୨୪ଘଣ୍ଟା ପରେ କମିବ ଲଘୁଚାପ ପ୍ରଭାବ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ସ୍ଥଳ ଭାଗ ମୁହାଁ ଲଘୁଚାପ। ଏହାର ପ୍ରଭାବରେ ବୁଧବାର ପଶ୍ଚିମ ସମେତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟରେ ଲଘୁଚାପର ପ୍ରଭାବ କମିବ ବୋଲି ପାଣିପାଗ ବିଭାଗ କହିଛି।
ଅନ୍ୟପଟେ, ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ ୫% ଅଧିକ। କନ୍ଧମାଳ ଜିଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି ଏବଂ ଭଦ୍ରକ ଜିଲାରେ ସର୍ବନିମ୍ନ ୮୩୬.୧ ମିମି ବର୍ଷା ହୋଇଛି।