ମେକ୍ସିକୋ ପଳାଇଲେ ଆଫଗାନ୍‌ ପ୍ରତିଭା

ମେକ୍ସିକୋ ସିଟି, ୨୬ା୮: ତାଲିବାନ୍‌ ଫେରିବା ପରେ ଆଫଗାନ ମହିଳାଙ୍କ ଭବିଷ୍ୟତ ଉପରେ ଘନେଇଛି କଳାବାଦଲ। ଛାତ୍ରୀଙ୍କ ପଢ଼ାରେ ଡୋରି ପଡ଼ିବାକୁ ଯାଉଛି। ତାଲିବାନ୍‌ ଶାସନରେ କଠୋର ଶରିଆ ଆଇନ ସେମାନଙ୍କଠାରୁ ସବୁକିଛି ଛଡ଼ାଇନେବ। ଏଭଳି ନର୍କପୂର୍ଣ୍ଣ ଜୀବନରୁ ମୁକ୍ତି ପାଇଁ ଦେଶ ଛାଡ଼ି ପଳାୟନ ଏକମାତ୍ର ପନ୍ଥା। ତେଣୁ ନିଜ ଦେଶକୁ ବିଦାୟ ଦେଇ ନୂଆ ଉଦ୍ଭାବନ ଓ ଭବିଷ୍ୟତ ଗଢ଼ିବା ଆଶାରେ କାତାର ଦେଇ ମଙ୍ଗଳବାର ସନ୍ଧ୍ୟାରେ ମେକ୍ସିକୋରେ ପହଞ୍ଚିଛନ୍ତି ଅଲ୍‌-ଗର୍ଲ ଆଫଗାନ୍‌ ରୋବୋଟିକ୍ସ ଟିମ୍‌ର ୧୦ ସଦସ୍ୟା। ୧୪ରୁ ୧୮ ବର୍ଷୀୟା ଏହି ଝିଅମାନେ କୋଭିଡ୍‌ ସମୟରେ ନିଜ ଦକ୍ଷତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ହାସଲ କରିଥିବା ଜ୍ଞାନର ପରିଚୟ ଦେଇଥିଲେ। କରୋନା ପ୍ରଭାବିତ ଆଫଗାନିସ୍ତାନବାସୀଙ୍କ ଚିକିତ୍ସା ପାଇଁ ସେମାନେ ଅତି କମ୍‌ମୂଲ୍ୟରେ ଜୀବନ ରକ୍ଷାକାରୀ ଭେଣ୍ଟିଲେଣ୍ଟର ପ୍ରସ୍ତୁତ କରିଥିଲେ। ଗରିବ ଲୋକଟିଏ ବି ଯେପରି ଚିକିତ୍ସା ଅଭାବରୁ କରୋନାରେ ପ୍ରାଣ ନ ହାରେ ତାହା ଥିଲା ଏହି ଟିମ୍‌ର ଉଦ୍ଦେଶ୍ୟ। ଅତ୍ୟାଧୁନିକ ରୋବୋ ନିର୍ମାଣ କରି ଗର୍ଲ-ରୋବୋଟିକ୍‌ ଟିମ୍‌ ଗତ ମାର୍ଚ୍ଚରେ ଅନ୍ତର୍ଜାତୀୟସ୍ତରରେ ନିଜ ପରିଚୟ ସୃଷ୍ଟି କରିବା ସହ ପୁରସ୍କାର ମଧ୍ୟ ହାସଲ କରିଥିଲେ।

ଉଦ୍ଧାର କଲେ ସୁପରଓମ୍ୟାନ୍‌

୨୦୧୯ରେ ଅଲ୍‌-ଗର୍ଲ ଆଫଗାନ୍‌ ରୋବୋଟିକ୍ସ ଟିମ୍‌କୁ ସାକ୍ଷାତ କରିଥିଲେ ଆମେରିକାର ‘ସୁପରଓମ୍ୟାନ୍‌’ ଭାବେ ଜଣା ଆଲିସନ୍‌ ରେନେୟୁ। ମହାକାଶ ନୀତି ବିଶେଷଜ୍ଞ ଆଲିସନ୍‌ ସେମାନଙ୍କୁ ଉଦ୍ଧାର ପାଇଁ ଆମେରିକା ସରକାରଙ୍କ ସହାୟତା ଲୋଡ଼ିଥିଲେ। ଏଥିରେ ବିଫଳ ହେବା ପରେ ସେ ନିଜେ ବିମାନରେ କାତାରରେ ପହଞ୍ଚିଥିଲେ। ସେଠାରୁ ଆମେରିକା ଦୂତାବାସ ସହଯୋଗରେ ସେମାନଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଭାବେ କାତାରରେ ପହଞ୍ଚାଇଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri