Posted inଖେଳ

୧୨ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୩।୬: ଟି-୨୦ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ୩ଟି ସୁପର ଓଭର ମ୍ୟାଚ ହୋଇଛି। ତୃତୀୟ ସୁପର ଓଭର ଟି-୨୦ ବିଶ୍ୱକପ ୨୦୨୪ରେ ହୋଇଛି। ଏଥିରେ ନାମିବ୍ୟା ଓମାନକୁ ସୁପର ଓଭରରେ ପରାସ୍ତ କରିଥିଲା। ୧୨ ବର୍ଷ ପରେ ଟି-୨୦ ବିଶ୍ୱକପରେ ସୁପର ଓଭର ଘଟିଛ। ଶେଷ ସୁପର ଓଭର ୨୦୧୨ରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଦଳ ହେଉଛି ଏକମାତ୍ର ଦଳ ଯିଏକି ଟି -୨୦ ବିଶ୍ୱକପରେ ଦୁଇଟି ସୁପର ଓଭର ମ୍ୟାଚ ଖେଳିଛନ୍ତି ଏବଂ ଉଭୟ ଥର ପରାଜୟର ସାମ୍ନା କରିବାକୁ ପଡିଛି।
ଟି-୨୦ ବିଶ୍ୱକପରେ ପ୍ରଥମ ସୁପର ଓଭର ୨୭ ସେପ୍ଟେମ୍ବର ୨୦୧୨ରେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୭୪ ରନ ସଂଗ୍ରହ କରିଥିଲା। ଏହା ପରେ ଶ୍ରୀଲଙ୍କା ମଧ୍ୟ ବ୍ୟାଟିଂ ବେଳେ ୧୭୪ ରନ ସଂଗ୍ରହ କରିଥିଲା। ତା’ପରେ ମ୍ୟାଚ ସୁପର ଓଭରରେ ହେଲା। ଶ୍ରୀଲଙ୍କା ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ୧୩ ରନ ସ୍କୋର କରିଥିଲା ଏବଂ ଜିତିବା ପାଇଁ କିୱି ଦଳକୁ ୧୪ ରନ ଲକ୍ଷ୍ୟ ଦେଇଥିଲା। ନ୍ୟୁଜିଲାଣ୍ଡ ଦଳ ସୁପର ଓଭରରେ ମାତ୍ର ୭ ରନ ସ୍କୋର କରିପାରିଥିଲା।
ଏହା ପରେ ଦ୍ୱିତୀୟ ସୁପର ଓଭର ମଧ୍ୟ ଟି-୨୦ ବିଶ୍ୱକପ ୨୦୧୨ରେ ଘଟିଥିଲା। ତା’ପରେ ୱେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୩୯ ରନ ସ୍କୋର କରିଥିଲା। ତା’ପରେ ନ୍ୟୁଜିଲାଣ୍ଡ ମଧ୍ୟ ୧୩୯ ରନ ସ୍କୋର କରିଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ପାଇଁ ରସ ଟେଲର ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ କାରଣରୁ କିୱି ଦଳ ସୁପର ଓଭରରେ ୧୭ ରନ ସ୍କୋର କରିବାରେ ସଫଳ ହୋଇଥିଲା ଏବଂ ୱେଷ୍ଟଇଣ୍ଡିଜ ଜିତିବା ପାଇଁ ୧୮ ରନ ଲକ୍ଷ୍ୟ ହାସଲ କରିଥିଲା। ଏହା ପରେ ୱେଷ୍ଟଇଣ୍ଡିଜ ଗୋଟିଏ ଓଭରରେ ୧୯ ରନ ସ୍କୋର କରି ମ୍ୟାଚ ଜିତିଥିଲା। ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଦୁଇଟି ସୁପର ଓଭର ଖେଳିଥିଲା ଏବଂ ଦଳକୁ ଉଭୟ ପରାଜୟର ସାମ୍ନା କରିବାକୁ ପଡିଥିଲା।
ନାମିବ୍ୟା ଏବଂ ଓମାନ ମଧ୍ୟରେ ଟି-୨୦ ବିଶ୍ୱକପ ଇତିହାସରେ ତୃତୀୟ ସୁପର ଓଭର ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଓମାନ ଦଳ ପ୍ରଥମେ ବ୍ୟାଟିଂ କରି ୧୦୯ ରନ ସଂଗ୍ରହ କରିଥିଲା। ଲାଗୁଥିଲା ଯେ ନାମିବ୍ୟା ଦଳ ସହଜରେ ମ୍ୟାଚ ଜିତିବ। କିନ୍ତୁ ଓମାନ କଡ଼ା ମୁକାବିଲା କରିଥିଲେ ଏବଂ ନାମିବ୍ୟା ଦଳ ମଧ୍ୟ ମାତ୍ର ୧୦୯ ରନ ସ୍କୋର କରିପାରିଥିଲା।
ଏହା ପରେ ସୁପର ଓଭରରେ ନାମିବ୍ୟା ଦଳ ପ୍ରଥମେ ବ୍ୟାଟିଂ କରି ୨୧ ରନ ସଂଗ୍ରହ କରିଥିଲା। ତା’ପରେ ନାମିବ୍ୟା ବୋଲର ଡେଭିଡ ୱିସେ ସୁପର ଓଭରରେ ଭଲ ବୋଲିଂ କରିଥିଲେ, ଯେଉଁ କାରଣରୁ ଓମାନ ଦଳ ମାତ୍ର ୧୦ ରନ ସ୍କୋର କରିପାରିଥିଲା। ଏହିପରି ନାମିବ୍ୟା ଦଳ ସୁପର ଓଭରରେ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri