Posted inଖେଳ

ଆଫଗାନିସ୍ତାନର ଅଭିଯାନ ଶେଷ: ଷଷ୍ଠରେ ରହି ସନ୍ତୁଷ୍ଟ

ଅହମଦାବାଦ, ୧୧।୧୧ ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ୩ ଥର ବିପର୍ଯ୍ୟୟ ଘଟାଇ ଟିପ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହେଉଥିବା ଆଫଗାନିସ୍ତାନ ୯ ମ୍ୟାଚରୁ ୫ମ ପରାଜୟ ସହ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ରହିଛି। ଅନ୍ୟପକ୍ଷେ ବିଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଦକ୍ଷିଣ ଆଫ୍ରିକା। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ୫୦ ଓଭରରେ ୨୪୪ ରନ୍‌ କରି ଅଲ୍‌ଆଉଟ ହୋଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୭.୩ ଓଭରରେ ୫ ଉଇକେଟ ହରାଇ ୨୪୭ ରନ ସଂଗ୍ରହ କରି ନେଇଥିଲା। ଅପରାଜିତ ୭୬ ରନ୍‌ର ଇନିଂସ ପାଇଁ ଦକ୍ଷିଣ ଆଫ୍ରିକାର ରସି ଭାନ୍‌ ଡର୍‌ ଡୁସେନ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ପୂର୍ବ ମ୍ୟାଚରେ ଭାରତଠାରୁ ହାରିଥିବା ଦକ୍ଷିଣ ଆଫ୍ରିକା ଏଠାରେ ବିଜୟ ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ପୂର୍ବରୁ ମନୋବଳ ଦୃଢ଼ କରିଛି। ଏହି ଦଳ ୯ ମ୍ୟାଚରୁ ୭ ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ଓପନିଂ ଯୋଡ଼ିରେ ୪୧ ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ପତନ ଯୋଗୁ ବଡ଼ ସ୍କୋର କରିପାରି ନ ଥିଲା। ଆଜମତୁଲ୍ଲା ଓମାରଜାଇ ଶେଷ ପର୍ଯ୍ୟନ୍ତ ଏକାକୀ ଲଢ଼େଇ କରି ଅପରାଜିତ ରହିଥିଲେ। ତାଙ୍କୁ ବାଦ୍‌ ଦେଲେ ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରି ନ ପାରିବାରୁ ଦଳ ଅଲ୍‌ଆଉଟ ହୋଇ ଯାଇଥିଲା। ରହମଦ ଶାହା ଓ ନୁର ଅହମଦ ୨୬ ରନ ଲେଖାଏ ଏବଂ ଓପନର ରମାନତୁଲ୍ଲା ଗୁରବାଜ ୨୫ ରନ କରିବାକୁ ସକ୍ଷମ ହୋଇଥିଲେ। ୧୦୭ ବଲ୍‌ର ସମ୍ମୁଖୀନ ହୋଇଥିବା ଓମାରଜାଇ ୭ ଚୌକା ଓ ୩ ଛକା ସହାୟତାରେ ୯୭ ରନରେ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ବୋଲରଙ୍କ ମଧ୍ୟରେ ଗେରାଲ୍ଡ କୋଜି ସର୍ବାଧିକ ୪ଟି, କେଶବ ମହାରାଜ ଓ ଲୁନ୍‌ଗି ଏନଗିଡ଼ି ୨ଟି ଲେଖାଏ ଏବଂ ଆଣ୍ଡିଲେ ଫେଲୁକ୍ୱାୟୋ ଗୋଟିଏ ଉଇକେଟ ନେଇଥିଲେ।

ଆଫଗାନିସ୍ତାନ ପରି ଦକ୍ଷିଣ ଆଫ୍ରିକା ଓପନିଂ ଯୋଡ଼ିରେ ୬୪ ରନ୍‌ ଯୋଗକରି ଭଲ ଆରମ୍ଭ କରିଥିଲା। ମାତ୍ର ୨ ରନ ବ୍ୟବଧାନରେ ୨ଟି ଉଇକେଟ ପତନ ଏବଂ ମଧ୍ୟଭାଗରେ ଏଡେନ ମାରକ୍ରମ (୨୫), ହେନରିଚ୍‌ କ୍ଲାସେନ (୧୦) ଓ ଡେଭିଡ ମିଲର (୨୪)ଙ୍କ ବିଫଳତା ଯୋଗୁ ବିପଦ ମଧ୍ୟକୁ ଚାଲି ଆସିଥିଲା। ମାତ୍ର ରସି ଭାନ୍‌ ଡର୍‌ ଡୁସେନଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଏବଂ ଶେଷଭାଗରେ ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଉପଯୋଗୀ ୩୯ (୩୭ ବଲ, ୧ ଚୌକା, ୩ ଛକା) ରନ ଦଳକୁ ବିଜୟୀ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?