Categories: ଜାତୀୟ

୧୨୪ ଦିନ ପରେ ପ୍ରଶାନ୍ତ ମହାସାଗରରେ ଖସିଲା ଚନ୍ଦ୍ରୟାନ-୩ ଭଗ୍ନାବଶେଷ…

ହାଇଦ୍ରାବାଦ,୧୬।୧୧ : ଇସ୍ରୋର ଐତିହାସିକ ପ୍ରକଳ୍ପ ଚନ୍ଦ୍ରୟାନ-୩ ବିଷୟରେ ଏକ ନୂତନ ଅପଡେଟ ପ୍ରକାଶ ପାଇଛି। ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି। ୧୪ ଜୁଲାଇ ୨୦୨୩ ରେ ଚନ୍ଦ୍ରୟାନ-୩କୁ ପୃଥିବୀଠାରୁ ୩୬ ହଜାର କିଲୋମିଟର ଦୂରକୁ ପଠାଯାଇଥିଲା। ଏହାର ଲଞ୍ଚର୍‌ ବର୍ତ୍ତମାନ ଖସିପଡିଛି। ଗୁରୁବାର ଭୋର ପ୍ରାୟ ୨ଟା ୩୦ସମୟରେ ଲଞ୍ଚରର ଏକ ଅଂଶ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଆମେରିକା ନିକଟ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସି ପଡିଛି।

ଏହା ଏଲଭିଏମ-୩ ଏମ-୪ ରକେଟର କ୍ରାୟୋଜେନିକ ଅଂଶ। ନାସାର ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି। ଏହା ପ୍ରଶାନ୍ତ ମହାସାଗରର କେଉଁ ଅଞ୍ଚଳରେ ପଡିଛି ତାହା ମଧ୍ୟ ଚିହ୍ନଟ କରାଯାଇଛି।

ଲଞ୍ଚ ହେବା ପରେ ଚନ୍ଦ୍ରୟାନଠାରୁ ଅଲଗା ହେବା ମାତ୍ରେ ଲଞ୍ଚର୍‌ ପୃଥିବୀ ଚାରିପଟେ ଘୂରି ବୁଲୁଥିଲା। ସେ ଧୀରେ ଧୀରେ ପୃଥିବୀର ନିକଟତର ହେବାକୁ ଲାଗିଥିଲା।

୧୫-୧୬ ନଭେମ୍ବର ୨୦୨୩ ଭୋରରେ, ଏହି ଅଂଶ ଆମେରିକାର ଉପକୂଳବର୍ତ୍ତୀ ଉତ୍ତର ପ୍ରଶାନ୍ତ ମହାସାଗରରେ ପଡିଛି। ଉତ୍ତର ଆମେରିକୀୟ ଏରୋସ୍ପେସ ଡିଫେନ୍ସ କମାଣ୍ଡ ଏହାକୁ ଟ୍ରାକିଂ କରିଥିଲା। ଟ୍ରାକିଂ କରିବା ପରେ, ଇସ୍ରୋ ସହିତ କଥା ହୋଇଥିଲେ ଏବଂ ମହାକାଶରୁ ପୃଥିବୀ ଆଡକୁ ଆସୁଥିବା ଲଞ୍ଚରକୁ ଚିହ୍ନଟ କରିଥିଲେ ଏବଂ ଏହା ସମୁଦ୍ରରେ ପଡ଼ିବା ପରେ ଇସ୍ରୋ ମଧ୍ୟ ଏହା ନିଶ୍ଚିତ କରିଥିଲା।

 

Share