Categories: ଜାତୀୟ

ଆଫତାବଙ୍କୁ ଫାଶୀ ମିଳୁ: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ,୧୦ା୧୨: ଦିଲ୍ଲୀରେ ଲିଭ୍‌-ଇନ୍‌-ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ୩୫ ଖଣ୍ଡ କରିଥିବା ଆଫତାବ ପୁନାଓ୍ବାଲାଙ୍କୁ ଫାଶୀ ଦିଆଯାଉ ବୋଲି ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାଲ୍‌କର ଶୁକ୍ରବାର ଦାବି କରିଛନ୍ତି। ଏହି ହତ୍ୟାକାଣ୍ଡରେ ଆଫତାବଙ୍କ ସହ ଅନ୍ୟ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ଭେଟିବା ପରେ ସେ ଏକ ଖବରଦାତା ସମ୍ମିଳନୀରେ ଉପରୋକ୍ତ ଦାବି ଉଠାଇଥିଲେ। ଶ୍ରଦ୍ଧାଙ୍କ ଅଭିଯୋଗ ସତ୍ତ୍ୱେ ତଦନ୍ତରେ ବିଳମ୍ବ କରିଥିବା ପୋଲିସଙ୍କ ବିରୋଧରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ। କାରଣ ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ତାଙ୍କ ଝିଅ ମରି ନ ଥାନ୍ତା ବୋଲି ବିକାଶ କହିଛନ୍ତି। ଆଫତାବ୍‌ ୬ ମାସ ହେଲା ମାଡ଼ ମାରିବା ସହ ନିଃଶ୍ୱାସ ବନ୍ଦ କରି ହତ୍ୟା କରିବାକୁ ଉଦ୍ୟମ କରିଥିବା ସମ୍ପର୍କରେ ଶ୍ରଦ୍ଧା ୨୦୨୦ ନଭେମ୍ବରରେ ଟୁଲିଞ୍ଜ୍‌ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଶୁକ୍ରବାର ବିକାଶ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ଝିଅ ପାଇଁ ନ୍ୟାୟ ଦାବି କରିଥିଲେ। ନ୍ୟାୟ ପ୍ରଦାନ ଲାଗି ଫଡ୍‌ନବିସ୍‌ଙ୍କ ସମେତ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଦକ୍ଷିଣ ଦିଲ୍ଲୀ ଡିସିପି ପ୍ରତିଶ୍ରୁତି ଦେଇଥିବା ବିକାଶ କହିଛନ୍ତି।

Share