ମଧ୍ୟବିତ୍ତଙ୍କୁ ଅପହଞ୍ଚ ଆବାସ ପ୍ରକଳ୍ପ

ରାଉରକେଲା,୨୯।୧୦(ସଙ୍ଗୀତା ଜେନା)ସ୍ମାର୍ଟସିଟି ରାଉରକେଲା ଆଧୁନିକ କୌଶଳ ସମ୍ପନ୍ନ ସହର ଭାବେ ଖ୍ୟାତି ଲାଭ କରିଛି। ଏଠାରେ ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠାନ ରହିଛି। ତେବେ ସହରରେ ସରକାରଙ୍କ ସେଭଳି ଆବାସ ପ୍ରକଳ୍ପ ନ ଥିବା ଯୋଗୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବାସଗୃହ ଅଭାବ ଦେଖାଦେଇଛି। ସେମାନଙ୍କ ପାଇଁ ଘର ଖଣ୍ଡେ କିଣିବା ସାତସପନ ହୋଇଛି।
ସୂଚନା ଅନୁସାରେ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡ଼ିଏ)ଙ୍କ ପକ୍ଷରୁ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ସହରରେ କୌଣସି ନୂତନ ବାସଗୃହ ପ୍ରକଳ୍ପ ହୋଇନାହିଁ। ଫଳରେ ବାସଗୃହ ସମସ୍ୟା ବଢ଼ିବାରେ ଲାଗିଛି। ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଶିଳ୍ପାଞ୍ଚଳରେ ବାସଗୃହ ପ୍ରକଳ୍ପ ସୁବିଧା ନାହିଁ। ସହରରେ ହାଉସିଂ ବୋର୍ଡ ପକ୍ଷରୁ ବାସନ୍ତୀ କଲୋନୀ, ଛେଣ୍ଡ ହାଉସିଂ ପ୍ରୋଜେକ୍ଟ ବ୍ୟବସ୍ଥା କରାଯାଇଥିଲା। ଛେଣ୍ଡ ପରେ ସହରରେ ଅନ୍ୟ କୌଣସି ପ୍ରକଳ୍ପ ନାହିଁ। ବେଦବ୍ୟାସ ଟିସିଆଇ, ବ୍ରାହ୍ମଣୀତରଙ୍ଗ, ଜଗଦା, ଶକ୍ତିନଗର, ବରଟୋଲି, ଦଲପୋଷ, ଜବାଘାଟ ସମେତ ଅନ୍ୟ କିଛି ଅଞ୍ଚଳରେ ବିଲ୍‌ଡରମାନେ ଆପାର୍ଟମେଣ୍ଟ ନିର୍ମାଣ କରି ଚଢ଼ାଦରରେ ବିକ୍ରି କରୁଛନ୍ତି। ଏପରିକି ଶକ୍ତିନଗର ଅଞ୍ଚଳରେ ୩ ବେଡ୍‌ରୁମ୍‌ ବିଶିଷ୍ଟ ବାସଗୃହ ୧ କୋଟି ୨୦ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ମିଳିଛି। ସେହିପରି ଛେଣ୍ଡ, ବାସନ୍ତୀ କଲୋନୀରେ ୧୨ଶହ , ୧୫ଶହ ବର୍ଗଫୁଟ ବିଶିଷ୍ଟ ଜମିକୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରାଯାଉଛି। ଜମି ଦଲାଲ ସହର ନିକଟ ବିଶ୍ରା, ଲାଠିକଟା, କୁଆଁରମୁଣ୍ଡା ଓ ଅନ୍ୟ ବ୍ଲକ ଅଞ୍ଚଳରେ ଜମି କିଣି ଅକ୍ତିଆର କରି ରଖିଛନ୍ତି। ଲୋକଙ୍କ ନିକଟରେ ଥିବା ଅର୍ଥ ଅନୁପାତରେ ଗୃହ ଦର ଅଧିକ ହେଉଥିବା କିଛି ବରିଷ୍ଠ ନାଗରିକ ମତ ଦେଇଛନ୍ତି। ଏହି ସମସ୍ୟାରେ ଅଧିକ ପ୍ରଭାବିତ ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନାରୁ ଅବସରଗ୍ରହଣ କରୁଥିବା କର୍ମଚାରୀ ଓ ମଧ୍ୟବିତ୍ତ ପରିବାର। ଏ ସମ୍ପର୍କରେ ଆର୍‌ଏସ୍‌ପି ରିଟାୟାର୍ଡ ଆସୋସିଏଶନର ସଭାପତି ଇଂ. ଅଭୟ ଦାସ କୁହନ୍ତି, ସହରରେ ବାସଗୃହ ଅଭାବ ଏକ ବିରାଟ ସମସ୍ୟା ପାଲଟିଛି। ସରକାରଙ୍କ ବାସଗୃହ ପ୍ରକଳ୍ପ ନ ଥିବାରୁ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀମାନେ ସହର ଛାଡ଼ି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ନଚେତ୍‌ ଜୀବନର ଜମାପୁଞ୍ଜିକୁ ଘର ଭଡା ବାବଦରେ ଦେଉଛନ୍ତି। ସରକାରୀ ହାଉସିଂ ସ୍କିମ୍‌ରେ ପୂର୍ବତନ କର୍ମଚାରୀମାନଙ୍କ ପାଇଁ ସଂରକ୍ଷଣ ରହିବା କଥା। ସରକାରୀ ସ୍ତରରେ ମଧ୍ୟବିତ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ କରାଇବା ସହ ସହର ଆଖପାଖରେ ଜମି ଚିହ୍ନଟ କରି ନୂତନ ପ୍ରକଳ୍ପ କରିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ଦାସ କହିଥିଲେ। ସେହିପରି ଆର୍‌ଡିଏ ଯନ୍ତ୍ରୀ ଇପ୍ସିତା ବିଶ୍ୱାଳଙ୍କୁ ପଚରାଯିବାରୁ ସେ କହିଲେ, ୯୦ ଦଶକରେ ଛେଣ୍ଡ ହାଉସିଂ ପ୍ରୋଜେକ୍ଟ ପରେ ୨୦୨୦ରେ ଦୁର୍ବଳ ଆର୍ଥିକ ବର୍ଗ (ଇଆରଡ଼ବ୍ଲ୍ୟୁ)ଙ୍କ ପାଇଁ ଛେଣ୍ଡ ରିମ୍ସଠାରେ ଗୃହ ନିର୍ମାଣ କରାଯାଇଥିଲା। ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ବିଚାରଧୀନ ରହିଛି ବୋଲି ବିଶ୍ୱାଳ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri