ଆତଙ୍କରେ ଆଫ୍‌ଗାନ ମହିଳା

କାବୁଲ, ୧୯ା୮: ୧୯୮୦ ଦଶକର ଆଫ୍‌ଗାନିସ୍ତାନ ଏବଂ ଏବେକାର ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳର ଫରକ। ୩୦-୪୦ ବର୍ଷ ତଳେ ଆଫଗାନ୍‌ ମହିଳାମାନେ ଥିଲେ ଖୁବ୍‌ ସ୍ବାଧୀନଚେତା। ସେମାନେ ମୁକ୍ତ ଭାବେ ଜୀବନ ଜିଉଥିଲେ। ଫ୍ୟାଶନଠାରୁ ଆରମ୍ଭ କରି ଡାକ୍ତରୀ ବିଦ୍ୟା, ଇଞ୍ଜିନିୟରିଂ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରୁଥିଲେ। ହେଲେ ତାଲିବାନୀ ଶାସକ ଗୋଷ୍ଠୀର ମହିଳାବିରୋଧୀ ମାନସିକତା ପାଇଁ ଏଥିରେ ଲାଗିଯାଇଛି ଅଙ୍କୁଶ। ଦ୍ୱିତୀୟ ଥର ପାଇଁ ତାଲିବାନ ଦେଶକୁ କବ୍‌ଜା କରିନେଇଥିବା ବେଳେ ଜଟିଳ ଶରିଆ ଆଇନ ଆଗରେ ମହିଳାବର୍ଗକୁ ନେଇ ରହିଥିବା ଅଧିକାଂଶ ସମ୍ଭାବନା ଏକରକମ ଶେଷ ହୋଇଯାଇଛି।
ଆର୍ଥତ୍କ ଦୃଷ୍ଟିକୋଣରୁ ଅଫ୍‌ଗାନିସ୍ତାନ ଏକ ଗରିବ ରାଷ୍ଟ୍ର। ଆମେରିକା, ରୁଷିଆ ଦ୍ୱାରା ଯୁଦ୍ଧଭୂମିରେ ପରିଣତ ହେବା ପରେ ଏହାର ଆର୍ଥିକ ଅବସ୍ଥା ରସାତଳଗାମୀ ହୋଇଯାଇଛି। ଦୁଇଦଶନ୍ଧି ପରେ ଆମେରିକୀୟ ସୈନ୍ୟ ଅପସାରଣ ପରେ ତାଲିବାନୀ ଆତଙ୍କବାଦୀ ଗୋଷ୍ଠୀ ପୁଣି ଥରେ ଦଖଲ କରିଛନ୍ତି କ୍ଷମତା। ଏଥିସହ ଦେଶକୁ ଫେରିଛି ଶରିଆ ଆଇନ ଏବଂ ବୁର୍ଖା ପରମ୍ପରା। ଆତଙ୍କବାଦୀଙ୍କ ବର୍ବରତାକୁ ଅଙ୍ଗେ ନିଭାଇଥିବା ଲକ୍ଷାଧିକ ଆଫ୍‌ଗାନ ଜୀବନ ବିକଳରେ ଗଣପଳାୟନ ଆରମ୍ଭ କରିସାରିଥିବାବେଳେ ପୁଣି ଥରେ ବିପନ୍ନ ହୋଇପଡ଼ିଛି ମହିଳାଙ୍କ ସୁରକ୍ଷା, ସ୍ବାଧୀନତା।
୧୯୨୧ରେ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପାଇଥିଲା ଆଫ୍‌ଗାନିସ୍ତାନ। ଦେଶର ଚିନ୍ତାଶୀଳ ବ୍ୟକ୍ତି ଅମୀର ଅମାନୁଲ୍ଲା ଖାନ୍‌ ନାରୀଶିକ୍ଷାକୁ ଅଗ୍ରାଧିକାର ଦେବା ଲାଗି ଗୁରୁତ୍ୱାରୋପ କରିଥିଲେ। ମହିଳାଙ୍କୁ ଆଗକୁ ଆଣିବା ଲାଗି ପ୍ରୟାସ ମଧ୍ୟ ଆରମ୍ଭ କରିଥିଲେ। ଏଭଳି ପଦକ୍ଷେପକୁ ସେତେବେଳେ ଭରପୂର ସ୍ବାଗତ କରାଯାଇଥିଲା। ୧୯୬୨ ବେଳକୁ କାବୁଲରେ ମେଡିକାଲ କଲେଜ ଆରମ୍ଭ ହୋଇସାରିଥିଲା। ସେଠାରେ ମହିଳା ଡାକ୍ତର, ନର୍ସ ଆତ୍ମବିଶ୍ୱାସର ସହ କାମ କରୁଥିଲେ। ୬୦ ଦଶକରେ ଆଫ୍‌ଗାନିସ୍ତାନରେ ଡାକ୍ତର, ଇଞ୍ଜିନିୟର ହେବା ଲାଗି ପ୍ରତିଯୋଗିତା ହେଉଥିଲା। ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାକିରି ମଧ୍ୟ କରୁଥିଲେ। ନିଜର ଯୋଗ୍ୟତା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ ଛାପ ଛାଡ଼ିଥିଲେ। ବିଶେଷକରି ମହିଳାମାନେ ଆତ୍ମନିର୍ଭରଶୀଳ ହେବା ଲାଗି ବ୍ୟକ୍ତିଗତ ଉଦ୍ୟମ କରୁଥିଲେ। ଏହି ସମୟରେ ଏକାକୀ ବିମାନରେ
ବିଦେଶକୁ ଯାତ୍ରା କରିବା ସେମାନଙ୍କ ଲାଗି ସାଧାରଣ କଥା ଥିଲା। ମହମ୍ମଦ ଦାଉଦ୍‌ ଖାନ୍‌ଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ମହିଳାଙ୍କ ଲାଗି ବହୁ ବିକାଶମୂଳକ ପଦକ୍ଷେପ ନିଆଯାଇଥିଲା। ନୂଆ ସମ୍ବିଧାନରେ ସେମାନଙ୍କୁ ବ୍ୟାପକ ଅଧିକାର ଦିଆଯାଇଥିଲା। ଏପରି କି ସେହି ସମୟରେ ଫ୍ୟାଶନ ଶୋ’ ଭଳି କାର୍ଯ୍ୟକ୍ରମ ଅତି ଲୋକପ୍ରିୟ ଥିଲା।
୭୦ ଦଶକରେ କାବୁଲସ୍ଥିତ ପଲିଟେକ୍‌ନିକ ୟୁନିଭର୍ସିଟିରେ ବହୁ ସଂଖ୍ୟାରେ ଯୁବତୀ ନାମ ଲେଖାଇବା, ଶିକ୍ଷାକ୍ଷେତ୍ରରେ ସେମାନଙ୍କ ସ୍ବାଧୀନଚେତା ମନୋଭାବକୁ ଦର୍ଶାଇଥିଲା। ହେଲେ ୯୦ ଦଶକ ବେଳକୁ ତାଲିବାନ ଶାସନର ଆରମ୍ଭ ସହ ସ୍ଥିତି ବିଗିଡ଼ିବା ଆରମ୍ଭ ହେଲା। କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରାଧାନ୍ୟ କମିବା ସହ କିଛି ବର୍ଷ ମଧ୍ୟରେ ସେମାନେ ଗୃହବନ୍ଦୀ ହୋଇଗଲେ। ଉଚ୍ଚଶିକ୍ଷାରେ ପ୍ରତିବନ୍ଧକ ଲଗାଇ ଦିଆଯିବା ପରେ ବିଦେଶ ମୁହଁା ହେଲେ ଉଚ୍ଚଶିକ୍ଷିତ ଯୁବତୀ। ତେବେ ଆମେରିକାର ଆତଙ୍କବାଦୀ ନିରୋଧୀ ଅଭିଯାନ ଆରମ୍ଭ ହେବା ପରେ ଗତ ୨୦ ବର୍ଷ ଭିତରେ ନୂଆ ସୂର୍ଯ୍ୟୋଦୟ ଦେଖିବା ଆରମ୍ଭ କରିଥିଲେ ଆଫଗାନ୍‌ବାସୀ। ହେଲେ ପୁଣି ଥରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଏଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। ଯଦିଓ ତାଲିବାନ୍‌ର ଶାସକଗୋଷ୍ଠୀ ପକ୍ଷରୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହିଳାଙ୍କୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇଛି, ତଥାପି ଆତଙ୍କବାଦୀଙ୍କ ବର୍ବରତାକୁ ଅଙ୍ଗେ ନିଭାଇଥିବା ଦେଶବାସୀ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। କ୍ଷମତାକୁ ଫେରିବା ପରେ ସାଢ଼େ ୩ କୋଟି ଆଫ୍‌ଗାନବାସୀଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇପଡ଼ିଥିବାବେଳେ ତାଲିବାନୀ ମାନସିକତା ଆଗରେ ଲକ୍ଷାଧିକ ମହିଳା ଏବଂ ଯୁବତୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ଆହୁରି ଦୃଢ଼ୀଭୂତ ହେବାରେ ଲାଗିଛି।

ଫେରୁଛି ଶରିଆ ଆଇନ, ସବୁ ସମ୍ଭାବନା ଶେଷ

ଆଫ୍‌ଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ୍‌ ଶାସନ ୨.୦। ଏଥିସହ ଫେରିଛି ଶରିଆ ଆଇନ ଏବଂ ପୁରୁଣା ଦିନର ଯନ୍ତ୍ରଣା। ଦିନ କେଇଟା ଭିତରେ ବଦଳିଯାଇଛି ଦେଶର ଚିତ୍ର। ନିଜ ପସନ୍ଦର ପୋଷାକ ପିନ୍ଧି ସହର ଗଳିରେ ବୁଲୁଥିବା ମହିଳା ଏବଂ ଯୁବତୀ ନିଜକୁ କଏଦ କରିବା ଆରମ୍ଭ କଲେଣି ବୁର୍ଖା ଭିତରେ। ଅନ୍ୟପଟେ ବର୍ବର ଆତଙ୍କବାଦୀଙ୍କ ଆଗରେ ମୁଣ୍ଡ ନୁଅଁାଇବେ ନାହିଁ ବୋଲି ଶପଥ ନେଇଥିବା ମହିଳା ଗୋଷ୍ଠୀ ନିଜକୁ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନ ରଖି ରାସ୍ତାକୁ ଆସିଛନ୍ତି। କାବୁଲ ରାସ୍ତାରେ ଖୋଲାଖୋଲି ଦେଖିବାକୁ ମିଳୁଛି ତାଲିବାନ ବିରୋଧୀ ବିକ୍ଷୋଭ। ବୁର୍ଖା ପିନ୍ଧି କେତେଜଣ ମହିଳା ଖବରଦାତା ରିପୋର୍ଟିଂ ମଧ୍ୟ କରୁଛନ୍ତି। ତାଲିବାନ ସର୍ବକ୍ଷମା ଘୋଷଣା କରି ମହିଳାଙ୍କୁ ଚାକିରିକୁ ଫେରିବା ପାଇଁ ଅପିଲ କରିଛି। ସେହିପରି ଝିଅଙ୍କ ସ୍କୁଲ ଶିକ୍ଷାରେ ବାଧକ ସାଜିବ ନାହିଁ ବୋଲି ମଧ୍ୟ ଘୋଷଣା କରିଛି। ହେଲେ ଆତଙ୍କବାଦୀଙ୍କ ଏହି ପରିବର୍ତ୍ତିତ ରୂପକୁ ବିଶ୍ୱାସ କରିପାରୁନାହାନ୍ତି ଆଫ୍‌ଗାନ ମହିଳା। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ବିଦେଶୀ ସୈନ୍ୟ ଫେରିଯିବା ପରେ ସେମାନେ କ’ଣ ପୂର୍ବ ସ୍ବାଧୀନତା ଉପଭୋଗ କରିପାରିବେ?


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri