୩ ବର୍ଷର ପ୍ରେମ ପରେ ବିବାହ ବନ୍ଧନରେ ବାନ୍ଧିହେବେ ବିଜେଡି ନେତା ପ୍ରଦୀପ ମାଝି , ଜାଣନ୍ତୁ କେଉଁଠି ହୋଇଥିଲା ପ୍ରଥମ ଦେଖା 

ଭୁବନେଶ୍ୱର,୧୧।୩: ବଢ଼ଛି ବୟସ, ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ନେତା ଓ ବିଧାୟକ । ବର୍ତ୍ତମାନ ବିବାହକୁ ନେଇ ଓ ନେତା ଖୁବ ଚର୍ଚ୍ଚାରେ ଅଛନ୍ତି ।  ନିକଟରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବିବାହ କରିଥିବା ବେଳେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ  ମଧ୍ୟ ହାତଗଣ୍ଠି ପଡ଼ିଛି । ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାହା ହେଉଛନ୍ତି ନେତା ଓ ବିଧାୟକ।  ଆଉ ଏବେ ବିବାହ କରିବାକୁ ଯାଉଛନ୍ତି ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ଏମ୍‌ପି ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିଷେଷ ସୂତ୍ର ଅନୁସାରେ ମାଝି (୪୮) ମାର୍ଚ୍ଚ ୧୨ରେ ଗୋଆରେ ପରିବାର ଓ ନିକଟତର ସଦସ୍ୟଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେବେ।
ବିବାହ କରିବାକୁ ଥିବା ଯୁବତୀ ଜଣେ ପୂର୍ବତନ ସାମ୍ବାଦିକ ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ପାଠପଢ଼ିଥିଲେ। ତେବେ ଉଭୟଙ୍କର ପ୍ରେମ ବିବାହ ହୋଇଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ଉଭୟଙ୍କର କେଉଁଠି ଭେଟ ହୋଇଥିଲା ଏବଂ କିଏ କାହାକୁ ପ୍ରଥମ  ପ୍ରେମ ନିବେଦନ କରିଥିଲେ।
ସତ୍ୟନଗର ଜିମ୍‌ରେ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩ ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ଯାଉଛନ୍ତି। ପ୍ରେମ ସମ୍ପର୍କ ଯୋଡି ହେବା ପରେ ଉଭୟ ପରିବାରର ସହମତିରେ ବିବାହ ହେଉଥିବା  ଜଣାପଡ଼ିଛି। ସୁଶ୍ରୀ  ପ୍ରଥମେ ପ୍ରେମ ନିବେଦନ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri