୩୦ ବର୍ଷ ପରେ ତାରାତାରିଣୀ ମନ୍ଦିରରୁ ଚୋରି: ସେବେ ନେଇଥିଲେ ଚଳନ୍ତି ପ୍ରତିମା ଏବେ ନେଇଗଲେ ଅଳଙ୍କାର

ପୁରୁଷୋତ୍ତମପୁର,୬।୧୧ (ସିମାଞ୍ଚଳ ମିଶ୍ର): ଭଗବାନଙ୍କଠାରୁ ମଧ୍ୟ ଲୁଟିନେବାକୁ ଚୋରମାନେ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ। ଏହି ଚୋରି ଯୋଗୁ ମା’ଙ୍କ ନିତିକାନ୍ତିରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିଳମ୍ବ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ମା’ଙ୍କ ଅଳଙ୍କାର ଓ ଟଙ୍କାକୁ ଚୋରମାନେ ନେଇଯାଇଛନ୍ତି। ଏଠାରେ ଏହା ଦ୍ୱିତୀୟ ଘଟଣା ପାଲଟିଛି।

୧୯୯୪ରେ ମା’ଙ୍କ ପୁରୁଣା ମନ୍ଦିର ଥିବା ସମୟରେ ଏଭଳି ଚୋରି ହୋଇଥିବା ବେଳେ ପୁଣି ଦୀର୍ଘ ୩୦ ବର୍ଷପରେ ତାହାର ପୁନରାବୃତ୍ତି ଘଟିଛି। ସେହି ସମୟରେ ଦୁର୍ବୃତ୍ତମାନେ ମା’ଙ୍କ ଚଳନ୍ତି ପ୍ରତିମାକୁ ଚୋରାଇ ନେଇଥିବା ବେଳେ ବର୍ତ୍ତମାନ ମା’ଙ୍କ ରୁପାର କିରଟି, ମୂଖା, ଛତା ଆଦି ଅଳଙ୍କାର ସହ ହୁଣ୍ଡିକୁ ଭାଙ୍ଗି ସେଥି ମଧ୍ୟରେ ଥିବା ଭକ୍ତଙ୍କ ଲକ୍ଷାଧିକ ଦାନ ଟଙ୍କାକୁ ମଧ୍ୟ ନେଇଯାଇଛନ୍ତି। ଦୁର୍ବୃତ୍ତମାନେ ଗେଟର ତାଲା ଭାଙ୍ଗିବା ସହ ଗର୍ଭଗୃହକୁ ଯିବା ନିମନ୍ତେ ରହିଥିବା ତିନୋଟି କବାଟର ତାଲାକୁ ଭାଙ୍ଗି ମନ୍ଦିରରେ ପ୍ରବେଶକରି ଗର୍ଭଗୃହରେ ରହିଥିବା ମା’ଙ୍କ ରୂପାର କିରଟି, ମୂଖା, ଛତାକୁ ଚୋରାଇ ନେଇଛନ୍ତି।

ବୁଧବାର ସକାଳୁ ମା’ଙ୍କ ପୂଜାପାଠ ଲାଗି ଆସିଥିବା ସେବାୟତ ଏହା ଦେଖି ଅନ୍ୟ ସେବାୟତମାନଙ୍କୁ ଜଣାଇଥିଲେ। ଏହାର ଖବରପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା,ଏସଡିପିଓ ରଜନିକାନ୍ତ ସାମଲ, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି ଘଟଣାସ୍ଥଳକୁ ଆସି ପରିସ୍ଥିତିିକୁ ଦେଖି ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ଚତୁଃପାର୍ଶର ପାରିପାର୍ଶ୍ୱିକ ସ୍ଥତତିକୁ ପରକ୍ଷିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କକୁର ସହାୟତାରେ ପୋଲିସ ପକ୍ଷରୁ ତଦନ୍ତ କରିବାରେ ଲାଗିଛନ୍ତି।

ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ନ ଥିବା ବେଳେ ସଠିକ ଭାବରେ ଆଲୋକିକରଣର ବ୍ୟବସ୍ଥା ନାହିଁ। ସିସିଟିଭି ଥାଇ ମଧ୍ୟ କାମ କରୁନି। ଫଳରେ ଏହାର ସୁଯୋଗ ନେଇ ଚୋର ମାନେ ବିନା ଦ୍ବିଧାରେ ଏଭଳି କାଣ୍ଡ ଘଟାଇଛନ୍ତି। ଆଉ ଏଥିଲାଗି ଲୋକେ ମନ୍ଦିର ପ୍ରଶାସନକୁ ହିଁ ଦାୟୀ କରିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri