିଆ ଭାବେ ଡକ୍ୟୁମେଣ୍ଟ ପଠାଇବା ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର ମିଶନଶକ୍ତି ବିଭାଗର ନିର୍ଦ୍ଦେଶିକାଙ୍କ ନିକଟରେ ଦାବି କରିଛନ୍ତି ା ସେହିପରି ମାସାଧିକ କାଳ ୧୮ ଟି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଡକ୍ୟୁମେଣ୍ଟ କାହିଁକି ପଠାଯାଇ ନ ଥିଲା ତାହା ତଦନ୍ତ ସାପେକ୍ଷ ବୋଲି ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ କହିଛନ୍ତି ା ମହିଳାଙ୍କୁ ସ୍ବାବଲମ୍ବୀ କରିବା ନାମରେ କର୍ମନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଶତାଧିକ ମହିଳାଙ୍କ ଭାଗ୍ୟ ସହ ଖେଳୁଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶତପଥୀ ଜିଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?