Posted inଖେଳ

ଆଫଗାନିସ୍ତାନ ଟି-୨୦ ବିଶ୍ୱକପରୁ ବାହାର…

ମେଲବୋର୍ନ,୧।୧୧ : ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ବିଶ୍ୱକପର ୩୨ ତମ ମ୍ୟାଚ ମଙ୍ଗଳବାର ବ୍ରିସବେନରେ ଖେଳାଯାଇଥିଲା। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦ ଓଭରରେ ଆଠ ୱିକେଟ ହରାଇ ଆଫଗାନିସ୍ତାନ ୧୪୪ ରନ ସ୍କୋର କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୮.୩ ଓଭରରେ ୪ ଓ୍ବିକେଟ ହରାଇ ୧୪୮ ସ୍କୋର କରି ମ୍ୟାଚ ଜିତିଥିଲା।

ସୁପର -୧୨ରେ ଦ୍ୱିତୀୟ ବିଜୟ ସହିତ ଶ୍ରୀଲଙ୍କା ଆଫଗାନିସ୍ତାନକୁ ପରାସ୍ତ କରିଛି। ବର୍ତ୍ତମାନ ଦଳ ଚାରୋଟି ମ୍ୟାଚରୁ ଚାରି ପଏଣ୍ଟ ପାଇଛି। ଏବେ ଶ୍ରୀଲଙ୍କା ସେମିଫାଇନାଲ ଦୌଡ଼ରେ ଅଛି। ଅନ୍ୟପକ୍ଷରେ ଆଫଗାନିସ୍ତାନର ଦଳ ଏହି ପରାଜୟ ପରେ ଟୁର୍ନାମେଣ୍ଟରୁ ବାଦ ପଡିଛି। ଚାରୋଟି ମ୍ୟାଚ ଖେଳି ଦଳ ମାତ୍ର ଦୁଇଟି ପଏଣ୍ଟ ପାଇଛି।
ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଧନଞ୍ଜୟ ଡି ସିଲଭା ଦଳ ପାଇଁ ସର୍ବାଧିକ ଅପରାଜିତ ୬୬ ସ୍କୋର କରିଥିଲେ। ତାଙ୍କର ୪୨ବଲ ଇନିଂସରେ ସେ ୬ଟି ଚୌକା ଓ ଦୁଇଟି ଛକା ମାରିଥିଲେ। କୁସଲ ମେଣ୍ଡିସ ୨୫, ଚରିତ ଆସାଲଙ୍କା ୧୯, ଭାନୁକା ରାଜପାକସେ ୧୮ ଏବଂ ପୃଥମ ନିସାଙ୍କା ୧୦ ରନ କରିଥିଲେ। କ୍ୟାପଟେନ ଦାସୁନ ଶାନାକା ଖାତା ନ ଖୋଲି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ପାଇଁ ତିନୋଟି ୱିକେଟ ନେଇଥିବା ୱାନିନ୍ଦୁ ହାସରାଙ୍ଗାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୂଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri