ତାଲିବାନଙ୍କ ବର୍ବର କାଣ୍ଡ: ଗାୟକଙ୍କୁ ଘରୁ ଡାକି ମୁଣ୍ଡକୁ ମାରିଲେ ଗୁଳି

କାବୁଲ,୩୦।୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେଠାରେ ଆତଙ୍କରାଜ ଚାଲିଛି। ଦେଶର ଜଣେ ଲୋକ ଗାୟକଙ୍କୁ ଘରୁ ଡାକି ନେଇ ତାଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରିଛନ୍ତି ତାଲିବାନ। କାନ୍ଧାହାର ନିକଟ ବେଲବେଦର ପ୍ରାନ୍ତରେ ଏହା ଘଟିଛି। ଟେଲିଭିଜନ, ରେଡିଓ ସଙ୍ଗୀତ ଏବଂ ମହିଳାଙ୍କ ସ୍ବର ବେଆଇନ ଘୋଷଣା ପରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗାୟକ ଫଓ୍ବାଦ୍‌ ଅନ୍ଦ୍ରାବୀଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି। ତାଙ୍କୁ ଘରୁ ଘୋଷାଡି ଆଣି ହତ୍ୟା କରାଯାଇଥିଲା।

Share