୨ ଘଣ୍ଟାର ପରିଶ୍ରମ ପରେ ଜୀବିତ ଉଦ୍ଧାର ହେଲା ଷଣ୍ଢ

ନାକଟିଦେଉଳ,୭ା୭(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ବାଟଗାଁ ପଞ୍ଚାୟତ କୁଞ୍ଜାମୁରା ଗ୍ରାମର ଏକ ଖୋଲା କୂଅ ଭିତରେ ପଡ଼ିଥିବା ବୁଲା ଷଣ୍ଢକୁ ଶୁକ୍ରବାର ଦମକଳ ବାହିନୀ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଏକ ବୁଲା ଷଣ୍ଢ କୌଣସି କାରଣରୁ ଗାଁ ମୁଣ୍ଡରେ ଥିବା କୂଅରେ ପଡି ଯାଇଥିଲା l ସ୍ଥାନୀୟ ଲୋକେ ଏହା ଦେଖିବା ପରେ ନାକଟିଦେଉଳ ଦମକଳ ବାହିନୀକୁ ଖବର ଦେଇଥିଲେ l ଦମକଳ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୨ ଘଣ୍ଟା ପରିଶ୍ରମ କରି ସେମାନେ କୂଅ ଭିତରୁ ଜୀବିତ ଅବସ୍ଥାରେ ଏହି ବୁଲା ଷଣ୍ଢକୁ ଉଦ୍ଧାର କରିଥିଲେ।
(ଫଟୋ: କୂଆ ଭିତରୁ ଷଣ୍ଢକୁ ଉଦ୍ଧାର କରାଯାଉଛି।