Categories: ଖେଳ

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ

କାବୁଲ,୧୫।୯: ଏସିଆ କପ୍‌ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗୁରୁବାର ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କରିଛି। ମହମ୍ମଦ ନବୀଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୧ରେ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ମଧ୍ୟ ନବୀ ଅଧିନାୟକ ଥିଲେ। ସେହିଭଳି ଉପଅଧିନାୟକ ଭାବେ ନଜୀବୁଲ୍ଲା ଜାଦ୍ରାନଙ୍କୁ ନିଯୁକ୍ତ କରାଯାଇଛି। ଏହାଛଡ଼ା କିଛି ଖେଳାଳିଙ୍କୁ ସୁଯୋଗ ଦିଆଯାଇ ନ ଥିବା ଦେଖାଯାଇଛି।

ବିଶ୍ୱକପ୍‌ ପାଇଁ ଆଫଗାନ୍‌ ଦଳ: ମହମ୍ମଦ ନବୀ(ଅଧିନାୟକ), ନଜିବୁଲ୍ଲା ଜାଦ୍ରାନ୍‌(ଉପଅଧିନାୟକ), ରହମାନୁଲ୍ଲା ଗୁରୁବାଜ(ଉଇକେଟକିପର), ଆଜମତୁଲ୍ଲା ଓମେରଜାଇ, ଦାର୍ଭେଶ ରସୁଲି, ଫରେଦ ଅହମ୍ମଦ ମଲିକ, ଫଜଲ ହକ ଫାରୁକି, ହଜରତୁଲ୍ଲା ଜାଜାଇ,ଇବ୍ରାହିମ୍‌ ଜାଦ୍ରାନ, ମୁଜିବ ଉର ରେହମାନ, ନବୀନ ଉଲ ହକ, କାୟସ ଅହମ୍ମଦ, ରସିଦ ଖାଁ, ସଲିମ ସଫି, ଉସମାନ ଘାନି

ରିଜର୍ଭ ଖେଳାଳି: ଅଫସର ଜାଜାଇ,ଶରାଫୁଦ୍ଦିନ ଅଶରଫ୍‌, ରହମତ ଶାହା, ଗୁଲବାଦ୍ଦିନ ନାଏବ

Share