ଦୋଛକିରେ ଆଫଗାନ୍‌

ଇସ୍‌ଲାମାବାଦ/କାବୁଲ,୪ା୧୧: ବେଆଇନ ପ୍ରବାସୀ ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଛାଡ଼ି ଚାଲିଯାଅ। ଅନ୍ୟଥା ଗିରଫ ପରେ ଜବରଦସ୍ତି ବିତାଡ଼ିତ କରାଯିବ ବୋଲି ପାକିସ୍ତାନ ମାସିକିଆ ମହଲତ ସହ ଚେତାବନୀ ଦେଇଥିଲା। ଏହି ପ୍ରତ୍ୟାବର୍ତ୍ତନ ନିର୍ଦ୍ଦେଶ ସମସ୍ତ ବିଦେଶୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ସର୍ବାଧିକ ଅସୁବିଧା ଆଫଗାନ୍‌ମାନେ ଭୋଗୁଛନ୍ତି। ଡେଡ୍‌ଲାଇନ୍‌ର କିଛି ଘଣ୍ଟା ପୂର୍ବରୁ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ସକାଶେ ପାକିସ୍ତାନ କର୍ତ୍ତୃପକ୍ଷ କେତେଜଣଙ୍କ ଘରେ ବୁଲ୍‌ଡୋଜର ଲଗାଇ ସେଗୁଡ଼ିକୁ ମାଟିରେ ମିଶାଇଦେଇଛନ୍ତି। ଅଦ୍ୟାବଧି ଉତ୍ତର-ପଶ୍ଚିମରେ ଥିବା ତୋର୍ଖାମ୍‌ ବର୍ଡର କ୍ରସିଂ ଦେଇ ସର୍ବାଧିକ ୧,୨୮,୦୦୦ ଆଫଗାନ୍‌ ସ୍ବଦେଶକୁ ଫେରିଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ଶରଣାର୍ଥୀଙ୍କ ସଂଖ୍ୟାବୃଦ୍ଧିକୁ ଦୃଷ୍ଟିରେ ରଖି ସେଠାରେ ଆନୁଷଙ୍ଗିକ ସୁବିଧା ତିନିଗୁଣା ବଢ଼ାଯାଇଛି ବୋଲି ଖାଇବର ଜିଲା ଡେପୁଟି କମିଶନର ଅବ୍‌ଦୁଲ ନାସିର ଖାନ୍‌ ସୂଚନା ଦେଇଛନ୍ତି। ନଭେମ୍ବର ୧ ପରେ ଏହି କ୍ରସିଂ ପଏଣ୍ଟରେ ବେଆଇନ ପ୍ରବାସୀଙ୍କ ଭିଡ଼ ବଢ଼ିଯାଇଥିଲା। କିନ୍ତୁ ପ୍ରତ୍ୟାବର୍ତ୍ତନକାରୀଙ୍କୁ ଆଉ ଅନେକ ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁ ନ ଥିବାରୁ ସବୁକିଛି ସ୍ବାଭାବିକ ଚାଲିଥିବା ନାସିର କହିଛନ୍ତି। ତେବେ ଆଫଗନିସ୍ତାନରେ ପହଞ୍ଚୁଥିବା ଲୋକେ ପାକିସ୍ତାନରୁ ବିଦାହୋଇ ଫେରିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆଣିଛନ୍ତି। ନରଓ୍ବେଜିଆନ୍‌ ରେଫ୍ୟୁଜି କାଉନ୍‌ସିଲ, ଡାନିଶ ରେଫ୍ୟୁଜି କାଉନ୍‌ସିଲ ଏବଂ ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି, ପାକିସ୍ତାନରୁ ଆଫଗାନିସ୍ତାନକୁ ଫେରୁଥିବା ଲୋକଙ୍କ ଦୁର୍ଦ୍ଦଶା ନ କହିବା ଭଲ। ସେମାନଙ୍କ ଭବିଷ୍ୟତ ଘୋର ଅନିଶ୍ଚିତତା ଦେଇ ଗତିକରୁଛି। ଅନ୍ୟପକ୍ଷେ ଫେବୃୟାରୀ ୮ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ ଚାଲିବାକୁ ଥିବା କାମଚଳା ସରକାରଙ୍କ ଏହି ପ୍ରତ୍ୟର୍ପଣ ନୀତିକୁ କେତେଜଣ ପାକିସ୍ତାନୀ ନେତା ଓ ଆକ୍ଟିଭିଷ୍ଟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଚମନ ସହରରେ ଦୀର୍ଘ ୨୨ ବର୍ଷ ଧରି ଖୁଚୁରା ବ୍ୟବସାୟ କରିଆସିଥିବା ୫୫ ବର୍ଷୀୟ ମହମ୍ମଦ ଇସ୍‌ମାଇଲ ରଫି କହିଛନ୍ତି, ପାକିସ୍ତାନୀ ସୀମାରେ ଅତି ଖରାପ ସ୍ଥିତିରେ ଆମେ ୩ ଦିନ ବିତାଇଲୁ। ପରିବାରର ୧୬ ସଦସ୍ୟଙ୍କ ସହ ଆସବାବପତ୍ର ଧରି ଚମନରେ ଥିବା ଘର ଛାଡ଼ି ବର୍ଡରକୁ ଆସିବାରେ ଆମକୁ ୬ ଦିନ ଲାଗିଲା। ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ ପାକିସ୍ତାନୀ ଅଧିକାରୀମାନେ ଆମଠୁ ଲାଞ୍ଚ ନେଇଛନ୍ତି। ଇସ୍‌ମାଇଲ ହେଲ୍‌ମଣ୍ଡ ପ୍ରଦେଶରେ ଥିବା ନିଜ ପୈତୃକ ଘରକୁ ଫେରିବା ପୂର୍ବରୁ ଅସ୍ଥାୟୀ ଭାବେ ଅବସ୍ଥାନ କରିବା ପାଇଁ କାନ୍ଦାହାରରେ ଏକ ଭଡ଼ାଘର ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri