Categories: ଖେଳ

ଆଇପିଏଲ୍‌କୁ ନେଇ ଆଫ୍ରିଦିଙ୍କ କଟାକ୍ଷ: ସିରିଜ ମଝିରୁ ଖେଳାଳିଙ୍କୁ ଛାଡ଼ିବା…

ଲାହୋର,୯।୪: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କ୍ରିକେଟ ଦକ୍ଷିଣ ଆଫ୍ରିକା(ସିଏଏ) ପକ୍ଷରୁ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସିରିଜ ମଝିରୁ ଆଇପିଏଲ୍‌ ଖେଳିବା ପାଇଁ ପଠାଯିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ପରେ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍‌ ଡି କକ୍‌, କାଗିସୋ ରାବାଡା ଏବଂ ଏନ୍‌ରିଚ ନୌର୍ଟେଜେଙ୍କୁ ଆଇପିଏଲ୍‌ ଖେଳିବାକୁ ଅନୁମତି ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ଉପରେ ଏହା ପ୍ରଭାବ ପକାଉଛି ବୋଲି ଆଫ୍ରିଦି କଟାକ୍ଷ କରି କହିଛନ୍ତି। ସିରିଜର ମଝିରୁ ଖେଳାଳିଙ୍କୁ ଆଇପିଏଲ୍‌ ଖେଳିବାକୁ ପଠାଯାଉଛି। ଏହା ଦୁଃଖଦ ବିଷୟ। କାରଣ ଟି-୨୦ ଲିଗ୍‌ ଅନ୍ତର୍ଜାତୀୟ କ୍ରିକେଟ ଉପରେ ପ୍ରଭାବ ପକାଉଛି। ଏହାର ପୁନର୍ବିଚାର କରାଯିବା ଉଚିତ ବୋଲି ଟୁଇଟ କରି କ୍ରିକେଟର କହିଛନ୍ତି।

Share