ମହଙ୍ଗା ପଡ଼ିଲା ଅଶ୍ଳୀଳ ନୃତ୍ୟ: ୨ ଯାତ୍ରା ଆୟୋଜକ ଗିରଫ ପରେ ଏବେ ନିଶାଙ୍କ ପାଳି! ଖୋଜୁଛି ପୋଲିସ

ବଲାଙ୍ଗୀର,୧୫।୧ ( ସୁନିଲ କୁମାର ମହାନ୍ତି): ୧୨ ତାରିଖରେ ବଲାଙ୍ଗୀର ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଯାତ୍ରା ଆରମ୍ଭ ହେବାର କିଛି ସମୟ ପରେ ଅଶ୍ଳୀଳ ନୃତ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଏବେ ଯାତ୍ରା ଆୟୋଜକଙ୍କୁ ମହଙ୍ଗା ପଡିଛି। ଏହି ଆଇଟମ ଡ୍ୟାନ୍ସକୁ ନେଇ ନିଶା ମହାରଣାଙ୍କ ନାଁରେ ସଦର ପୋଲିସ ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ କରାଯାଇଛି। ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ଗତ ୧୨ତାରିଖ ରବିବାର ପଡ଼ିଥିବା ଯାତ୍ରାରେ ନିଶା ଅଶ୍ଳୀଳ ନୃତ୍ୟ କରିଥିଲେ। ଯାତ୍ରା ଦେଖିଥିବା ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇଲା ପରେ, ସଦର ଥାନାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଯାତ୍ରା ଆୟୋଜକ ସୁରେନ୍ଦ୍ର ନାଗ ଏବଂ ରାଧେଶ୍ୟାମ ମେହେରଙ୍କୁ ସଦର ଥାନାରେ ଅଟକ ରଖି ପଚରଉଚରା କରିବା ପରେ ସଦର ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ରାଜକୁମାର ବିଶ୍ବାଳ କହିଛନ୍ତି । ନିଶାଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ ଭୁବନେଶ୍ୱର ଯାଇ ନିଶା ମହାରଣାଙ୍କୁ ଖୋଜୁଥିବାବେଳେ ସେ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀରଙ୍କ ଅଧିକାର ପାଇଁ ଲଢ଼େଇ ହେବ

ଲାଞ୍ଜିଗଡ଼,୧୫ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତଠାରେ ଅନୁଷ୍ଠିତ ବୈଠକରେ ମା’ ହୀରାନୀଳା ନାମରେ ପଞ୍ଚାୟତସ୍ତରୀୟ କୃଷକ ବନ୍ଧୁ ସଙ୍ଗଠନ ଗଠନ...

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ବିଧାୟକ କହିଲେ କମ୍ପାନୀ ଅଛି…

ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ...

ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍‌ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ...

ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସମ୍ବଲପୁର ରାଡାର, ଭୁବନେଶ୍ୱରରେ ଲାଗିବ…

ଭୁବନେଶ୍ୱର,୧୫ା୧: ମାର୍ଚ୍ଚ ସୁଦ୍ଧା ସମ୍ବଲପୁରରେ କାର୍ଯ୍ୟକ୍ଷମ ହେବ ଡପଲର ରାଡାର। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ବଲପୁର...

ମଧ୍ୟବିତ୍ତ , କରଦାତାଙ୍କ ପାଇଁ ଖୁସିଖବର: ଏଥର ହେବାକୁ ଯାଉଛି ବଡ଼…

ନୂଆଦିଲ୍ଲୀ,୧୫।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଫେବୃଆରୀ ୧, ୨୦୨୬ରେ ତାଙ୍କର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଯାଉଥିବାରୁ ବଜେଟ ୨୦୨୬ ବିଷୟରେ ଆଲୋଚନା ତୀବ୍ର ହୋଇଛି।...

ଶ୍ୱଶୁରଘରେ ଜ୍ୱାଇଁପୁଅଙ୍କୁ ୧୫୮ ତିଅଣ ଚର୍ଚ୍ଚା, ଦେଖନ୍ତୁ ଭିଡିଓ…

ଗୁଣ୍ଟୁର,୧୫ା୧: ଆନ୍ଧ୍ରପ୍ରଦେଶର ପାରମ୍ପରିକ ପର୍ବ ‘ମକର ସଂକ୍ରାନ୍ତି’ ଚଳିତ ବର୍ଷ ଏକ ନିଆରା କାରଣ ପାଇଁ ଚର୍ଚ୍ଚାରେ ରହିଛି। ଗୁଣ୍ଟୁର ଜିଲା ତେନାଲି ସହରର ଏକ...

ଧରିତ୍ରୀରେ ଖବର ପ୍ରକାଶ ପରେ ଖାଦ୍ୟ ସୁରକ୍ଷା ଟିମର ତତ୍ପରତା, ହୋଟେଲରେ ଚଢ଼ାଉ କରି…

ଗଞ୍ଜାମ(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଯାଞ୍ଚ ହେଉନି ଖାଦ୍ୟର ମାନ । ଅପମିଶ୍ରିତ ଏବଂ ଭେଜାଲ ଖାଦ୍ୟ ପ୍ରସ୍ତୁତ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ...

ବିଭିନ୍ନ ଦାବି ନେଇ ଆର୍‌ଟିଓଙ୍କୁ ଭେଟିଲେ ବସ୍‌ ମାଲିକ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ଆମେ କେମିତି ବଞ୍ଚିବୁ? ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ପାଇବୁ? । ଆମ କୁ ହଇରାଣ କରାଯାଉଛ। ଆମକୁ ଚଳିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri