Categories: ଜାତୀୟ

ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪…

ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲାଙ୍କୁ ତିହାର ଜେଲରେ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଏହା ସହିତ ଏବେ ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪ । ଆଫତାବଙ୍କ ଉପରେ ସିସିଟିଭି ଦ୍ୱାରା ୨୪ ଘଣ୍ଠିଆ ତୀକ୍ଷ୍‌ଣ ନଜର ରଖାଯିବ। ଏହା ସହିତ ଜେଲର କର୍ମଚାରୀମାନେ ତାଙ୍କ ଉପରେ ନଜର ରଖିବେ। ଜେଲରେ ତାଙ୍କୁ ଅଧିକ ଚଳପ୍ରଚଳ ହେବାକୁ ଅନୁମତି ଦିଆଯିବ ନାହିଁ।

ଶ୍ରଦ୍ଧାଙ୍କୁ କ୍ରୋଧ ବଶତଃ ହତ୍ୟା କରାଯାଇ ନାହିଁ ବଂର ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛିି ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ଜଙ୍ଗଲରୁ ମିଳିଥିବା ହାଡ଼ଗୁଡ଼ିକ ଶ୍ରଦ୍ଧାଙ୍କର ଅଟେ । ଶ୍ରଦ୍ଧାଙ୍କ ପିତାଙ୍କ ରକ୍ତ ନମୁନାର ଡିଏନଏ ଏବଂ ମିଳିଥିବା ହାଡର ନମୁନା ମେଳ ଖାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି କି ନାହିଁ ତାହା ଏକ ବଡ ପ୍ରଶ୍ନ ଥିଲା, ଯଦିଓ ବର୍ତ୍ତମାନ ଫୋରେନସିକ ଅନୁସନ୍ଧାନରେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି ବୋଲି ଉତ୍ତର ମିଳିଛି। ଫୋରେନସିକ ଟିମ ଦିଲ୍ଲୀ ପୋଲିସକ ମୌଖିକ ସୂଚନା ଦେଇଛି। ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କିଛି ଦିନ ଲାଗିପାରେ। ଅନୁସନ୍ଧାନରେ ଶ୍ରଦ୍ଧାଙ୍କ ଦେହରେ କଟା ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ଏଥି ସହିତ ପୋଲିସ ବର୍ତ୍ତମାନ ଏଫଏସଏଲର ଅନ୍ତିମ ରିପୋର୍ଟକୁ ଅପେକ୍ଷା କରିଛି।

Share