୧୫ ବର୍ଷ ପରେ ମା’ଙ୍କୁ ଖୋଜିଲେ ମମତା

ପୁରୀ ଅଫିସ, ୬ା୧: ‘ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଏକ ନିଷ୍ଠୁର ନିଷ୍ପତ୍ତି ନେଇଥିଲେ ଓ ମୋତେ ଯିବାକୁ ଦେଇଥିଲେ। ସେ ଜଣେ ମହାନ୍‌ ମା’। କାରଣ ସେ କେବଳ ମୋ ପାଇଁ ଏଭଳି ପଦକ୍ଷେପ ନେଇଥିଲେ, ଯେପରିକି ମୁଁ ଭଲରେ ଜୀବନ ଜିଇ ପାରିବି।’ ଏହା ହେଉଛି ନିଜ ମା’ଙ୍କ ପ୍ରତି ଜଣେ ଝିଅର କିଛି ଆବେଗଭରା ଅଭିବ୍ୟକ୍ତି, ଯାହା କୌଣସି ଲୋକର ହୃଦୟକୁ ତରଳାଇଦେଇପାରେ।
୧୫ ବର୍ଷ ତଳେ ଓଡ଼ିଶାରୁ ଏକ ଅଷ୍ଟ୍ରେଲୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟ ଭାବେ ଗ୍ରହଣ ହୋଇଥିବା ମମତା ପୁରୀ ଚାଇଲ୍ଡ ଲାଇନକୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଏଭଳି କିଛି ଭାବପୂର୍ଣ୍ଣ ବାକ୍ୟ ଲେଖି ନିଜ ମା’ଙ୍କୁ ଖୋଜିଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। ମମତା ଏବେ ପ୍ରାପ୍ତ ବୟସ୍କା ଏବଂ ସେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ପାଳିତ ମାତା ପିତାଙ୍କ ପାଖରେ ରହି ସ୍ନାତକ ଶିକ୍ଷା ଶେଷ କରିଛନ୍ତି। ସମ୍ପ୍ରତି ସେ ନିଜର ଜନ୍ମଦାତ୍ରୀ ମା’ ବାସନ୍ତୀ ଦାସଙ୍କୁ ଖୋଜୁଛନ୍ତି। ବାସନ୍ତୀ ଖୋର୍ଦ୍ଧା ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ଏ ନେଇ ପୁରୀ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ୧୫ ବର୍ଷ ତଳେ ଅର୍ଥାତ୍‌ ୨୦୦୭ ଜାନୁୟାରୀ ୧୩ରେ ମାତ୍ର ୩ବର୍ଷ ବୟସରେ ମମତା ହଜିଯାଇଥିଲେ। ତାଙ୍କୁ ଏକାକୀ ଅସହାୟ ଅବସ୍ଥାରେ ପୁରୀ ସିଂହଦ୍ୱାର ନିକଟରୁ ପୁରୀ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ସେତେବେଳେ କୌଣସି ଶିଶୁ ମଙ୍ଗଳ କମିଟି ଗଠନ ହୋଇ ନ ଥିଲା। ତେଣୁ ତାଙ୍କୁ ନିଜ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ପରଦିନ ମମତାଙ୍କୁ ତାଙ୍କ ମା’ ଫେରାଇ ଦେଇଥିଲେ ଏବଂ ଝିଅର ଲାଳନପାଳନ ନେଇ ଅସହାୟତା ପ୍ରକାଶ କରିଥିଲେ। ସେତେବେଳେ ସମ୍ପୃକ୍ତ ମହିଳା ଦିବ୍ୟାଙ୍ଗ ହୋଇଥିବା ବେଳେ କୁଷ୍ଠରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଏଭଳି ନିଷ୍ପତ୍ତିରେ ଆମେମାନେ ପ୍ରଥମେ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲୁ। ପରେ ତାଙ୍କୁ କଟକସ୍ଥିତ ବସୁନ୍ଧରା ଶିଶୁ ଯତ୍ନ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା। ଝିଅକୁ ଦେବା ନେଇ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ମମତା ପ୍ରାୟ ୧୮ ମାସ ଧରି ବସୁନ୍ଧରା ଶିଶୁ ଯତ୍ନ କେନ୍ଦ୍ରରେ ରହିଥିଲେ। କୌଣସି ଭାରତୀୟ ଦମ୍ପତି ମମତାଙ୍କୁ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ସମସ୍ୟା କାରଣରୁ କୋଳେଇ ନେବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତେବେ ଏକ ଅଷ୍ଟ୍ରେଲୀୟ ଦମ୍ପତି ମମତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରି ଆଗେଇ ଆସିଥିଲେ। ସେହି ଦମ୍ପତି ନିୟମ ଅନୁସାରେ ମମତାଙ୍କୁ ପୋଷ୍ୟ ଝିଅ ଭାବେ ଗ୍ରହଣ କରି ସେମାନଙ୍କ ସାଥିରେ ଅଷ୍ଟ୍ରେଲିଆ ନେଇଯାଇଥିଲେ। ୨୦୧୯ରେ ଇ-ମେଲ୍‌ ମାଧ୍ୟମରେ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ରଥଙ୍କ ନିକଟକୁ ଏକ ଫଟୋ ଆସିଥିଲା, ଯାହା ମମତାଙ୍କର ଥିଲା। ଏହି ଫଟୋ ଦେଖିବା ପରେ ମମତାଙ୍କୁ ରଥ ଚିହ୍ନିପାରିଥିଲେ। ମମତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଦମ୍ପତି ରଥଙ୍କ ସହ କଥା ହୋଇଥିଲେ। ମମତା ପୁରୀ ଯିବା ସହ ତାଙ୍କ ମା’ଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି ବୋଲି ସେମାନେ ଜଣାଇଥିଲେ। ପ୍ରାୟ ଦୁଇବର୍ଷ ତଳେ ନିଜ ମା’ଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରି ମମତା ଇ-ମେଲ୍‌ ଯୋଗେ ପୁରୀ ଚାଇଲ୍ଡ ଲାଇନକୁ ଏକ ଚିଠି ପଠାଇଥିଲେ। ମାତ୍ର କୋଭିଡ୍‌ କଟକଣା କାରଣରୁ ସେତେବେଳେ ମମତା ତାଙ୍କ ପାଳିତ ମା, ବାପାଙ୍କ ସହିତ ପୁରୀ ଆସିପାରି ନ ଥିଲେ। ଚଳିତ ଜାନୁୟାରୀ ମାସ ୩ ତାରିଖରେ ତାଙ୍କ ୧୮ତମ ଜନ୍ମଦିନ ଅବସରରେ ସେ ପୁଣି ଏଭଳି ଏକ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଥର ସେ ତାଙ୍କ ଚିଠିରେ ନିଜ ମା’ଙ୍କୁ ମହାନ ବୋଲି ଉଲ୍ଲେଖ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ହେବା ପରେ ମମତା ତାଙ୍କ ମା’ଙ୍କ ପାଇଁ କିଛି କରିବାକୁ ଚାହଁୁଛନ୍ତି। ସମ୍ଭବତଃ ଚଳିତ ମାସରେ ନିଜ ଜନ୍ମଦାତ୍ରୀ ମା’ଙ୍କୁ ଭେଟିବା ଲାଗି ମମତା ପୁରୀ ଆସିବେ। ତେଣୁ ତାଙ୍କ ମା’ ବାସନ୍ତୀଙ୍କ ସହିତ ଯୋଗାଯୋଗ କରିବାକୁ ପୁରୀ ଚାଇଲ୍ଡ ଲାଇନ ଉଦ୍ୟମ ଜାରି ରଖିଛି ବୋଲି ନିର୍ଦ୍ଦେଶକ ରଥ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri