Posted inଜାତୀୟ

ଏହି ସହରରେ ଶସ୍ତାରେ ପାଇବେ ଘର

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ-ଏନ୍‌ସିଆରରେ ନିଜ ଘରର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଦୁଇଗୁଣ ଖୁସି ଖବର ଆସିଛି। ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଆଜି ଅର୍ଥାତ୍‌ ଜୁନ ୩୦ରୁ ‘ପ୍ରଥମେ ଆଓ, ପ୍ରଥମେ ପାଓ’ ଗୃହ ଯୋଜନା ଅଧୀନରେ ୫, ୫୪୦ ଫ୍ଲାଟର ବୁକିଂ ଆରମ୍ଭ କରୁଛି। ମଧ୍ୟାହ୍ନ ୧୨ ଟାରୁ ବୁକିଂ ଆରମ୍ଭ ହୋଇଛି। ଶୀଘ୍ର ଗ୍ରେଟର ନୋଏଡାରେ ଶସ୍ତା ଘର କିଣିବାର ସୁଯୋଗ ପାଇବେ। ଗ୍ରେଟର ନୋଏଡା ପ୍ରାଧିକରଣ ମଧ୍ୟ ଗୃହ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ମାସ ଅର୍ଥାତ ଜୁଲାଇରୁ ଶସ୍ତା ଫ୍ଲାଟ୍‌ ପାଇଁ ବୁକିଂ କରିବାର ସମସ୍ତ ସମ୍ଭାବନା ରହିଛି।

ଗ୍ରେଟର ନୋଏଡା ଅଥରିଟିର ସିଇଓ ରିତୁ ମାହେଶ୍ୱରୀ ଜୁଲାଇ ପ୍ରଥମ ସପ୍ତାହରେ କର୍ତ୍ତୃପକ୍ଷ ଫ୍ଲାଟ୍‌ ଯୋଜନା ଆଣିବାକୁ ସମ୍ପତ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପ୍ରକଳ୍ପ ବିଭାଗ ଦ୍ୱାରା ଫ୍ଲାଟ୍‌ ଯାଞ୍ଚ ହେବା ପରେ ମଧ୍ୟ ଖୁବ୍‌ଶୀଘ୍ର ସମ୍ପତ୍ତି ବିଭାଗକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି। କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଜନଶୁଣାଣି ସମୟରେ ରିତୁ ମାହେଶ୍ୱରୀ ପ୍ରାଧିକରଣର ଫ୍ଲାଟ୍‌ ନିଲାମ ବିଷୟରେ ସୂଚନା ଦେଇଥିଲେ।

ଆଜିଠାରୁ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ)ର ଗୃହ ଯୋଜନାରେ ଫ୍ଲାଟ୍‌ ନେବା ପାଇଁ ଆବେଦନ କରାଯାଉଛି। ଜାସୋଲାରେ ୪୦ ହାଇ ଇନକମ ଗ୍ରୁପ (ଏଚ୍‌ଆଇଜି) ଫ୍ଲାଟ, ଦ୍ୱାରକା ଏବଂ ନରେଲାରେ ୨୦୦ ଫ୍ଲାଟ୍‌ ମିଡିଲ ଇନକମ୍‌ ଗ୍ରୁପ (ଏମ୍‌ଆଇଜି), ଲୋକନାୟକ ପୁରାମ, ରୋହିଣୀ, ସିରାସପୁର ଏବଂ ନରେଲାରେ ୪୪୦୦ ଫ୍ଲାଟ୍‌ ଲୋ ଇନକମ ଗ୍ରୁପ (ଏଲ୍‌ଆଇଜି) ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ପଞ୍ଜୀକରଣ ଏବଂ ବୁକିଂ ଫି’ ୧୦ଜୁଲାଇ ପର୍ଯ୍ୟନ୍ତ କରାଯାଇପାରିବ। ତେବେ ବର୍ତ୍ତମାନ ସୁଦ୍ଧା ଫ୍ଲାଟ୍‌ର ଦାମ୍‌ ସମ୍ପର୍କରେ ସୂଚନା ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?