ହାତୀ ଭୟ ଥିବା ବରଗଛ ତଳେ ରହୁଛନ୍ତି ଗହଳ

ଲୋଇସିଂହା,୩୦।୫ (ସୁଶାନ୍ତ ବାରିକ)ଗହଳ ବରିହା, ବୟସ ୮୧ ା ଘର ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳୀପାଲି ଗ୍ରାମରେ ା ଗହଳଙ୍କର କୌଣସି ସନ୍ତାନ ସନ୍ତତି ନ ଥିବାରୁ ସ୍ବାମୀ ହାଡୁ ବରିହାଙ୍କ ମୃତ୍ୟୁ ପରେ ନିଃସଙ୍ଗ ଜୀବନ ବିତାଉଛନ୍ତି ା ବୟସ ଅଧିକ ହୋଇ ଯାଇଥିବା ବେଳେ ଉପଯୁକ୍ତ ଚିକିତ୍ସା ଅଭାବରୁ ଚଲାବୁଲା କରି ପାରୁନାହାନ୍ତି ା ଏପରି ପରିସ୍ଥିତିରେ ପାଣି ସଂଗ୍ରହ କରିବା ଓ ପେଟପୁରା ଗଣ୍ଡେ ଖାଇବାକୁ ନ ପାଇ ଭାଗ୍ୟକୁ ଆଦରି ପଡି ରହିଛନ୍ତି ା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ସେ ଘରେ ରହି ନ ପାରି ଘର ସମ୍ମୁଖରେ ଥିବା ବରଗଛ ତଳେ ଆଶ୍ରୟ ନେଇଛନ୍ତି ା ହାତୀ ଉପଦ୍ରବ ଅଞ୍ଚଳରେ ଖୋଲା ଆକାଶ ତଳେ ବୃଦ୍ଧା ଜଣକ ରହୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। କିଛିଦିନ ତଳେ ଗ୍ରାମର କେତେଜଣ ମହିଳା କେନ୍ଦୁପତ୍ର ସଂଗ୍ରହ ପାଇଁ ଯାଇଥିବା ବେଳେ ୩ ଟିକିଆ ହାତୀ ପଲ ଦେଖି ଜଙ୍ଗଲରୁ ଫେରି ଆସିଥିଲେ। ଅପରପକ୍ଷରେ ସେ ୫ ଦିନ ହେଲା ଖିଆପିଆ କରି ନ ଥିବାରୁ ଅନାହାର ମୃତ୍ୟୁ ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ଗହଳଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି ା ସେହି ଘରେ ସେ ଏକାକୀ ରହୁଛନ୍ତି ା ଗଁାରେ ଘରକୁ ଘର ଟ୍ୟାପ୍‌ ପାଣି ସଂଯୋଗ ବେଳେ ସଂପୃକ୍ତ ବୃଦ୍ଧାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିଲା ା ସେତେବେଳେ ଆଉ କେତେ ଦିନ ବା ସେ ବଞ୍ଚତ୍ବେ, ଗୋଟିଏ କନେକସନ ବେକାର ଯିବ ା ଏପରି ମନ୍ତବ୍ୟ ଦେଇ ଠିକା ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗହଳଙ୍କ ଘରକୁ ପାଇପ ଜଳ ସଂଯୋଗ ଦିଆଯାଇ ନ ଥିଲା ା ଏ ସଂକ୍ରାନ୍ତରେ ‘ପାଇପ୍‌ ଜଳ ସଂଯୋଗରୁ ବଞ୍ଚତ୍ତ ବୃଦ୍ଧା ଗହଳ’ ଶୀର୍ଷକ ଏକ ଖବର ଧରିତ୍ରୀରେ ଏପ୍ରିଲ ୨୯ରେ ପ୍ରକାଶ ପାଇଥିଲା ା ଏହାପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇ ସଂପୃକ୍ତ ବୃଦ୍ଧାଙ୍କୁ ପାଇପ ଜଳ ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଛି। କିନ୍ତୁ ପାଇପ ଅଭାବ ଦର୍ଶାଇ ବୃଦ୍ଧାଙ୍କ ଘର ଠାରୁ ପ୍ରାୟ ୧୫ ରୁ ୨୦ ମିଟର ଦୂରରେ ଗାଁ ସ୍କୁଲ ପାଚେରିରେ ଏକ ଟ୍ୟାପ୍‌ ବସାଯାଇଛି ା ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରୁଥିବା ସଂପୃକ୍ତ ବୃଦ୍ଧାଙ୍କ ପ୍ରତି ଠିକା ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗର ଏପରି ମନୋଭାବ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ବୁଧବାର ଏ ସମ୍ପର୍କରେ ସଂପୃକ୍ତ ବୃଦ୍ଧାଙ୍କୁ ଭେଟି ପଚାରିବାରେ କହିଥିଲେ, କିଛିଦିନ ତଳେ ପାଇପ ସଂଯୋଗ ପାଇଁ ଆସିଥିବା ବିଭାଗୀୟ କର୍ମଚାରୀଙ୍କୁ ନିଜର ସ୍ବାସ୍ଥ୍ୟବସ୍ଥା ଜଣାଇ ଘର ନିକଟରେ ଟ୍ୟାପ୍‌ ଲଗାଇବାକୁ ଅନୁରୋଧ କରିଥିଲି। ହେଲେ ଅଧିକ ପାଇପ ନାହିଁ କହି ଘର ପାଖ ସ୍କୁଲ ପାଚେରିରେ ଏକ ଟ୍ୟାପ୍‌ ବସାଇ ଚାଲି ଯାଇଥିଲେ ା କିନ୍ତୁ ସେଠାରୁ ପାଣି ଆଣିବା କଷ୍ଟକର ବୋଲି ସେ କହିଛନ୍ତି ା ବୟସ ଅଧିକ ହୋଇଥିବାରୁ ରାନ୍ଧି ଖାଇ ପାରୁନାହାନ୍ତି। ସେ ୫ ଦିନ ହେଲା କିଛି ଖାଇ ନ ଥିବା ବେଳେ ଖରାରେ ସିଝୁଥିବା କହିଛନ୍ତି ା ଖାଇବାକୁ ଦେବାକୁ କହି ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ପଞ୍ଚାୟତରୁ ମିଳୁଥିବା ପିଡିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ନେଇ ଯାଉଛନ୍ତି। ହେଲେ ଠିକ୍‌ ଭାବେ ଖାଇବାକୁ ଦେଉ ନ ଥିବା ସେ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଅକ୍ଷୟ ପାଣି ଉଡୁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବ୍ଲକ ପ୍ରଶାସନ ପକ୍ଷରୁ ବୃଦ୍ଧାଙ୍କୁ ସମସ୍ତ ସୁବିଧା ଦିଆଯାଉଛି। ପାଣି ଟ୍ୟାପ୍‌ ଘର ନିକଟରେ କରିବାକୁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଜିଲାପାଳ ସଂପୃକ୍ତ ବୃଦ୍ଧାଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri