ଆଫଗାନିସ୍ତାନ ବିସ୍ଫୋରଣ ଘଟଣା: ଗଭର୍ନରଙ୍କ ସମେତ ୩ ମୃତ

କାବୁଲ,୯ା୩: ଆଫଗାନିସ୍ତାନର ମଜାର-ଇ-ସରିଫରେ ପୁଣି ଥରେ ବୋମା ବିସ୍ଫୋରଣ ହେବାରୁ ଆଫଗାନିସ୍ତାନର ତାଲିବାନ ଗଭର୍ନରଙ୍କ ସମତେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସ୍ଥାନୀୟ ପୋଲିସ ମୁଖ୍ୟଙ୍କ ତାଲିବାନ ଦ୍ୱାରା ନିଯୁକ୍ତ ମୁଖପାତ୍ର ମହମ୍ମଦ ଅସିଫ ଓ୍ବାଜିର୍‌ଙ୍କ କହିବାନୁସାରେ, ବଲ୍‌ଖ ପ୍ରଦେଶର ରାଜଧାନୀ ମଜାର-ଇ ସରିଫରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଭିତରେ ଏହି ବିସ୍ଫୋରଣ ହୋଇଛି।

ବର୍ତ୍ତମାନ ଏହି ଆକ୍ରମଣରେ କିଏ ଦାୟୀ ବୋଲି ସ୍ପଷ୍ଟ ହୋଇନାହିଁ। କୁହାଯାଉଛି, ଇସଲାମିକ ଷ୍ଟେଟ୍‌ ଗୋଷ୍ଠୀର ଆଞ୍ଚଳିକ ଅନୁବନ୍ଧ ଖୋରସାନ ପ୍ରଦେଶରେ ଇସ୍‌ଲାମିକ ଷ୍ଟେଟ୍‌ ଭାବରେ ଜଣାଶୁଣା। ଏହି ଦଳ ତାଲିବାନର ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ। ଅଗଷ୍ଟ ୨୦୨୧ରେ ତାଲିବାନ ଦେଶ ଦଖଲ କରିବା ପରଠାରୁ ଏହି ସନ୍ତ୍ରାସବାଦୀ ଗୋଷ୍ଠୀ ଆଫଗାନିସ୍ତାନରେ ଆକ୍ରମଣକୁ ବୃଦ୍ଧି କରିଛି। ଟାର୍ଗେଟରେ ତାଲିବାନ ପାଟ୍ରୋଲିଂ ଏବଂ ଆଫଗାନିସ୍ତାନର  ସଂଖ୍ୟାଲଘୁ ସଦସ୍ୟମାନେ ସାମିଲ ହୋଇଛନ୍ତି।

Share