୩୦ ବର୍ଷ ପରେ ତାରାତାରିଣୀ ମନ୍ଦିରରୁ ଚୋରି: ସେବେ ନେଇଥିଲେ ଚଳନ୍ତି ପ୍ରତିମା ଏବେ ନେଇଗଲେ ଅଳଙ୍କାର

ପୁରୁଷୋତ୍ତମପୁର,୬।୧୧ (ସିମାଞ୍ଚଳ ମିଶ୍ର): ଭଗବାନଙ୍କଠାରୁ ମଧ୍ୟ ଲୁଟିନେବାକୁ ଚୋରମାନେ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ। ଏହି ଚୋରି ଯୋଗୁ ମା’ଙ୍କ ନିତିକାନ୍ତିରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ମା’ଙ୍କ ଅଳଙ୍କାର ଓ ଟଙ୍କାକୁ ଚୋରମାନେ ନେଇଯାଇଛନ୍ତି। ଏଠାରେ ଏହା ଦ୍ୱିତୀୟ ଘଟଣା ପାଲଟିଛି।

୧୯୯୪ରେ ମା’ଙ୍କ ପୁରୁଣା ମନ୍ଦିର ଥିବା ସମୟରେ ଏଭଳି ଚୋରି ହୋଇଥିବା ବେଳେ ପୁଣି ଦୀର୍ଘ ୩୦ ବର୍ଷପରେ ତାହାର ପୁନରାବୃତ୍ତି ଘଟିଛି। ସେହି ସମୟରେ ଦୁର୍ବୃତ୍ତମାନେ ମା’ଙ୍କ ଚଳନ୍ତି ପ୍ରତିମାକୁ ଚୋରାଇ ନେଇଥିବା ବେଳେ ବର୍ତ୍ତମାନ ମା’ଙ୍କ ରୁପାର କିରଟି, ମୂଖା, ଛତା ଆଦି ଅଳଙ୍କାର ସହ ହୁଣ୍ଡିକୁ ଭାଙ୍ଗି ସେଥି ମଧ୍ୟରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କାକୁ ମଧ୍ୟ ନେଇଯାଇଛନ୍ତି। ଦୁର୍ବୃତ୍ତମାନେ ଗେଟର ତାଲା ଭାଙ୍ଗିବା ସହ ଗର୍ଭଗୃହକୁ ଯିବା ନିମନ୍ତେ ରହିଥିବା ତିନୋଟି କବାଟର ତାଲାକୁ ଭାଙ୍ଗି ମନ୍ଦିରରେ ପ୍ରବେଶକରି ଗର୍ଭଗୃହରେ ରହିଥିବା ମା’ଙ୍କ ରୂପାର କିରଟି, ମୂଖା, ଛତାକୁ ଚୋରାଇ ନେଇଛନ୍ତି।

ବୁଧବାର ସକାଳୁ ମା’ଙ୍କ ପୂଜାପାଠ ଲାଗି ଆସିଥିବା ସେବାୟତ ଏହା ଦେଖି ଅନ୍ୟ ସେବାୟତମାନଙ୍କୁ ଜଣାଇଥିଲେ। ଏହାର ଖବରପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା,ଏସଡିପିଓ ରଜନିକାନ୍ତ ସାମଲ, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଘଟଣାସ୍ଥଳକୁ ଆସି ପରିସ୍ଥିତିିକୁ ଦେଖି ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ଚତୁଃପାର୍ଶର ପାରିପାର୍ଶ୍ୱିକ ସ୍ଥତତିକୁ ପରକ୍ଷିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ କରିବାରେ ଲାଗିଛନ୍ତି।

ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ନ ଥିବା ବେଳେ ସଠିକ ଭାବରେ ଆଲୋକିକରଣର ବ୍ୟବସ୍ଥା ନାହିଁ। ସିସିଟିଭି ଥାଇ ମଧ୍ୟ କାମ କରୁନି। ଫଳରେ ଏହାର ସୁଯୋଗ ନେଇ ଚୋର ମାନେ ବିନା ଦ୍ବିଧାରେ ଏଭଳି କାଣ୍ଡ ଘଟାଇଛନ୍ତି। ଆଉ ଏଥିଲାଗି ଲୋକେ ମନ୍ଦିର ପ୍ରଶାସନକୁ ହିଁ ଦାୟୀ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri