୧୫ ବର୍ଷ ପରେ ମା’ଙ୍କୁ ଖୋଜିଲେ ମମତା

ପୁରୀ ଅଫିସ, ୬ା୧: ‘ସେ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଏକ ନିଷ୍ଠୁର ନିଷ୍ପତ୍ତି ନେଇଥିଲେ ଓ ମୋତେ ଯିବାକୁ ଦେଇଥିଲେ। ସେ ଜଣେ ମହାନ୍‌ ମା’। କାରଣ ସେ କେବଳ ମୋ ପାଇଁ ଏଭଳି ପଦକ୍ଷେପ ନେଇଥିଲେ, ଯେପରିକି ମୁଁ ଭଲରେ ଜୀବନ ଜିଇ ପାରିବି।’ ଏହା ହେଉଛି ନିଜ ମା’ଙ୍କ ପ୍ରତି ଜଣେ ଝିଅର କିଛି ଆବେଗଭରା ଅଭିବ୍ୟକ୍ତି, ଯାହା କୌଣସି ଲୋକର ହୃଦୟକୁ ତରଳାଇଦେଇପାରେ।
୧୫ ବର୍ଷ ତଳେ ଓଡ଼ିଶାରୁ ଏକ ଅଷ୍ଟ୍ରେଲୀୟ ଦମ୍ପତିଙ୍କ ଦ୍ୱାରା ପୋଷ୍ୟ ଭାବେ ଗ୍ରହଣ ହୋଇଥିବା ମମତା ପୁରୀ ଚାଇଲ୍ଡ ଲାଇନକୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଏଭଳି କିଛି ଭାବପୂର୍ଣ୍ଣ ବାକ୍ୟ ଲେଖି ନିଜ ମା’ଙ୍କୁ ଖୋଜିଦେବା ପାଇଁ ଆକୁଳ ନିବେଦନ କରିଛନ୍ତି। ମମତା ଏବେ ପ୍ରାପ୍ତ ବୟସ୍କା ଏବଂ ସେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ପାଳିତ ମାତା ପିତାଙ୍କ ପାଖରେ ରହି ସ୍ନାତକ ଶିକ୍ଷା ଶେଷ କରିଛନ୍ତି। ସମ୍ପ୍ରତି ସେ ନିଜର ଜନ୍ମଦାତ୍ରୀ ମା’ ବାସନ୍ତୀ ଦାସଙ୍କୁ ଖୋଜୁଛନ୍ତି। ବାସନ୍ତୀ ଖୋର୍ଦ୍ଧା ଜିଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ଏ ନେଇ ପୁରୀ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ଦେବାଶିଷ ରଥ କହିଛନ୍ତି, ୧୫ ବର୍ଷ ତଳେ ଅର୍ଥାତ୍‌ ୨୦୦୭ ଜାନୁୟାରୀ ୧୩ରେ ମାତ୍ର ୩ବର୍ଷ ବୟସରେ ମମତା ହଜିଯାଇଥିଲେ। ତାଙ୍କୁ ଏକାକୀ ଅସହାୟ ଅବସ୍ଥାରେ ପୁରୀ ସିଂହଦ୍ୱାର ନିକଟରୁ ପୁରୀ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ସେତେବେଳେ କୌଣସି ଶିଶୁ ମଙ୍ଗଳ କମିଟି ଗଠନ ହୋଇ ନ ଥିଲା। ତେଣୁ ତାଙ୍କୁ ନିଜ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ପରଦିନ ମମତାଙ୍କୁ ତାଙ୍କ ମା’ ଫେରାଇ ଦେଇଥିଲେ ଏବଂ ଝିଅର ଲାଳନପାଳନ ନେଇ ଅସହାୟତା ପ୍ରକାଶ କରିଥିଲେ। ସେତେବେଳେ ସମ୍ପୃକ୍ତ ମହିଳା ଦିବ୍ୟାଙ୍ଗ ହୋଇଥିବା ବେଳେ କୁଷ୍ଠରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଏଭଳି ନିଷ୍ପତ୍ତିରେ ଆମେମାନେ ପ୍ରଥମେ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲୁ। ପରେ ତାଙ୍କୁ କଟକସ୍ଥିତ ବସୁନ୍ଧରା ଶିଶୁ ଯତ୍ନ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା। ଝିଅକୁ ଦେବା ନେଇ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ମମତା ପ୍ରାୟ ୧୮ ମାସ ଧରି ବସୁନ୍ଧରା ଶିଶୁ ଯତ୍ନ କେନ୍ଦ୍ରରେ ରହିଥିଲେ। କୌଣସି ଭାରତୀୟ ଦମ୍ପତି ମମତାଙ୍କୁ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ସମସ୍ୟା କାରଣରୁ କୋଳେଇ ନେବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତେବେ ଏକ ଅଷ୍ଟ୍ରେଲୀୟ ଦମ୍ପତି ମମତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରି ଆଗେଇ ଆସିଥିଲେ। ସେହି ଦମ୍ପତି ନିୟମ ଅନୁସାରେ ମମତାଙ୍କୁ ପୋଷ୍ୟ ଝିଅ ଭାବେ ଗ୍ରହଣ କରି ସେମାନଙ୍କ ସାଥିରେ ଅଷ୍ଟ୍ରେଲିଆ ନେଇଯାଇଥିଲେ। ୨୦୧୯ରେ ଇ-ମେଲ୍‌ ମାଧ୍ୟମରେ ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ରଥଙ୍କ ନିକଟକୁ ଏକ ଫଟୋ ଆସିଥିଲା, ଯାହା ମମତାଙ୍କର ଥିଲା। ଏହି ଫଟୋ ଦେଖିବା ପରେ ମମତାଙ୍କୁ ରଥ ଚିହ୍ନିପାରିଥିଲେ। ମମତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ଦମ୍ପତି ରଥଙ୍କ ସହ କଥା ହୋଇଥିଲେ। ମମତା ପୁରୀ ଯିବା ସହ ତାଙ୍କ ମା’ଙ୍କୁ ଭେଟିବା ପାଇଁ ଚାହୁଁଛନ୍ତି ବୋଲି ସେମାନେ ଜଣାଇଥିଲେ। ପ୍ରାୟ ଦୁଇବର୍ଷ ତଳେ ନିଜ ମା’ଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରି ମମତା ଇ-ମେଲ୍‌ ଯୋଗେ ପୁରୀ ଚାଇଲ୍ଡ ଲାଇନକୁ ଏକ ଚିଠି ପଠାଇଥିଲେ। ମାତ୍ର କୋଭିଡ୍‌ କଟକଣା କାରଣରୁ ସେତେବେଳେ ମମତା ତାଙ୍କ ପାଳିତ ମା, ବାପାଙ୍କ ସହିତ ପୁରୀ ଆସିପାରି ନ ଥିଲେ। ଚଳିତ ଜାନୁୟାରୀ ମାସ ୩ ତାରିଖରେ ତାଙ୍କ ୧୮ତମ ଜନ୍ମଦିନ ଅବସରରେ ସେ ପୁଣି ଏଭଳି ଏକ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଥର ସେ ତାଙ୍କ ଚିଠିରେ ନିଜ ମା’ଙ୍କୁ ମହାନ ବୋଲି ଉଲ୍ଲେଖ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ହେବା ପରେ ମମତା ତାଙ୍କ ମା’ଙ୍କ ପାଇଁ କିଛି କରିବାକୁ ଚାହଁୁଛନ୍ତି। ସମ୍ଭବତଃ ଚଳିତ ମାସରେ ନିଜ ଜନ୍ମଦାତ୍ରୀ ମା’ଙ୍କୁ ଭେଟିବା ଲାଗି ମମତା ପୁରୀ ଆସିବେ। ତେଣୁ ତାଙ୍କ ମା’ ବାସନ୍ତୀଙ୍କ ସହିତ ଯୋଗାଯୋଗ କରିବାକୁ ପୁରୀ ଚାଇଲ୍ଡ ଲାଇନ ଉଦ୍ୟମ ଜାରି ରଖିଛି ବୋଲି ନିର୍ଦ୍ଦେଶକ ରଥ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri