Posted inଫୁରସତ

ମୃତ୍ୟୁର ୨୪ ମିନିଟ୍‌ ପରେ ଜୀବିତ ହୋଇଉଠିଲେ ମହିଳା, ବଖାଣିଲେ ତାଙ୍କ ସହ ଘଟିଥିବା କାହାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ମୃତ୍ୟୁ ପୂର୍ବରୁ ତୁମର ଆଖି ସାମ୍ନାରେ ଏକ ଉଜ୍ଜ୍ୱଳ ଆଲୋକ ଝଲସି ଉଠେ। ଯାହା ଆଗକୁ ଯିବା ପାଇଁ ବାଟ ଦେଖାଏ। କିନ୍ତୁ ଏହା ପ୍ରକୃତରେ ଘଟେ କି? ବୈଜ୍ଞାନିକମାନେ ଅନେକ ଲୋକଙ୍କ ଅଭିଜ୍ଞତା ଉପରେ ଗବେଷଣା କରିଛନ୍ତି। ଯେଉଁମାନେ ମୃତ୍ୟୁ ପରେ ପୁନର୍ବାର ଜୀବିତ ହୋଇଥିଲେ। ଏହା ଅନେକ ଥର ଘଟିଛି ଯେ, ହୃଦ୍‌ଘାତ ହେତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ୧୦ ମିନିଟ୍‌ ପରେ ସେ ପୁନର୍ବାର ଜୀବିତ ଥିବା ଜଣାପଡ଼ିଥିଲା। ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହାର ସଠିକ୍‌ କାରଣ ଖୋଜି ପାଇପାରି ନାହାନ୍ତି। ଏବେ ଜଣେ ମହିଳା ଦାବି କରିଛନ୍ତି ଯେ, ସେ ମୃତ୍ୟୁର ୨୪ ମିନିଟ୍‌ରେ ପୁଣି ଜୀବିତ ହୋଇଛନ୍ତି। ସେ ଯାହା କହିଛନ୍ତି, ତାହା ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଲରେନ କ୍ୟାନେଡ୍‌ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କ କାହାଣୀ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଗତ ଫେବୃୟାରୀରେ ଘରେ ହଠାତ୍‌ ହୃଦ୍‌ଘାତ ହୋଇଥିଲା। ମୋ’ ସ୍ବାମୀ ୯୧୧କୁ ଫୋନ୍‌ କରି ସିପିଆର ଆରମ୍ଭ କଲେ। ଡାକ୍ତର ଆସି ମୋତେ ମୃତ ବୋଲି ଭାବିଲେ। ପ୍ରାୟ ୨୪ ମିନିଟ୍‌ ପରେ ମୁଁ ପୁଣି ଜୀବିତ ହେଲି। ମୋତେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ, ଏମ୍‌ଆର୍‌ଆଇରେ ମସ୍ତିଷ୍କର କୌଣସି କ୍ଷତି ହୋଇନାହିଁ।

ମହିଳା ଜଣକ କହିଥିଲେ, ସେହି ସମୟରେ ମୋ ସହିତ କ’ଣ ଘଟିଥିଲା ମୁଁ ସବୁକିଛି ସ୍ପଷ୍ଟ ମନେ ରଖିଛି। ହୃଦ୍‌ଘାତ ପରେ ମୋ ସ୍ବାମୀ ଚାରି ମିନିଟ ପାଇଁ ସିପିଆର ଏହି ସମୟରେ ସେ ୯୧୧କୁ ଫୋନ୍‌ କରିଥିଲେ, ସେଠାରୁ ଡାକ୍ତର ତାଙ୍କୁ ଏପରି ପରିସ୍ଥିତିରେ କ’ଣ କରିବେ ତାହା ବୁଝାଉଥିଲେ। କିଛି ସମୟ ପରେ ଜରୁରିକାଳୀନ ସେବା ମଧ୍ୟ ପହଞ୍ଚିଲା। ୨୪ ମିନିଟ୍‌ ପରେ ମୋର ହୃଦୟ ପୁଣି ଧକ୍‌ଧକ୍‌ ହେବା ଆରମ୍ଭ କଲା। ମୋତେ ଡାକ୍ତରଖାନା ନିଆଯାଇଥିଲା। ତଥାପି ମୁଁ କୋମାକୁ ଚାଲିଯାଇଥିଲି। ୨ ଦିନ କୋମାରେ ରହିଲି। ଯେତେବେଳେ ମୁଁ ଉଠିଲି, ମୁଁ ବହୁତ ଦ୍ୱନ୍ଦ୍ୱରେ ପଡ଼ିଗଲି। ଅନେକ ଦିନ ଧରି ମୁଁ ପୁରୁଣା ଜିନିଷ ମନେ ରଖିପାରିଲି ନାହିଁ। ଆଇସିୟୁରେ ମୋ’ ସହିତ କ’ଣ ହେଲା ମୁଁ ଜାଣେ ନାହିଁ।

ଲରେନ କହିଛନ୍ତି, ଯେତେବେଳେ ମୋ’ ଶରୀରରେ ଜୀବନ ନ ଥିଲା, ମୋର ମନେ ଅଛି ଯେ ମୁଁ ଅତ୍ୟଧିକ ଶାନ୍ତିପୂର୍ଣ୍ଣ ଅନୁଭବ କରୁଥିଲି। କୋମା ବାହାରକୁ ଆସିବା ପରେ ଏହି ଶାନ୍ତି ମୋ ସହିତ କିଛି ସପ୍ତାହ ରହିଲା। ମୁଁ ଦିନ ଏବଂ ସମୟ ଭୁଲି ଯାଇଥିଲି। ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ନ ଥିଲି। ମୋତେ କ’ଣ ହେଲା ମୁଁ ଭୁଲିଗଲି ଯେ, ମୋତେ ଡାକ୍ତରଖାନା ନିଆଗଲା।  ସେ କହିଛନ୍ତି, ମୁଁ କୌଣସି ଆଲୋକ କିମ୍ବା ଟନେଲ ଦେଖି ନାହିଁ, କିନ୍ତୁ ମୁଁ ଶାନ୍ତିର ଗଭୀର ଅନୁଭବ କଲି। ମୋତେ ଲାଗିଲା ଯେମିତି ମୁଁ ମୋ’ ଅଫିସରେ ଶୋଇଛି। ଏହା ଅଦ୍ଭୁତ କିନ୍ତୁ ସମ୍ପୂର୍ଣ୍ଣ ସତ୍ୟ। ମୃତ୍ୟୁକୁ ଦେଖିବା ପରେ ମୁଁ ଆଉ ମୃତ୍ୟୁକୁ ଭୟ କରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ଦୀପ୍ତି ଗୌର ମୁଖାର୍ଜୀ? NEET ପରୀକ୍ଷା ବିବାଦ ପରେ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୧।୮: NEET-UG ପେପର୍ ଲିକ୍ ମାମଲା ହେଉ କିମ୍ବା ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତିରେ ଜାଲିଆତି ଅଭିଯୋଗ, ବର୍ତ୍ତମାନ ସମୟରେ ଦେଶବ୍ୟାପୀ ଯୁବକମାନଙ୍କ ବିକ୍ଷୋଭ ଖବର ଚର୍ଚ୍ଚାରେ ରହିଛି…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଇରାନ ଯୁଦ୍ଧ କ୍ଷତିପୂରଣ ଦାବି କରିବାରୁ ଟ୍ରମ୍ପ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ତେହରାନ,୧୧।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମୟରେ ହୋଇଥିବା କ୍ଷତି ପାଇଁ ଇରାନର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସଂଘର୍ଷ ଯେଉଁଥିରେ ଇରାନର ପୂର୍ବତନ ସର୍ବୋଚ୍ଚ…

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଶିଶୁ, କିଶୋରଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡୁଛି ଗଭୀର ପ୍ରଭାବ!

ନୂଆଦିଲ୍ଲୀ,୧୧।୮(ପି.ଟି.): ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ସାମାଜିକ ଜୀବନଚଳଣିକୁ ପ୍ରଭାବିତ କରିବା ସହିତ ସ୍ବାସ୍ଥ୍ୟଗତ ଦିଗକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri