୧୧ ଦିନ ପରେ ବର୍ଷା, ଚାଷୀ ସାମାନ୍ୟ ଆଶ୍ୱସ୍ତ

ଉମରକୋଟ,୧୮।୮(ସନ୍ତୋଷ ଶତପଥୀ) : ଶ୍ରାବଣ ମାସରେ ପ୍ରବଳ ବର୍ଷା ହେବା କଥା। କିନ୍ତୁ ଚଳିତ ବର୍ଷ ବର୍ଷା ଉଭାନ ପ୍ରାୟ। ଦୀର୍ଘ ୧୧ ଦିନ ପରେ ନବରଙ୍ଗପୁର ଜିଲା ଉମରକୋଟରେ ଗୁରୁବାର ବର୍ଷା ହୋଇଛି। ବର୍ଷା ନ ଥିବାରୁ ଧାନଜମିଗୁଡ଼ିକ ଫାଟି ଆଁ କରିଥିଲା। ରୁଆ ସରିଥିବା ୪୦ ଭାଗର ଊଦ୍ଧର୍‌ବ ଜମିରେ ପାଣି ଅଭାବରୁ ତଳିଗୁଡ଼ିକ ହଳଦିଆ ପଡ଼ିବାକୁ ବସିଥିଲା। ଏପରି କି ୨୦ ଭାଗ ଜମିରେ ପାଣି ନ ଥିବାରୁ କାଦୁଅ ହୋଇପାରୁନି। ଫଳରେ ରୁଆ କାର୍ଯ୍ୟ ମଧ୍ୟ ସରି ନ ଥିଲା। ଏପରି ସ୍ଥିତିରେ ଗୁରୁବାର ହୋଇଥିବା ବର୍ଷା ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।
୧୧ ଦିନ ହେଲା ଉମରକୋଟରେ ବର୍ଷା ନ ଥିଲା। ଅଗଷ୍ଟ ୨ରେ ୧୯.୨ ମି.ମି. ବର୍ଷା ହେଇଥିବା ବେଳେ ୩ରେ ସର୍ବାଧିକ ୨୦.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ୪ରେ ୪.୮ ଓ ୫ରେ ୫.୧ ମି.ମି. ବର୍ଷା ଉମରକୋଟରେ ହେଇଥିବା ରେକର୍ଡ଼ କରାଯାଇଛି। ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ଉମରକୋଟରେ ବର୍ଷା ହୋଇନାହିଁ। କେତେଜଣ ଚାଷୀ ଜମି ଠିକ୍‌ ସେ କାଦୁଅ ନ କରି ମଧ୍ୟ ତଳି ରୋପଣ କରିଥିବା ଦେଖିବାକୁ ମିଳିଛି। ବର୍ଷା ଅଭାବରୁ ଜମି ଫାଟି ଆଁ କରିଥିଲା। ମଧ୍ୟମ କିସମ ଜମି ଓ ତଳିଆ ଜମିରେ ସାମାନ୍ୟ ଆଦର୍‌ରତା ଥିବାରୁ ଧାନ ଗଛ ସାମାନ୍ୟ ଠିକ୍‌ ଅଛି। କିନ୍ତୁ ଉଚ୍ଚ ଜମିରେ ଲାଗିଥିବା ଧାନଚାଷ ଅବସ୍ଥା ଅତ୍ୟନ୍ତ ଦୟନୀୟ। ଉମରକୋଟରେ ୩୦ ପ୍ରତିଶତ ବର୍ଷା କମ୍‌ ହୋଇଛି ବୋଲି ସହକାରୀ କୃଷୀ ଅଧିକାରୀ ନୀଳକଣ୍ଠ ପରିଡ଼ା କହିଛନ୍ତି।
ସମାନ ଅବସ୍ଥା ମକା ଫସଲରେ ମଧ୍ୟ ଦେଖିବାକୁ ମିଳିଛି। ପାଣି ଅଭାବରୁ ମକା ଗଛ ବଢ଼ିପାରିନାହିଁ। କିଛି ସ୍ଥାନରେ ମକା ଗଛ ହଳଦିଆ ହେବାକୁ ବସିଲାଣି। ସବୁଠାର ଚାଷୀକୁ ବିପଦ ମୁଖକୁ ଠେଲି ଦଲା ଭାସ୍କେଲ ଜଳସେଚନ ବିଭାଗ। ନିର୍ମାଣ ନାମରେ ଡ୍ୟାମ୍‌ର ପାଣିକୁ ତେଲ ନଦୀରେ ଛାଡ଼ିଦେଲେ। ବର୍ତ୍ତମାନ ଡ୍ୟାମ୍‌ରେ କମ୍‌ ପାଣି। ଉକ୍ତ ପାଣି କେବଳ ଉମରକୋଟ ସହର ଓ କିଛି ଆଖ ପାଖ ଅଞ୍ଚଳରେ ଥିବା ଜଳସେଚିତ ଜମିକୁ ପହଞ୍ଚତ୍ ପାରିଛି। ୫୦ପ୍ରତିଶତ ଜଳସେଚିତ ଜମିକୁ ଡ୍ୟାମ ପାଣି ପହଞ୍ଚତ୍ ପାରୁ ନ ଥିବା ଅଞ୍ଚଳର ବିଶିଷ୍ଟ ଚାଷୀ ତଥା ପୂର୍ବତନ ପାଣି ପଞ୍ଚାୟତର ସଭାପତି ସନ୍ତୋଷ ସୂତ୍ରଧର କହିଛନ୍ତି। ବ୍ୟାଙ୍କ ଓ ବ୍ୟବସାୟୀଙ୍କଠାରୁ ବିହନ ଓ ସାର ଉଧାରରେ ଆଣି ଚାଷ କାର୍ଯ୍ୟ କରିଥିବା ଚାଷୀ ବର୍ତ୍ତମାନ ଏହାକୁ କିପରି ସୁଝିବେ ଚିନ୍ତାରେ ଥିଲେ। ବର୍ଷା ଦେଖି ସେମାନେ ଖୁସି। ଏହି ସମୟରେ ରୁଆ ଆଦି କାମ କରାଯିବ ବୋଲି ସେମାନେ କହିଛନ୍ତି। ପ୍ରତିଦିନ ପ୍ରତି ଗ୍ରାମକୁ ଯାଇ ଚାଷର ସ୍ଥିତି ଅନୁଧ୍ୟାନ କରାଯାଉଛି ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇ ଜିଲା ପ୍ରଶାସନକୁ ଅବଗତ କରାଯାଉଛି ବୋଲି ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?