ଆଫଗାନିସ୍ତାନରେ ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ଲୋକ ହୋଇଛନ୍ତି ବିସ୍ଥାପିତ: ଜାତିସଂଘ

କାବୁଲ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ ଅଭିମୁଖେ ମାଡି ଚାଲିଛି। ଶୁକ୍ରବାର ତାଲିବାନ ଆଫଗାନିସ୍ତାନର ଦ୍ୱିତୀୟ ବଡ ସହର କାନ୍ଦାହାର ଦଖଲ କରି ନେଇଛି। ଫଳରେ ଅନେକ ଲୋକ ଭୟରେ ଘର ଛାଡୁଛନ୍ତି। ବିଶେଷ କରି ମେ ମାସରେ ଆଫଗାନିସ୍ତାନରେ ସୁରକ୍ଷା ଅବସ୍ଥା ଖରାପ ହେବା ମଧ୍ୟରେ ଚଳିତ ବର୍ଷ ଆରମ୍ଭରୁ ପ୍ରାୟ ଚାରି ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଦେଶରେ ପ୍ରାୟ ୩୯୦,୦୦୦ ଲୋକ ବିସ୍ଥାପିତ ହୋଇଛନ୍ତି, ଯାହାର ସଂଖ୍ୟା ମେ ମାସରେ ତୀବ୍ର ବୃଦ୍ଧି ପାଇଛି। ଜୁଲାଇ ୧ ରୁ ଅଗଷ୍ଟ ୫, ୨୦୨୧ ମଧ୍ୟରେ ୫,୮୦୦ ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକ କାବୁଲରେ ପହଞ୍ଚି ବିବାଦ ତଥା ଅନ୍ୟାନ୍ୟ ବିପଦରୁ ରକ୍ଷା ପାଇଁ ନିବେଦନ କରିଛନ୍ତି।

Share