ନୂଆଦିଲ୍ଲୀ,୧୭।୧୧ ପ୍ରେମିକା ସନ୍ଧ୍ୟା ଓ୍ବାଲକରଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଅଭିଯୋଗରେ ଗିରଫ ହୋଇଥିବା ଆଫତାବଙ୍କ ରିମାଣ୍ଡ ଅବଧି ବୃଦ୍ଧି ହୋଇଛି। ଗୁରୁବାର ଦିଲ୍ଲୀର ଏକ ଅଦାଲତ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୫ ଦିନ ବଢ଼ାଇ ଦେଇଛନ୍ତି।
ସାକେତ୍ ଜିଲା କୋର୍ଟରେ ତାଙ୍କୁ ଭର୍ଚୁଆଲ ମାଧ୍ୟମରେ ହାଜର କରାଯାଇଥିଲା। ଆଫତାବଙ୍କୁ ମୃତ୍ୟୁଦଣ୍ଡ ଦେବା ଦାବିରେ କୋର୍ଟ ବାହାରେ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷେ ଆଫତାବ ଅମିନ୍ ପୁନାଓ୍ବାଲାଙ୍କ ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡିଛି। ଏଥିପାଇଁ ପୋଲିସ ପକ୍ଷରୁ ବୁଧବାର କରାଯାଇଥିବା ଆବେଦନକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି।


