ଆଫଗାନିସ୍ତାନ-ପାକିସ୍ତାନ ସୀମା ପୁଣି ବନ୍ଦ

କାବୁଲ,୨୪ା୨: ଆଫଗାନିସ୍ତାନ ସହ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସୀମାକୁ ଖୋଲା ଯିବାର କିଛି ଘଣ୍ଟା ପରେ ଏହାକୁ ପୁଣି ବନ୍ଦ କରି ଦିଆଯାଇଛି। ଏନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ତାଲିବାନ ଶାସକ ରବିବାର ଏହି କ୍ରସିଂ ବନ୍ଦ କରିଥିଲେ। ଏହାକୁ ଗୁରୁବାର ଖୋଲିଥିଲା ପାକିସ୍ତାନ। ମାତ୍ର କିଛି ଘଣ୍ଟା ପରେ ପୁଣି ବନ୍ଦ କରିଦେଇଚି। ସେ କହିଛନ୍ତି, କାବୁଲ ସହ ହୋଇଥିବା ଚୁକ୍ତିନାମାକୁ ଇସଲାମାବାଦ ପାଳନ କରୁନାହିଁ।

ସୂଚନାଯୋଗ୍ୟ, ସୋମବାର ଆଫଗାନିସ୍ତାନ ତାଲିବାନ ବାହିନୀ ଏବଂ ପାକିସ୍ତାନୀ ସୀମା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ପାକିସ୍ତାନୀ ସୈନ୍ୟ ଆହତ ହୋଇଥିଲେ। ବୁଧବାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ମହମ୍ମଦ ଆସିଫ ଏବଂ ଗୁପ୍ତ ସେବା ମୁଖ୍ୟ ଲେଫ୍ଟ ଜେନେରାଲ ଅଞ୍ଜୁମ ନାଦିମ କାବୁଲ ଗସ୍ତରେ ଯାଇ ତାଲିବାନର ବରିଷ୍ଠ ଅଧିକାରୀଙ୍କୁ ଭେଟି ସୀମା ପ୍ରସଙ୍ଗରେ ଆଲୋଚନା କରିଥିଲେ।

Share