ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ: ୨ ଯାତ୍ରା ଆୟୋଜକ ଗିରଫ ପରେ ଏବେ ନିଶାଙ୍କ ପାଳି! ଖୋଜୁଛି ପୋଲିସ

ବଲାଙ୍ଗୀର,୧୫।୧ ( ସୁନିଲ କୁମାର ମହାନ୍ତି): ୧୨ ତାରିଖରେ ବଲାଙ୍ଗୀର ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଯାତ୍ରା ଆରମ୍ଭ ହେବାର କିଛି ସମୟ ପରେ ଅଶ୍ଳୀଳ ନୃତ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଏବେ ଯାତ୍ରା ଆୟୋଜକଙ୍କୁ ମହଙ୍ଗା ପଡିଛି। ଏହି ଆଇଟମ ଡ୍ୟାନ୍ସକୁ ନେଇ ନିଶା ମହାରଣାଙ୍କ ନାଁରେ ସଦର ପୋଲିସ ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ କରାଯାଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଗତ ୧୨ତାରିଖ ରବିବାର ପଡ଼ିଥିବା ଯାତ୍ରାରେ ନିଶା ଅଶ୍ଳୀଳ ନୃତ୍ୟ କରିଥିଲେ। ଯାତ୍ରା ଦେଖିଥିବା ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇଲା ପରେ, ସଦର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ ଏବଂ ରାଧେଶ୍ୟାମ ମେହେରଙ୍କୁ ସଦର ଥାନାରେ ଅଟକ ରଖି ପଚରଉଚରା କରିବା ପରେ ସଦର ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ କହିଛନ୍ତି । ନିଶାଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ ଭୁବନେଶ୍ୱର ଯାଇ ନିଶା ମହାରଣାଙ୍କୁ ଖୋଜୁଥିବାବେଳେ ସେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri