Posted inଜାତୀୟ

ଆଫ୍‌ତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ କରାଇଲା ପୋଲିସ

ନୂଆଦିଲ୍ଲୀ,୨୩।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ପୋଲିସ ହାଜତରେ ଥିବା ଆଫ୍‌ତାବ ପୁନାଓ୍ବାଲାଙ୍କ ମଙ୍ଗଳବାର ସନ୍ଧ୍ୟାରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଛି। ଇତିମଧ୍ୟରେ ଦିଲ୍ଲୀ ପୋଲିସ ପୂର୍ବରୁ ଦୁହେଁ ରହୁଥିବା ମେହରୁଲିସ୍ଥିତ ଭଡ଼ାଘର ବାଥ୍‌ରୁମ୍‌ରେ ରକ୍ତଦାଗ ସମେତ ଆଉ କେତେକ ପ୍ରମାଣ ପାଇଛି।
ହତ୍ୟା ଅଭିଯୁକ୍ତ ଆଫ୍‌ତାବଙ୍କୁ ଦିଲ୍ଲୀ ପୋଲିସ ମଙ୍ଗଳବାର ସାକେତ କୋର୍ଟରେ ହାଜର କରାଇ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଅନୁମତି ମାଗିଥିଲା। ବିଚାରପତି ବିଜୟଶ୍ରୀ ରାଠୋର ଆଫ୍‌ତାବଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ। ତଦନ୍ତକାରୀ ଅଧିକାରୀ ଦର୍ଶାଇଥିବା କାରଣ ମୁତାବକ ଅଧିକ ତଦନ୍ତ ପାଇଁ ଆଫ୍‌ତାବଙ୍କୁ ନଭେମ୍ବର ୨୬ ପର୍ଯ୍ୟନ୍ତ ରିମାଣ୍ଡରେ ରଖିବାକୁ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅବିରଳ ଶୁକ୍ଳା ପୋଲିସକୁ ଅନୁମତି ପ୍ରଦାନ କରିଥିଲେ। ସେହିପରି ଆଫ୍‌ତାବଙ୍କୁ ଆଇନଜୀବୀ ଅବିନାଶ କୁମାର ଦେଇଥିବା ଆଇନଗତ ସହାୟତାକୁ ନେଇ କୋର୍ଟ ସନ୍ତୋଷ ବ୍ୟକ୍ତ କରିଥିଲେ। କୋର୍ଟରେ ଆଫ୍‌ତାବ ଦୋଷ ସ୍ବୀକାର କରିଥିବାବେଳେ ଓକିଲ ଅବିନାଶ କୁମାର କହିଛନ୍ତି, ତାଙ୍କ ମହକିଲ ତଦନ୍ତରେ ପୋଲିସକୁ ସହଯୋଗ କରୁଛନ୍ତି। ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ନେଇ କୋର୍ଟରେ ଆଫ୍‌ତାବ ଦୋଷ ସ୍ବୀକାର କରିନାହାନ୍ତି। ୨୮ ବର୍ଷୀୟ ଆଫ୍‌ତାବ ତାଙ୍କ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ଗତ ମେ’ ୧୮ରେ ମେହରୁଲିର ଏକ ଆପାର୍ଟମେଣ୍ଟରେ ତଣ୍ଟିଚିପି ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଥିବା ନେଇ ଦୋଷ ମାନିଥିବା ଦିଲ୍ଲୀ ପୋଲିସ କହିଥିଲା। ପଲିଗ୍ରାଫ୍‌ ଟେଷ୍ଟ ଦିନେରୁ ଦୁଇଦିନ ଚାଲିବା ପରେ ପୋଲିସ ତାଙ୍କର ନାର୍କେ ଟେଷ୍ଟ କରି ସତ ବାହାର କରିବ। ତେବେ ଏହି ପରୀକ୍ଷାରୁ ମିଳୁଥିବା ପ୍ରମାଣ ଆଧାରରେ କେବଳ ପୋଲିସ ନିଜ ତଦନ୍ତକୁ ଆଗକୁ ବଢ଼ାଇପାରିବ। ଏହା କୋର୍ଟରେ ଗ୍ରହଣୀୟ ନୁହେଁ ବୋଲି ଫରେନ୍ସିକ୍‌ ସାଇନ୍ସ ଲାବରେଟୋରିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri