୧.୫ ନିୟୁତ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା

ଭୁବନେଶ୍ୱର,୮।୪:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌(ଏଚ୍‌ଏମ୍‌ଆଇଏଲ୍‌)ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ (ଏଚ୍‌ଏମ୍‌ଆଇଏଫ୍‌) ଦ୍ୱାରା ସାମାଜିକ କଲ୍ୟାଣ ଏବଂ ମାନବିକତା ମୂଲ୍ୟବୋଧର ପ୍ରତିଶ୍ରୁତିବଦ୍ଧ ଅନ୍ତର୍ଗତ ‘ସ୍ପର୍ଶ ସଞ୍ଜୀବନୀ’ ପ୍ରୟାସ ଜାରି ରହିଛି। ୨୦୨୧ରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଭାରତର ୭ଟି ରାଜ୍ୟର ଗ୍ରାମାଞ୍ଚଳରେ ୧.୫ ନିୟୁତରୁ ଅଧିକ ଲୋକଙ୍କୁ ସୁଲଭ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଇପାରିଛି।
ସେହିଭଳି ଉକ୍ତ ସେବା ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଗୁଜରାଟ ଓ ଓଡ଼ିଶା ସମେତ ଭାରତର ୭ଟି ରାଜ୍ୟରେ ୩୫ଟି ଟେଲି ମେଡିସିନ କ୍ଲିନିକ ଏବଂ ମୋବାଇଲ ମେଡିକାଲ ୟୁନିଟ୍‌ ସହିତ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ପାଇଁ ସହଜ, ସୁଲଭ ତଥା ନିର୍ଭରଯୋଗ୍ୟ ସୁବିଧା ପ୍ରଦାନ କରିଥାଏ।
ଏ ସମ୍ପର୍କରେ ଏଚ୍‌ଏମ୍‌ଆଇଏଲ୍‌ର ଏଭିପି ଆଣ୍ଡ ଭର୍ଟିକାଲ ହେଡ୍‌ (କର୍ପୋରେଟ ଆଫେୟାର୍ସ) ପୁନିତ ଆନନ୍ଦ କହିଥିଲେ, ସାମାଜିକ ଗୋଷ୍ଠୀଙ୍କର କଲ୍ୟାଣ ତଥା ସ୍ବାସ୍ଥ୍ୟସେବା ସୁବିଧା ପାଇଁ ଆମର ପ୍ରତିବଦ୍ଧତା ସହିତ ଭାରତର ଗ୍ରାମାଞ୍ଚଳରେ ବଞ୍ଚତ୍ିତ ଗୋଷ୍ଠୀଙ୍କ ପାଇଁ ସହଜ ତଥା ସୁବିଧାଜନକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ଏପରିକି ଏହି ସେବାଗୁଡିକ ବିସ୍ତାର କରି ଆମେ ମୌଳିକ ସ୍ବାସ୍ଥ୍ୟସେବା ଅଭାବ ଭୋଗୁଥିବା ଲୋକଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛୁ। ସେହିପରି ଏଚ୍‌ଏମ୍‌ଆଇଏଫ୍‌ ଏହି ପ୍ରମାଣିତ ମଡେଲକୁ ୭ଟି ଅଧିକ ଅଞ୍ଚଳରେ ୧୫ଟି ଟେଲି ମେଡିସିନ ସେଣ୍ଟର ଏବଂ ୧୦ଟି ମୋବାଇଲ ମେଡିକାଲ ୟୁନିଟ ଜମ୍ମୁ-କଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ ଏବଂ କେରଳଠାରେ ଆରମ୍ଭ କରିବାକୁ ଯୋଜନା କରିଛି। ଏପରିକି ୧୪ଟି ଅଞ୍ଚଳ, ୫୦ଟି ଟେଲି ମେଡିସିନ କେନ୍ଦ୍ର ଏବଂ ୧୦ଟି ମୋବାଇଲ ମେଡିକାଲ ୟୁନିଟ୍‌ ମାଧ୍ୟମରେ ଏଚ୍‌ଏମ୍‌ଆଇଏଫ୍‌ ଅଧିକ ଲୋକ ଏବଂ ଗୋଷ୍ଠୀଙ୍କୁ ଉପକୃତ କରାଇବା ସହିତ ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri