Posted inଜାତୀୟ

ଭାରତ ପହଞ୍ଚିଲେ ଆଫଗାନୀସ୍ତାନ ଶିଖ, ବଖାଣିଲେ ତାଲିବାନର ନିର୍ଯାତନା କାହାଣୀ…

ନୂଆଦିଲ୍ଲୀ, ୨୬।୯ : ଆଫଗାନିସ୍ତାନରେ ଅଟକି ରହିଥିବା ଏକ ଶିଖ ଦଳ  ଦିଲ୍ଲୀରେ ପହଞ୍ଚିଛନ୍ତି। ତାଲିବାନ ଶାସନ ଗ୍ରହଣ କରିବା ପରଠାରୁ ସେମାନେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଥିଲେ। ସୂଚନା ଅନୁଯାୟୀ, ଏହା ହେଉଛି ଶେଷ ଶିଖ ଶରଣାର୍ଥୀ ଦଳ। ଏହି ଶିଖମାନଙ୍କ ଇ-ଭିଜାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ କରିବା ପରେ ସେମାନେ ଭାରତରେ ପହଞ୍ଚିଛନ୍ତି। ଏହି ଦଳରେ ୩୮ ଜଣ ବୟସ୍କ, ୧୭ ଛୋଟ ପିଲା ଏବଂ ତିନି ଶିଶୁ ଅଛନ୍ତି। ଭାରତରେ ପହଞ୍ଚିବା ପରେ ଏହି ଶରଣାର୍ଥୀମାନେ ତାଲିବାନର ନିର୍ଯାତନା କାହାଣୀ ବଖାଣିଛନ୍ତି।

ଭାରତରେ ପହଞ୍ଚିଥିବା ଆଫଗାନିସ୍ତାନ ଶିଖ ବଲଜିତ ସିଂ କହିଛନ୍ତି ଯେ ଆଫଗାନିସ୍ତାନର ଅବସ୍ଥା ଭଲ ନୁହେଁ। ମୋତେ ଚାରି ମାସ ଜେଲରେ ରଖିଥିଲେ। ତାଲିବାନ ଆମପ୍ରତି ବିଶ୍ୱାସଘାତକତା କରିଛି। ଏପରିକି ସେମାନେ ଜେଲରେ ଆମର କେଶ କାଟିଛନ୍ତି। ମୁଁ ଭାରତ ସରକାରଙ୍କ ପ୍ରତି କୃତଜ୍ଞ ଏବଂ ଭାରତକୁ ଫେରିଥିବାରୁ ବହୁତ ଖୁସି। ଅନ୍ୟ ଜଣେ ଶରଣାର୍ଥୀ ସୁଖବୀର ସିଂ ଖାଲସା କହିଛନ୍ତି ଯେ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ କାରଣ ଏଠାକୁ ଆସିବା ପାଇଁ ଆମକୁ ଇ-ଭିଜା ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆମର ଅନେକ ପରିବାର ସଦସ୍ୟ ଆଫଗାନିସ୍ତାନରେ ଅଟକି ରହିଛନ୍ତି। ପ୍ରାୟ ୩୦-୩୫ ଲୋକ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ଛାଡି ପାରି ନାହାଁନ୍ତି।

ଆମ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ବିକ୍ରମଜିତ୍ ସିଂ ସାହନି କହିଛନ୍ତି ଯେ ସେଠାରେ ଫସି ରହିଥିବା ଏହି ଶେଷ ବ୍ୟାଚ ଲୋକଙ୍କୁ ଫେରାଇ ଆଣିବା ପାଇଁ ଆମେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହିତ ନିରନ୍ତର ଯୋଗାଯୋଗରେ ରହିଛୁ। ସେମାନଙ୍କୁ ସ୍ବାଗତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri