Categories: ଫୁରସତ

୧୪ ବର୍ଷ ପରେ ଲୋଗୋ ପରିବର୍ତ୍ତନ କଲା ପେପ୍‌ସୀ, କାରଣ ଜାଣିଲେ…

ଆମେ ଯେତେବେଳେ କ୍ଳାନ୍ତ ହୋଇଥାଉ କିମ୍ବା ହୋଟେଲରେ ଖାଇଥାଉ ସେତେବେଳେ କିଛି ଥଣ୍ଡା ପାନୀୟ ଗ୍ରହଣ କରିଥାଉ। ଅନେକ କମ୍ପାନୀ ଥଣ୍ଡା ପାନୀୟ ତିଆରି କରନ୍ତି। କିଛି ଲୋକ ପେପ୍‌ସୀକୁ ଅଧିକ ପସନ୍ଦ କରନ୍ତି। ଏହା ପଛର କାରଣ ହେଉଛି ଏହି କମ୍ପାନୀ ବହୁତ ପୁରୁଣା। ଯଦି ଦେଖାଯାଏ, ଆଜି ପେପ୍‌ସୀ କମ୍ପାନୀ ସମଗ୍ର ବିଶ୍ୱରେ ଏକ ପ୍ରସିଦ୍ଧ କମ୍ପାନୀ। ଏହା ଅନେକ ବ୍ରାଣ୍ଡ ତିଆରି କରିଛି। ପେପ୍‌ସୀ ସେମାନଙ୍କ ମଧ୍ୟରୁ ଗୋଟିଏ। ନିକଟରେ ପେପ୍‌ସୀ କମ୍ପାନୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ଏହି କମ୍ପାନୀ ଏହାର ଲୋଗୋ ବଦଳାଇ ଦେଇଛି।

ପେପ୍‌ସୀ ବିଶ୍ୱର ଏକ ନମ୍ବର ସଫ୍ଟ ପାନୀୟ କମ୍ପାନୀ। ଏହାର ଲୋଗୋ ଏବଂ ଭିଜୁଆଲ ପରିଚୟ ପ୍ରଣାଳୀକୁ ୧୪ ବର୍ଷ ପରେ ସର୍ବଭାରତୀୟ ସ୍ତରରେ ପରିବର୍ତ୍ତନ କରିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଲୋଗୋକୁ ଡିଜାଇନ କରିଛି। ସୋସିଆଲ ମିଡିଆରେ ଏହି ଲୋଗୋ ଉପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ପେପ୍‌ସୀର ନୂଆ ଲୋଗୋ ଅନେକ ଉପାୟରେ ବହୁତ ସ୍ବତନ୍ତ୍ର। ବିଶ୍ୱକୁ ଧ୍ୟାନରେ ରଖି କମ୍ପାନୀ ଏହି ଲୋଗୋ ତିଆରି କରିଛି। ଏଥିରେ ପେପ୍‌ସୀ ବ୍ରାଣ୍ଡର କେୟାର ନିଆଯାଇଛି। ରଙ୍ଗ ବିଷୟରେ କହିବାକୁ ଗଲେ, ଏଥର ଲୋଗୋରେ ଇଲେକ୍ଟ୍ରିକ୍‌ ନୀଳ ଏବଂ କଳା ରଙ୍ଗ ବ୍ୟବହାର କରାଯାଇଛି। ଆଧୁନିକ, କଷ୍ଟମ ଟାଇଫେସ ବ୍ରାଣ୍ଡର ଆତ୍ମବିଶ୍ୱାସ ଏବଂ ମାନସିକତାକୁ ପ୍ରତିଫଳିତ କରେ। ଏହି ନୂତନ ଲୋଗୋ ମାଧ୍ୟମରେ କମ୍ପାନୀ ଜନସାଧାରଣଙ୍କ ଉପରେ ଆତ୍ମବିଶ୍ୱାସ ବଜାୟ ରଖିବାକୁ ଚାହୁଁଛି।

ଏହି ଲୋଗୋକୁ ପେପ୍‌ସୀର କ୍ରିଏଟିଭ ହେଡ୍‌ ଟଡ କପ୍‌ଲାନ ଶେୟାର କରିଛନ୍ତି। ଅନେକ ୟୁଜର ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବହୁତ ସୁନ୍ଦର ଦେଖାଯାଉଛି। ଅନ୍ୟ ଜଣେ ଲେଖିଛନ୍ତି, ଏହି ଲୋଗୋ ଦେଖିବା ପରେ ଭଲ ଅନୁଭବ କରୁଛନ୍ତି।

Share