Posted inଖେଳ

ବୁଢା ହୋଇଗଲେଣି ରୋହିତ ଶର୍ମା, ଅବସର ନେଇଯାନ୍ତୁ: ହିଟ୍‌ମ୍ୟାନଙ୍କ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଫଳରେ ଭାରତ ୩-୦ରେ ପରାଜୟବରଣ କରିଥିଲା। ବିରାଟ ଏବଂ ରୋହିତଙ୍କ ଏହି ଖରାପ ଫର୍ମକୁ ନେଇ ଭାରତୀୟ କିମ୍ବଦନ୍ତୀ କ୍ରିଷ୍ଣମଚାରୀ ଶ୍ରୀକାନ୍ତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୬ ଇନିଂସରେ ୯୧ ରନ ସ୍କୋର କରିଥିବା ରୋହିତ ଶର୍ମାବର୍ତ୍ତମାନ ଅବସର ନେଇଯିବା ଉଚିତ୍‌ ବୋଲି କହିଛନ୍ତି।

ଶ୍ରୀକାନ୍ତ କହିଛନ୍ତି ଯଦି, ଯଦି ରୋହିତ ଶର୍ମା ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରନ୍ତି ନାହିଁ ତେବେ ସେ ଟେଷ୍ଟ କ୍ରିକେଟରୁ ଅବସର ନେବା ଉଚିତ୍‌। ରୋହିତ ଟି-୨୦ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ଟେଷ୍ଟ କ୍ରିକେଟ ଛାଡିବା ପରେ ସେ କେବଳ ଦିନିକିଆ ଖେଳିବା ଜାରି ରଖନ୍ତୁ। ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ ସେ ଏବେ ବୟସ୍କ ଖେଳାଙ୍କ ତାଲିକା ମଧ୍ୟରେ ନାହାଁନ୍ତି। ଯେ ଆଉ ଯୁବକ ନୁହେଁ, ବୁଢା ହୋଇଗଲେଣି।

ରୋହିତ ଶର୍ମାଙ୍କ ବ୍ୟତୀତ ଶ୍ରୀକାନ୍ତ ବିରାଟ କୋହଲିଙ୍କ କ୍ୟାରିୟର ବିଷୟରେ ମଧ୍ୟ ଅନେକ କିଛି କହିଛନ୍ତି। ଶ୍ରୀକାନ୍ତ କହିଛନ୍ତି,କୋହଲି ଅଷ୍ଟ୍ରେଲିଆରେ ଭଲ ପ୍ରତ୍ୟାବର୍ତ୍ତନ କରିବେ। ଅଷ୍ଟ୍ରେଲିଆରେ ସେ ରନ ସ୍କୋର କରିବାକୁ ପସନ୍ଦ କରନ୍ତି, ଏହା ମଧ୍ୟ ତାଙ୍କର ଶକ୍ତି। କୋହଲି ବର୍ତ୍ତମାନ କ୍ରିକେଟ ଛାଡିବା କଥା କହିବା ଭାବିବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ତାରିଖ ଘେଷଣା: ଏହି ଦିନ ହେବ ଭୋଟିଂ

ନୂଆଦିଲ୍ଲୀ,୨୨।୫: ଜୁନ-ଜୁଲାଇରେ ଖାଲି ପଡୁଥିବା ୨୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି…

୨ ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଯାଇଥିଲେ ବ୍ୟକ୍ତି, ଜାଲ ପକାଇ ମୃତଦେହକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ନନ୍ଦପୁର/ ପାଡୁଆ, ୨୨।୫ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ପାନ୍ଥଲୁଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ମାଛକୁଣ୍ଡ ନଦୀର ଶୋଭାପୁଟ…

ଆସୁଛି ଲଘୁଚାପ, ଏହି ଦିନଠୁ ପ୍ରବଳ ବର୍ଷିବ

ଭୁବନେଶ୍ବର,୨୨ା୫: ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ…

ଇନ୍‌ଷ୍ଟାଗ୍ରାମରେ ଭାଜପାକୁ ପଛରେ ପକାଇଲା ‘କକ୍‌ରୋଚ ଜନତା ପାର୍ଟି’: ନୂଆ ଆକାଉଣ୍ଟ ସହ ଫେରିଲେ ପ୍ରତିଷ୍ଠାତା

ନୂଆଦିଲ୍ଲୀ,୨୨ା୫(ପି.ଟି.):ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଥିବା ବ୍ୟଙ୍ଗାତ୍ମକ ଡିଜିଟାଲ ଆନ୍ଦୋଳନ ‘କକ୍‌ରୋଚ ଜନତା ପାର୍ଟି’ (ସିଜେପି) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଏହି ପାର୍ଟିର…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ପୁଅ ବିବାହରେ ଯୋଗଦେଲେ ମୋତେ ମାରି ଦିଆଯିବ: କାହିଁକି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୨।୫: ଇରାନ ସମ୍ପର୍କରେ ପରିସ୍ଥିତିରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ତାଙ୍କ ନିଜ ପୁଅର ବିବାହରେ ଯୋଗଦେବା ପାଇଁ ସମୟ ନାହିଁ। ଟ୍ରମ୍ପ…

୨୩ରେ ସମ୍ମାନିତ ହେବେ ୯୦%ରୁ ଅଧିକ ମାର୍କ ରଖିଥିବା ୮୪ ଛାତ୍ରୀଛାତ୍ର, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…

ଭବାନୀପାଟଣା,୨୨।୫(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୩ ତାରିଖ ଶନିବାର ଭବାନୀପାଟଣା ଟାଉନ ହଲରେ ଭବ୍ୟ ସମ୍ବର୍ଦ୍ଧନା ସଭା ମେଧା…

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ସାର କାରଖାନା ଇଫ୍‌କୋରେ ଉତ୍ପାଦନ ବନ୍ଦ

ପାରାଦୀପ,୨୨।୫(ଶରତ ରାଉତ):ଏସିଆ ମହାଦେଶର ସର୍ବବୃହତ୍‌ ସାର କାରଖାନା ପାରାଦୀପ ଇଫ୍‌କୋରେ ବୁଧବାରଠାରୁ ଉତ୍ପାଦନ ବନ୍ଦ ରହିଛି। କାରଣ ଉକ୍ତ କାରଖାନାରେ ଆବଶ୍ୟକ କଞ୍ଚାମାଲ ଅଭାବ ଦେଖାଦେଇଛି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri