Posted inଖେଳ

ଆଫଗାନିସ୍ତାନର ବୃହତ୍‌ ବିଜୟ

ଗୁଏନା,୫ା୬(ପି.ଟି.): ଟି୨୦ ବିଶ୍ୱକପରେ ଉଗାଣ୍ଡା ବିପକ୍ଷରେ ୧୨୫ ରନର ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ୍‌ କରିଥିଲା। ଜବାବରେ ଫଜଲ୍ଲକ ଫାରୁକି ଚଳିତ ବିଶ୍ୱକପର ପ୍ରଥମ ୫ ଉଇକେଟ ସଫଳତା ନେବାରୁ ଉଗାଣ୍ଡା ମାତ୍ର ୫୮ ରନ୍‌ରେ ଅଲଆଉଟ ହୋଇଥିଲା। ପ୍ରୋଭିନ୍ସ ଷ୍ଟାଡିୟମରେ ଉଗାଣ୍ଡା ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନର ରହମାନୁଲ୍ଲା ଗୁରବାଜ(୭୬) ଓ ଇବ୍ରାହିମ୍‌ ଜଦ୍ରାନ(୭୦) ପ୍ରଥମ ଉଇକେଟରେ ୧୫୪ ରନ୍‌ ଯୋଡ଼ିଥିଲେ। ଗୁରବାଜ ୪୫ ବଲ୍‌ ଖେଳି ୪ଟି ଲେଖାଏ ଛକା ଓ ଚୌକା ମାରିଥିଲେ। ଅନ୍ୟପକ୍ଷରେ ଇବ୍ରାହିମ୍‌ ୪୬ ବଲ୍‌ ଖେଳି ୯ ଚୌକା ଓ ୧ ଛକା ମାରିଥିଲେ। ମାତ୍ର ୪ ବଲ୍‌ ଓ ୨ ରନ୍‌ ବ୍ୟବଧାନରେ ଉଭୟ ଓପନର ଆଉଟ ହେବା ପରେ ଆଫଗାନିସ୍ତାନର ରନ୍‌ ଗତି ସାମାନ୍ୟ ଧିମେଇ ଯାଇଥିଲା।୧୫ ଓଭରରେ ୧୫୦ ରନ୍‌ ପାର କରିଥିଲେ ମଧ୍ୟ ଦଳ ଅନ୍ତିମ ୫ ଓଭରରେ ମାତ୍ର ୩୩ ରନ୍‌ କରିଥିଲା। ନଜିବୁଲ୍ଲା ଜଦ୍ରାନ୍‌ ୨, ଗୁଲବଦିନ ନାଇବ ୪ ଓ ଅଜମତଉଲ୍ଲା ଓମାରଜାଇ ମାତ୍ର ୫ ରନ୍‌ କରିଥିଲେ। ମହମ୍ମଦ ନବି ୧୪ ଓ ରଶିଦ୍‌ ଖାନ୍‌ ୨ ରନ୍‌ରେ ଅପରାଜିତ ରହିଥିଲେ। ଉଗାଣ୍ଡା ପକ୍ଷରୁ ବ୍ରାୟାନ ମସାବା ଓ କସମାସ କ୍ୱଓ୍ବୋଟାଓ୍ବା ଦୁଇଟି ଲେଖାଏ, ଅଳ୍ପେଶ ରାମଜାନି ଗୋଟିଏ ଉଇକେଟ ନେଇଥିଲେ।
ଜବାବରେ ଉଗାଣ୍ଡା ୧୬ ଓଭରରେ ୫୮ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ରବିନସନ୍‌ ଓବୁୟା ସର୍ବାଧିକ ୧୪ ଓ ରିଜତ ଅଲୀ ଶାହ ୧୧ ରନ୍‌ କରିଥିଲେ। ଏହି ୨ ଖେଳାଳିଙ୍କୁ ବାଦ ଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଫଜଲ୍ଲକ ଫାରୁକି ଚଳିତ ବିଶ୍ୱକପର ପ୍ରଥମ ୫ ଉଇକେଟ ସଫଳତା ଅର୍ଜନ କରି ଉଗାଣ୍ଡାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବୀନ ଉଲ୍‌ ହକ ଓ ରଶିଦ୍‌ ଖାନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଫଜଲ୍ଲକ ଫାରୁକିଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା
ସଂକ୍ଷିପ୍ତ ସ୍କୋର
ଆଫଗାନିସ୍ତାନ ୨୦ ଓଭରରେ ୧୮୩/୫ (ରହମାନୁଲ୍ଲା ଗୁରବାଜ-୭୬, ଇବ୍ରାହିମ୍‌ ଜଦ୍ରାନ-୭୦, ମହମ୍ମଦ ନବି-୧୬, ବ୍ରାୟାନ ମସାବା-୨/୨୧, କସମାସ କ୍ୱଓ୍ବୋଟାଓ୍ବା-୨/୨୫, ଅଳ୍ପେଶ ରାମଜାନି-୧/୩୩)। ଉଗାଣ୍ଡା ୧୬ ଓଭରରେ ୫୮/୧୦ (ରବିନସନ୍‌ ଓବୁୟା-୧୪, ରିଜତ ଅଲୀ ଶାହ-୧୧,ଫଜଲ୍ଲକ ଫାରୁକି-୫/୯, ନବୀନ ଉଲ୍‌ ହକ-୨/୪, ରଶିଦ୍‌ ଖାନ-୨/୧୨)।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri