ବଲିଉଡ ଅଭିନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ,୧୧।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତା ଅଫତାବ ଶିବଦାସାନୀ। ଏ ନେଇ ଅଫତାବ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ମୁଁ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରାଣ୍ଟାଇନରେ ରହିଛି ବୋଲି ସେ କହିଛନ୍ତି।

Share