୧୬ ଘଣ୍ଟା ଗାଧୋଇବା ପରେ ମହିଳାଙ୍କର ହେଲା ଏଭଳି ଅବସ୍ଥା…

ଲଣ୍ଡନ,୨୬।୫: ସାଧାରଣତଃ ଲୋକେ ୧୦ ଅବା ୧୫ ମିନିଟ୍‌ ଗାଧୋଇଥାନ୍ତି। କେହି କେହି ଘଣ୍ଟେ କିମ୍ବା ଏହାଠାରୁ ଅଧିକ ସମୟ ମଧ୍ୟ ଏଥି ପାଇଁ ନେଇଥାନ୍ତି। ତେବେ ଗାଧୋଇବା ପାଇଁ ୧୬ ଘଣ୍ଟା ନେବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଗାଧୋଇ ସାରିବା ପରେ ତାଙ୍କର ଗୋରା ଶରୀର ଧୁସର ରଙ୍ଗ ପାଲଟି ଯାଇଥିଲା। ହାତ ଗୋଡ଼ କୋଲ ମାରି ଯାଇଥିଲା। ଏଥିରୁ ପରସ୍ତପରସ୍ତ ଚର୍ମ ଉଠିବାରେ ଲାଗିଥିଲା। ବ୍ରିଟେନ୍‌ରେ ବାସ କରୁଥିବା ଡେନା ନାମକ ମହିଳା ଏଭଳି ସମସ୍ୟାରେ ପଡ଼ିଛନ୍ତି। ସେ ଟିକ୍‌ଟକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରି ସହାୟତା ଲୋଡ଼ିଛନ୍ତି। ଏହି ଭିଡ଼ିଓକୁ ଇତିମଧ୍ୟରେ ୩ ଲକ୍ଷରୁ ଅଧିକ ୟୁଜର ଦେଖି ସାରିଲେଣି। ଜଣେ ୟୁଜର କହିଛନ୍ତି ଯେ, ପ୍ରତି ୫ ମିନିଟ୍‌ରେ ହିଟ୍‌ ପ୍ୟାକ୍‌ ଶରୀରରେ ଲଗାତାର ଦେଲେ ପୁଣି ଶରୀରର ସ୍ବାଭାବିକ ଅବସ୍ଥା ଫେରି ଆସିବ। ହେଲଥ୍‌ ସାଇନ୍ସ୍‌ ରିପୋର୍ଟ ଅନୁସାରେ ଅଧିକ ସମୟ ପାଣିରେ ରହିଲେ ଟ୍ରେଞ୍ଚ୍‌ ଫୁଟ୍‌ ନାମକ ସମସ୍ୟା ଦେଖାଦେଇଥାଏ। ତେବେ ମହିଳା ଜଣକ ଏତେ ସମୟ ଧରି କାହିଁକି ଗାଧୋଉଥିଲେ ତାହା ଜଣାପଡ଼ିନାହିଁ।

Share