Posted inଜାତୀୟ

ବିବାହର ୧୬ ଦିନ ପରେ ବାପଘର ବୁଲିବାକୁ ଆସି ମନ୍ଦିରରେ ପ୍ରେମିକଙ୍କୁ ବାହା ହୋଇଗଲେ…

ପାଟନା,୨୯ା୬: ବିବାହର ୧୬ ଦିନ ପରେ ବାପଘରକୁ ବୁଲିବାକୁ ଆସି ଜଣେ ନବବଧୂ ନିଜ ପ୍ରେମିକଙ୍କୁ ବିବାହ କରି ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ କନ୍ୟା ଜଣକଙ୍କ କହିଛନ୍ତି, ସେ ନିଜ ପ୍ରେମିକଙ୍କ ସହିତ ସ୍ବଇଚ୍ଛାରେ ଘର ଛାଡ଼ିଛନ୍ତି। ଏଥିରେ କାହାରି ହାତ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ପ୍ରେମିକଙ୍କ ପରିବାର ସହିତ କିଛି ଘଟେ, ତା’ହେଲେ ତାଙ୍କ ମାତାପିତା ଏବଂ ଶାଶୁଘର ଲୋକେ ଏଥିପାଇଁ ଦାୟୀ ରହିବେ।

ଏହି ମାମଲା ଜାମୁଇ ଜିଲାର ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ମୋହନପୁର ଗ୍ରାମରେ ଘଟିଛି। ଏହି ମାମଲାରେ ନାବାଳିକାଙ୍କ ପରିବାର ସଦସ୍ୟ ଗାଁର ଦୁଇ ଜଣ ଏବଂ ଚାରି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଛନ୍ତି। ଥାନାରେ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି, ଗାଁର ଦୁଇ ଜଣ ଯୁବକ, ସେମାନଙ୍କ ଚାରି ଜଣ ଅଜଣା ସାଙ୍ଗମାନଙ୍କ ସହିତ ଘରେ ପଶି ମାରଣାସ୍ତ୍ର ଦେଖାଇ ଅପହରଣ କରିନେଇଥିଲେ।

ଜୁନ୍‌ ୭ରେ ଜାଜା ଥାନା ଅନ୍ତର୍ଗତ ଜଣେ ଯୁବକଙ୍କ ସହ ବିବାହ କରିଥିବା ଏହି ନବବଧୂ ଭାଇଙ୍କ ବିବାହ ପାଇଁ ବାପଘରକୁ ଆସିଥିଲେ। ଏହି ସମୟରେ ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇ ମନ୍ଦିରରେ ବିବାହ କରିଛନ୍ତି।

କୁହାଯାଉଛି, ବିବାହ ପୂର୍ବରୁ ଗାଁର ରାକେଶ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ପ୍ରେମିକଙ୍କ ସହ ମିଶି ବିବାହ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କନ୍ୟା ଜଣକ କହିଛନ୍ତି, ସେ ନିଜ ଇଚ୍ଛାରେ ନିଜ ଘରୁ ଦୂରେଇ ଯାଇଛନ୍ତି ଏବଂ ପ୍ରେମିକଙ୍କୁ ବିବାହ କରିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଲକ୍ଷ୍ମୀପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri