Categories: ଜାତୀୟ

ଆସାମରୁ ଏଏଫ୍‌ଏସ୍‌ପିଏ ସମ୍ପୂର୍ଣ୍ଣ ଉଠିବ

ନୂଆଦିଲ୍ଲୀ, ୨୩ା୫: ଆସାମ ଆଇନ ଶୃଙ୍ଖଳା ସ୍ଥିତିରେ କ୍ରମାଗତ ଭାବେ ଉନ୍ନତି ଘଟୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ସମଗ୍ର ରାଜ୍ୟରୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପ୍ରତ୍ୟାହୃତ ହେବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର କହିଛନ୍ତି। ଏଏଫ୍‌ଏସ୍‌ପିଏରେ ସେନାକୁ ମିଳିଥିବା ସ୍ବତନ୍ତ୍ର କ୍ଷମତା ବଳରେ ଏହା ବିନା ଓ୍ବାରେଣ୍ଟରେ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିବ ଏବଂ ଯେକୌଣସି ସ୍ଥାନରେ ପ୍ରବେଶ କରି ତଲାସି ନେଇପାରିବ। ଡେର୍‌ଗାଁଓସ୍ଥିତ ପୋଲିସ ଟ୍ରେନିଂ ସେଣ୍ଟରରେ କମାଣ୍ଟାଣ୍ଟମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଶର୍ମା କହିଛନ୍ତି, ଏଏଫ୍‌ଏସ୍‌ପିଏ ପ୍ରତ୍ୟାହାର ହେବା ପରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ବଦଳରେ ଆସାମ ପୋଲିସ ବାଟାଲିୟନ ରାଜ୍ୟର ସୁରକ୍ଷା ଓ ଆଇନ ଶୃଙ୍ଖଳାର ପୂର୍ଣ୍ଣ ଦାୟିତ୍ୱ ନେବ।

Share