କାନ୍ଦୁଛନ୍ତି ଆଫଗାନ୍‌ ଛାତ୍ରୀ

କାବୁଲ, ୨୩।୧୨:ଆଫଗାନିସ୍ତାନରେ ତାଲିବାନ ଶାସକ ଲୋକଙ୍କ ପାଇଁ ବୋଝ ସାଜିଛନ୍ତି। ବିଶେଷକରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଏହି କଠୋରପନ୍ଥୀ ସରକାର ଅଧିକ କଡ଼ା ନିୟମ ଲାଗୁ କରି ସେମାନଙ୍କୁ ନିର୍ଯାତିତ କରିବାରେ ଲାଗିଛନ୍ତି। ଗତ ମଙ୍ଗଳବାର ଆଫଗାନ୍‌ ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଝିଅମାନଙ୍କ ଉଚ୍ଚଶିକ୍ଷା ଉପରେ ନିଷେଧାଦେଶ ଜାରି କରିଥିଲା। ଏହି ନିଷ୍ପତ୍ତି ଅନେକ ଛାତ୍ରୀଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛି। ତାଲିବାନ ସରକାରଙ୍କ ଘୋଷଣା ପରେ ଛାତ୍ରୀମାନେ କାନ୍ଦୁଥିବାବେଳର ଭିଡିଓ ସମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି।
ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ କାବୁଲ ଦଖଲ କରିବା ପରଠୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରିବାରେ ଲାଗିଛି। ଏହି କ୍ରମରେ ତାଲିବାନ ଶାସକ ଝିଅଙ୍କ ଉଚ୍ଚଶିକ୍ଷା ନିଷିଦ୍ଧ କରିଛି। ଉକ୍ତ ନିଷ୍ପତ୍ତି ବିରୋଧରେ ଗୁରୁବାର ୟୁନିଭର୍ସିଟି ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ‘ଅଧିକାର ସମସ୍ତଙ୍କ ପାଇଁ ନଚେତ୍‌ କାହାପାଇଁ ନୁହେଁ’ ସ୍ଲୋଗାନ ଦେଇ ସେମାନେ ପ୍ରତିବାଦ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ୟୁନିଭର୍ସିଟିଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରବର୍ତ୍ତୀ ସମୟରେ ବିକ୍ଷୋଭରତ ଛାତ୍ରୀଙ୍କୁ ମହିଳା ପୋଲିସ ଗିରଫ କରିନେଇଥିଲା। ବୁଧବାର ଶତାଧିକ ହିଜାବପିନ୍ଧା ଛାତ୍ରୀ ଘଣ୍ଟା ଘଣ୍ଟା ଧରି ୟୁନିଭର୍ସିଟି ଫାଟକ ଆଗରେ ଛିଡ଼ାହୋଇ ରହିଥିଲେ। ସୁରକ୍ଷା ଗାର୍ଡ ସେମାନଙ୍କୁ ୟୁନିଭର୍ସିଟି ପରିସର ମଧ୍ୟକୁ ପ୍ରବେଶ ଅନୁମତି ଦେଇ ନ ଥିଲେ। ପରେ ଛାତ୍ରୀମାନେ ଫେସ୍‌ବୁକ୍‌ ଓ ଟୁଇଟର ଜରିଆରେ ଏହା ବିରୋଧରେ ପ୍ରତିବାଦ ଆରମ୍ଭ କରିଥିଲେ। ଏକ ଶ୍ରେଣୀଗୃହରେ ଛାତ୍ରୀମାନେ ବସି କାନ୍ଦୁଥିବାର ୨୩ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି। ଏ ନେଇ ହେରାତ ୟୁନିଭର୍ସିଟିର ଜର୍ନାଲିଜମ୍‌ ଛାତ୍ରୀ ଓ୍ବାହିଦା ଓ୍ବାହିଦ ଦୁରାନି କହିଛନ୍ତି, ‘ଆଫଗାନ୍‌ ଝିଅମାନେ ମୃତଦେହ ପାଲଟି ଯାଇଛନ୍ତି। ସେମାନଙ୍କ ଆଖିରୁ ରକ୍ତର ଲୁହ ଝରୁଛି। ମହିଳାଙ୍କ ବିରୋଧରେ ତାଲିବାନ ସରକାର ନିଜର ସବୁ ବଳ ପ୍ରୟୋଗ କରିଦେଇଛି। ଆମେ ସେଦିନକୁ ଅପେକ୍ଷା କରିଛୁ, ଯେଉଁଦିନ ସରକାର ଘୋଷଣା କରିବେ ଯେ, ମହିଳା ଶ୍ୱାସକ୍ରିୟା କରିପାରିବେ ନାହିଁ’।
ଆଫଗାନ୍‌ ଝିଅଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରିବା ନେଇ ଗୁରୁବାର ଭାରତ ଚିନ୍ତା ପ୍ରକଟ କରିଛି। ତାଲିବାନ ସରକାର ପ୍ରତ୍ୟେକଙ୍କ ପାଇଁ ସମାନ ନିୟମ ଲାଗୁ କରିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି। ପୂର୍ବରୁ ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନ, ଜାପାନ ଓ ବ୍ରିଟେନ ତାଲିବାନୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri