Posted inଜାତୀୟ

ଆତଙ୍କବାଦୀଙ୍କ ମାଟି ହୋଇପାରିବନି ଆଫଗାନ୍‌

ନୂଆଦିଲ୍ଲୀ, ୧୧।୧୧(ପି.ଟି.): ଆତଙ୍କବାଦୀ ସୃଷ୍ଟି ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରିବାକୁ ଦିଆଯିବ ନାହିଁ। ନୂଆଦିଲ୍ଲୀରେ ବୁଧବାର ଭାରତ ସମେତ ୮ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)ଙ୍କ ବୈଠକ ପରେ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି। ଆଲୋଚନାରେ ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ସମେତ ରୁଷିଆ, ଇରାନ, କାଜାଖସ୍ତାନ, କିର୍‌ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜ୍‌ବେକିସ୍ତାନର ଏନ୍‌ଏସ୍‌ଏ ଯୋଗଦେଇଥିଲେ। ଚାଇନା ଓ ପାକିସ୍ତାନକୁ ବୈଠକରେ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଥିଲେ ହେଁ ସେମାନେ ସାମିଲ ହୋଇ ନ ଥିଲେ। କାବୁଲରେ ସମାବେଶୀ ସରକାର ଗଢ଼ିବା ଲାଗି ଏନ୍‌ଏସ୍‌ଏମାନେ ଆହ୍ବାନ ଦେଇଛନ୍ତି।
ଆଫଗାନିସ୍ତାନ ସ୍ଥିତିର ସମୀକ୍ଷା ପାଇଁ ଭାରତ ପକ୍ଷରୁ ଆଞ୍ଚଳିକ ଦେଶଗୁଡ଼ିକର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବୈଠକର ଆୟୋଜନ କରାଯାଇଥିଲା। ଆଫଗାନ ଅଞ୍ଚଳ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ, ପ୍ରଶିକ୍ଷଣ କ୍ଷେତ୍ର ଏବଂ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଯୋଜନା ପ୍ରଣୟନ କିମ୍ବା ଅର୍ଥ ଯୋଗାଣ କ୍ଷେତ୍ର ଭାବେ ବ୍ୟବହୃତ ହେବା ଉଚିତ ନୁହେଁ ବୋଲି ୮ ଦେଶ ପକ୍ଷରୁ ମିଳିତ ଘୋଷଣାନାମାରେ କୁହାଯାଇଛି। ଯୁଦ୍ଧୋତ୍ତର ଏହି ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଏବଂ ଏହାର ଆଭ୍ୟନ୍ତରୀଣ ବ୍ୟାପାର ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ହେବା ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ପାକିସ୍ତାନକୁ ପରୋକ୍ଷରେ ବାର୍ତ୍ତା ବୋଲି କୁହାଯାଉଛି।
ଆଫଗାନିସ୍ତାନରେ ସାମାଜିକ-ଅର୍ଥନୈତିକ ଏବଂ ମାନବୀୟ ସ୍ଥିତି ବିଗୁଡ଼ୁଥିବାରୁ ଏହାକୁ ନେଇ ଦିଲ୍ଲୀ ଆଞ୍ଚଳିକ ସୁରକ୍ଷା ଆଲୋଚନାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆଫଗାନ ଜନସାଧାରଣଙ୍କୁ ତୁରନ୍ତ ମାନବୀୟ ସହାୟତା ଯୋଗାଇଦେବା ଉପରେ ଶୀର୍ଷ ସୁରକ୍ଷା ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ବୈଠକ ପରେ ଏନ୍‌ଏସ୍‌ଏମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନାର ନିଷ୍କର୍ଷ ସମ୍ପର୍କରେ ଅବଗତ କରାଇଥିଲେ। ଶାନ୍ତିପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ଥିର ଆଫଗାନିସ୍ତାନ ପାଇଁ ଦୃଢ଼ ସମର୍ଥନ ଯୋଗାଇଦେବାକୁ ଘୋଷଣାନାମାରେ ଦୋହରାଯାଇଛି। କୁନ୍ଦୁଜ୍‌, କାନ୍ଦାହାର ଏବଂ କାବୁଲରେ ଆତଙ୍କବାଦୀ ଆକ୍ରମଣକୁ ବୈଠକରେ ନିନ୍ଦା କରାଯାଇଥିଲା।
ଗତ ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ପାକିସ୍ତାନ ଆଫଗାନିସ୍ତାନ ବ୍ୟାପାରରେ ହସ୍ତକ୍ଷେପ କରିଆସୁଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଘନିଷ୍ଠ ଭାବେ ଜଣାଶୁଣା ଆଇଏସ୍‌ଅଇ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଫୈଜ ହମିଦ ଇତିମଧ୍ୟରେ ଦୁଇଥର କାବୁଲ ଯାଇଛନ୍ତି। ସେଠାରେ ଆତଙ୍କବାଦୀ ନେଟ୍‌ଓ୍ବର୍କର ନେତୃତ୍ୱ ନେଉଥିବା ସିରାଜୁଦ୍ଦିନ ହକାନିଙ୍କୁ ପାକିସ୍ତାନ ଖୋଲାଖୋଲି ଭାବେ ସମର୍ଥନ ଜଣାଉଛି। ଫଳରେ ଆଫଗାନିସ୍ତାନର ଆଞ୍ଚଳିକ ସୁରକ୍ଷା ଓ ସଂହତି ପ୍ରତି ବିପଦ ସୃଷ୍ଟି ହୋଇଛି। ଆଫଗାନ୍‌ ବ୍ୟାପାରରେ ଯେପରି କୌଣସି ବାହ୍ୟ ଶକ୍ତି ହସ୍ତକ୍ଷେପ ନ କରନ୍ତି ଏହା ଉପରେ ବୁଧବାର ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତି ଏବଂ ଆଞ୍ଚଳିକ ସୁରକ୍ଷାର ସମୀକ୍ଷା କରାଯାଇଛି।

ସହଯୋଗ ଲାଗି ଡୋଭାଲଙ୍କ ଆହ୍ବାନ

ଦିଲ୍ଲୀ ଆଞ୍ଚଳିକ ସୁରକ୍ଷା ଆଲୋଚନାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଅଧ୍ୟକ୍ଷତା କରିଥିଲେ। ସେ ଆଫଗାନିସ୍ତାନ ପ୍ରସଙ୍ଗରେ ଆଞ୍ଚଳିକ ଦେଶଗୁଡ଼ିକ ମଧ୍ୟରେ ଅଧିକ ସମନ୍ବୟ ଓ ସହଯୋଗ ପାଇଁ ଆହ୍ବାନ ଦେଇଥିଲେ। ଆଫଗାନିସ୍ତାନରେ ଘଟୁଥିବା ସ୍ଥିତି ଉପରେ ଆମେ ନଜର ରଖିଛେ। ଏହା କେବଳ ଆଫଗାନବାସୀଙ୍କ ପାଇଁ ନୁହେଁ ଏହାର ପଡୋଶୀ ଦେଶ ଏବଂ ସମ୍ପୂର୍ଣ୍ଣ ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ବୈଠକର ଆଲୋଚନା ନିଶ୍ଚୟ ଫଳପ୍ରଦ ଉପଯୋଗୀ ଏବଂ ଆଫଗାନ ଜନସାଧାରଣଙ୍କ ପାଇଁ ସହାୟକ ହେବ। ଏଥିସହିତ ଏହା ଆମର ସାମୂହିକ ସୁରକ୍ଷାକୁ ବଢ଼ାଇବ ବୋଲି ଡୋଭାଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri