୩୧ ମାସ ପରେ ବନ୍ଦର ଟ୍ରଷ୍ଟି ନିର୍ବାଚନ ଘୋଷଣା

ପାରାଦୀପ,୧୦।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଥରିଟିର ଲେବର ଟ୍ରଷ୍ଟି (ପରିବର୍ତ୍ତିତ ନାମ ବୋର୍ଡ ସଦସ୍ୟ) ପାଇଁ ୩୧ ମାସ ପରେ ୨୮ ତାରିଖରେ ନିର୍ବାଚନ ହେବ। ଏହି ନିର୍ବାଚନ ବାଲଟ୍‌ ପେପର ଜରିଆରେ ହେବ। ଉକ୍ତ ଦିନ ଫଳାଫଳ ପ୍ରକାଶ ପାଇବ। ଏ ନେଇ କେନ୍ଦ୍ର ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ବାଚନ ସମ୍ପର୍କିତ ପ୍ରକ୍ରିୟା ସମ୍ପର୍କରେ ୧୨ ଟ୍ରେଡ୍‌ ୟୁନିୟନ ଓ ପୋର୍ଟ ଅଥରିଟିଙ୍କୁ ନୋଟିସ ଜାରି କରାଯାଇଛି।
ଅକ୍ଟୋବର ୧୨ରେ ଭୋଟର ଲିଷ୍ଟ ଘୋଷଣା, ୧୪ରୁ ୧୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୯ରେ ପ୍ରତ୍ୟାହାର ଓ ୨୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ପରବର୍ତ୍ତୀ ୭ ଦିନ ପ୍ରଚାର ଓ ୨୮ରେ ନିର୍ବାଚନ ହେବ। ଏହି ନିର୍ବାଚନକୁ ଡେପୁଟି ଚିଫ୍‌ ଲେବର କମିଶନର ଭୁବନେଶ୍ୱର ପରିଚାଳନା କରିବ। ଚଳିତ ନିର୍ବାଚନରେ ବନ୍ଦରର ୩୯୩ ଜଣ ଭୋଟର ମତଦାନ କରିବେ। ୧୨ଟି ୟୁନିୟନ୍‌ ନିର୍ବାଚନ ଲଢ଼ିବେ। ଯେଉଁ ଦୁଇଟି ୟୁନିୟନ ସର୍ବାଧିକ ଭୋଟ ପାଇବେ ତାଙ୍କୁ ବିଜୟୀ ଘୋଷଣା କରାଯିବ। ପରେ ସେହି ୟୁନିୟନ ତା’ର ବୋର୍ଡ ସଦସ୍ୟ ବାଛି ଅଥରିଟି ବୋର୍ଡକୁ ଜଣାଇବେ। ଚଳିତଥର ଯିଏ ବି ବୋର୍ଡ ସଦସ୍ୟ ହେବ ସେ ବନ୍ଦର କର୍ମଚାରୀ ହୋଇଥିବା ବାଞ୍ଛନୀୟ ବୋଲି ନିୟମ ରହିଛି। ପୂର୍ବରୁ ଲେବର ଟ୍ରଷ୍ଟି ୨ ବର୍ଷ ଥିବାବେଳେ ଏବେ ୩ ବର୍ଷ କରାଯାଇଛି। ମେଜର ପୋର୍ଟ ଆଇନ ୧୯୬୩କୁ କେନ୍ଦ୍ର ସରକାର ୨୦୨୧ରେ ବଦଳାଇ ମେଜର ପୋର୍ଟ ଅଥରିଟି ଆଇନ କରିଛନ୍ତି। ଉକ୍ତ ଆଇନ ଦ୍ୱାରା ଅନେକ ପରିବର୍ତ୍ତନ ଚଳିତ ନିର୍ବାଚନ ପାଇଁ ହୋଇଛି। ଏଥର ଯେଉଁ ୧୨ ୟୁନିୟନ ନିର୍ବାଚନ ପାଇଁ ଯୋଗ୍ୟ ହୋଇଛନ୍ତି ସେମାନେ ହେଲେ ବନ୍ଦର ମଜଦୁର ସଂଘ, ବି.ଆର. ଆମ୍ବେଡ୍‌କର ୱାର୍କର୍ସ ୟୁନିୟନ, ବନ୍ଦର ଶ୍ରମିକ କର୍ମଚାରୀ ୟୁନିୟନ, ବନ୍ଦର ଶ୍ରମିକ ୟୁନିୟନ, ବନ୍ଦର ଡକ୍‌ ଆଣ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ପାରାଦୀପ ଏରସମା ଶିଳ୍ପାଞ୍ଚଳ ୱାର୍କର୍ସ ୟୁନିୟନ, ପୋର୍ଟ ଆଣ୍ଡ ଡକ୍‌ କନଷ୍ଟ୍ରକ୍‌ଶନ ୱାର୍କର୍ସ ୟୁନିୟନ, ପୋର୍ଟ ଡକ୍‌ ଲେବର ୟୁନିୟନ, ପୋର୍ଟ ମଜଦୁର ସଂଘ, ପୋର୍ଟ ଶ୍ରମିକ ସଂଘ, ପୋର୍ଟ ୱାର୍କର୍ସ ୟୁନିୟନ, ଉତ୍କଳ ପୋର୍ଟ ଆଣ୍ଡ ଡକ୍‌ ୱାର୍କର୍ସ ୟୁନିୟନ।
ପୂର୍ବରୁ ପୋର୍ଟ ଲେବର ଟ୍ରଷ୍ଟି ନିର୍ବାଚନ ଦୁଇବର୍ଷ ପାଇଁ ହେଉଥିଲା। ସେଥିରେ ଦୁଇଟି ୟୁନିୟନର ଯେକୌଣସି ନେତା ଟ୍ରଷ୍ଟି ହେଉଥିଲେ। ଶେଷ ଲେବର ଟ୍ରଷ୍ଟିଙ୍କ କାର୍ଯ୍ୟକାଳ ୨୦୨୦ ମାର୍ଚ୍ଚ ୩୧ରେ ଶେଷ ହୋଇଥିଲା। ସେବେଠାରୁ ଉକ୍ତ ପଦବୀ ଖାଲିଥିଲା। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ୪ ଜଣ ଅଦର ଇଣ୍ଟ୍ରେଷ୍ଟ ଟ୍ରଷ୍ଟି ପଠାଯାଏ। ଭାଜପା ସରକାର ପକ୍ଷରୁ ଯେଉଁ ୪ ଜଣ ଟ୍ରଷ୍ଟି ଥିଲେ ସେମାନଙ୍କ କାର୍ଯ୍ୟକାଳ ୨୦୧୯ ମାର୍ଚ୍ଚ ୩୧ରୁ ଶେଷ ହୋଇଛି। ତାଙ୍କ ସ୍ଥାନରେ ଏପର୍ଯ୍ୟନ୍ତ କାହାରିକୁ ସରକାର ଚୟନ କରିନାହାନ୍ତି। ଦଳର ଏକାଧିକ ରାଜନେତା ଏହି ପଦବୀ ପାଇଁ ଆଶାୟୀ ଥିବାରୁ ସରକାର କାହାକୁ ଚୟନ କରିନାହାନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂଆ ଆଇନରେ ଅଦର ଇଣ୍ଟ୍ରେଷ୍ଟ ଟ୍ରଷ୍ଟି ପଦବୀ ୪ ଜାଗାରେ ୨ କରାଯାଇଛି। ଏହାସତ୍ତ୍ୱେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ବୋର୍ଡ ସଦସ୍ୟ ପାଇଁ କାହା ନାମ ଘୋଷଣା କରାଯାଇନାହିଁ। ଲେବର ଟ୍ରଷ୍ଟି ନିର୍ବାଚନ ପରେ ଅଦର ଇଣ୍ଟ୍ରେଷ୍ଟ ଟ୍ରଷ୍ଟିଙ୍କ ନାମ ଘୋଷଣା ହୋଇପାରେ ବୋଲି ଭାଜପାର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri