ଅଲ-ଜୱାହିରିଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ଆଫଗାନିସ୍ତାନ, ଉଡାଇଲା ସରଫରାଜଙ୍କ ହେଲିକପ୍ଟର!

କାବୁଲ,୨ ।୮: ଆତଙ୍କବାଦୀ ସଙ୍ଗଠନ ଅଲ କାଏଦାର ମୁଖ୍ୟ ଅୟମାନ ଅଲ-ଜୱାହିରିଙ୍କୁ ଆମେରିକା ନିହତ କରିଥିବା ଖବର ମଙ୍ଗଳବାର ସକାଳେ ମିଳିଥିଲା । ଆମେରିକା ଆତଙ୍କବାଦୀ ବିରୋଧୀ ଅଭିଯାନ ଆଧାରରେ ଅଲ ଜୱାହିରିଙ୍କୁ ନିହତ କରିଛି । ଇତିମଧ୍ୟରେ ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଆଫଗାନିସ୍ତାନ ତା’ର ଲିଡରର ପ୍ରତିଶୋଧ ନେବା ଲାଗି ଆଇଏସଆଇର ନିକଟତମ କମାଣ୍ଡର ସରଫରାଜଙ୍କ ହେଲିକପ୍ଟରକୁ ଉଡାଇ ଦେଇଛି । ଯେଉଁଥିରେ କମାଣ୍ଡର ସରଫରାଜଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଯେତେବେଳେ ଖବର ଆସିଥିଲା କି ଅଲ ଜୱାହିରିଙ୍କୁ ମାରିବା ଲାଗି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସର ହାତ ରହିଛି, ସେତେବେଳେ ଆଫଗାନିସ୍ତାନ ତା’ର କାର୍ଯ୍ୟ ଆରମ୍ଭ କରିଥିଲା ଓ କମାଣ୍ଡର ସରଫରାଜଙ୍କୁ ହେଲିକପ୍ଟର ସହ ଉଡାଇ ଦେଇଥିଲା ।
ସୂଚନାଯୋଗ୍ୟ, ନିହତ ହୋଇଥିବା କମାଣ୍ଡର ସରଫରାଜ ଆଇଏସର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ଓ ଡିଜିଏମଆଇ ପଦରେ ବି ରହି ସାରିଥିଲେ । ଏହି ଆକ୍ରମଣରେ ଆଫଗାନିସ୍ତାନକୁ ତହରିକ-ଏ-ତାଲିବାନ ପାକିସ୍ତାନ ଓ ଅନ୍ୟ ଆତଙ୍କବାଦୀ ସଙ୍ଗଠନ ସହଯୋଗ କରିଥିଲେ । ଅଲକାଏଦା ବଲୁଚ ଆତଙ୍କବାଦୀଙ୍କ ସହ ମିଶି ହେଲିକପ୍ଟରକୁ ଟାର୍ଗେଟ କରିଥିଲେ । ଏହି ଘଟଣା ପରେ ବେଲୁଚିସ୍ତାନରେ ପାକ ସେନାଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି କାରଣ ସରଫରାଜ ସେଠାକାର କମାଣ୍ଡର ଥିଲେ ।

Share