ନାଲ୍‌କୋ ସପକ୍ଷବାଦୀଙ୍କୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଚେତାବନୀ: କମ୍ପାନୀ ବିପକ୍ଷବାଦୀଙ୍କ ବୈଠକ

ପଟ୍ଟାଙ୍ଗି,୨୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ମାଲକାରବନ୍ଧ ଗ୍ରାମ ନିକଟରେ ବିପକ୍ଷବାଦୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି। ଏଥିରେ ନାଲ୍‌କୋ ପାଇଁ ସହଯୋଗ କରୁଥିବା ବ୍ୟକ୍ତିମାନେ ନିଜର ଫାଇଦା ଲାଗି ବିନାଶ କାର୍ଯ୍ୟ ନ କରିବା ସହ ଏଥିରୁ ନିବୃତ ନ ରହିଲେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ପକ୍ଷରୁ ସପକ୍ଷବାଦୀଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବୁ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତ ଶୁକ୍ରବାର ସେରୁବନ୍ଧ ବକ୍ସାଇଟ ପାହାଡ଼ ନିକଟ ଯାଏ ଆବଶ୍ୟକ ଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଶତାଧିକ ଗ୍ରାମବାସୀ ବିରୋଧ କରି କାର୍ଯ୍ୟରେ ନିୟୋଜିତ କମ୍ପାନୀ ଓ ପ୍ରଶାସନକୁ ଫେରାଇଥିଲେ। କିନ୍ତୁ ଏହା ପୂର୍ବରୁ ୧୯ ତାରିଖ ତଥା ଗୁରୁବାର ରାତିରେ କେତେଜଣ କମ୍ପାନୀ କର୍ମଚାରୀ ବ୍ଲକ ସଦର ମହକୁମାରେ ପହଞ୍ଚି ଲେଞ୍ଜିଗୁଡ଼ା ଗ୍ରାମ ନିକଟରେ କେତେକ ନାଲକୋ ସପକ୍ଷବାଦୀଙ୍କୁ ଟଙ୍କା ବାଣ୍ଟୁଥିବା କଥା ପ୍ରଚାର ହେବା ପରେ ବିପକ୍ଷବାଦୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ ଗ୍ରାମବାସୀ ଏକତ୍ର ହୋଇ ରାସ୍ତା ନିର୍ମାଣ ପୂର୍ବରୁ ଭୂମିପୂଜାକୁ ବିରୋଧ କରିଥିଲେ। ଏହା ପରେ ବିପକ୍ଷବାଦୀ ବା କ୍ଷତିଗ୍ରସ୍ତ ଗ୍ରାମବାସୀ ବୈଠକ କରି ନାଲ୍‌କୋ କମ୍ପାନୀକୁ ସହଯୋଗ କରୁଥିବା କେତେକ ସପକ୍ଷବାଦୀଙ୍କୁ ଡକାଇ ଆଲୋଚନା କରିଥିଲେ। ଏଭଳି କାର୍ଯ୍ୟ ନ କରିବାକୁ ଚେତାବନୀ ଦେଇ ଏକ ଲିଖିତ ଚୁକ୍ତିନାମାରେ ଦସ୍ତଖତ କରାଇ ସପକ୍ଷବାଦୀମାନଙ୍କୁ ଛାଡିଥିବା ଜଣାପଡ଼ିଛି। ଏ ନେଇ ଦୁଇପକ୍ଷରୁ ପୋଲିସ ପାଖରେ କୌଣସିି ଅଭିଯୋଗ ହୋଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ କ୍ରାଶ ହେଲା ସେନା ହେଲିକପ୍ଟର, ୪ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୪।୨: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଦିନ କେନ୍ଦ୍ରୀୟ ଇରାନରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରୀୟ ଇରାନର ଏକ ଫଳ…

ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ଥାନା ଗେଟ୍‌ ବନ୍ଦ କରିବା ସହ ରାସ୍ତା ରୋକୋ କଲେ ମହିଳା

ମୋରଡା,୨୪।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଲୋକେ ଜଣେ ଅଚିହ୍ନା ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଉତ୍ୟକ୍ତ ମହିଳାମାନେ ଆଜି…

ଚାଷୀ ସୁରକ୍ଷା ସମାବେଶରେ ନବୀନଙ୍କ ରଣହୁଙ୍କାର, ‘ଡବଲ ଇଂଜିନ ସରକାର କରୁଛି କଣ’

ଭୁବନେଶ୍ବର,୨୪।୨: ଚାଷୀ ସମସ୍ୟା ନେଇ ବିଜେଡି ବିକ୍ଷୋଭ ଚଳାଇଛି । ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ ଆରମ୍ଭ ହୋଇଛି । ଏଥିରେ ବିଜେଡି…

ରାଉରକେଲା NIT କ୍ୟାମ୍ପସରେ ହାତୀ ଆତଙ୍କ, ଛାତ୍ରୀଛାତ୍ର ଭୟଭୀତ

ରାଉରକେଲା,୨୪।୨(ସଂଗୀତା ଜେନା): ମଙ୍ଗଳବାର ସକାଳେ ଦୁଇଟି ବନ୍ୟ ହାତୀ ରାଉରକେଲା ପରିସରରେ ପ୍ରବେଶ କରିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କ୍ୟାମ୍ପସରେ କିଛି ସମୟ ପାଇଁ…

T20 World Cupରୁ ବାହାରିଯିବ ପାକିସ୍ତାନ! ଜାଣନ୍ତୁ ଗ୍ରୁପ-୨ ସେମିଫାଇନାଲରେ ପହଞ୍ଚିବାର ସମୀକରଣ

ନୂଆଦିଲ୍ଲୀ,୨୪।୨: ପାକିସ୍ତାନ କ୍ରିକେଟ ଦଳର ସୁପର ୮ର ପ୍ରଥମ ମ୍ୟାଚ ବର୍ଷା ଯୋଗୁ ରଦ୍ଦ ହୋଇଯାଇଥିଲା, ଯାହା ସଲମାନ ଅଲି ଆଗା ଏବଂ ଦଳକୁ ଗୋଟିଏ ପଏଣ୍ଟରେ…

ଜମି ପାଖ ପୋଖରୀରୁ ମିଳିଲା ମୃତଦେହ ଉଦ୍ଧାର: ସନ୍ଦେହଜନକ ମୃତ୍ୟୁକୁ ନେଇ ବଢିଲା ଚର୍ଚ୍ଚା

ବଲାଙ୍ଗୀର,୪।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ ମିରିଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁଲଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ପାଖ ଜମିରେ ଥିବା ଏକ ପୋଖରୀରୁ…

ଲୁଚିଛପି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିଲେ: ଦେଖିଦେଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୪ା୨(ଶରତ କୁମାର ଧଳ):  କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ମାଳିପୁଟ ପଞ୍ଚାୟତ ପୁରୁଣାପଦର ଗ୍ରାମ ନିକଟରେ ଲୁକ୍କାୟିତ ଭାବେ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଠିକାଦାର…

ପ୍ରଣବଙ୍କ ଫାର୍ମ ହାଉସରେ ବୁଲିଲା ବୁଲଡୋଜର: ଜବରଦଖଲ ଉଚ୍ଛେଦ ଜାରି

ଧର୍ମଶାଳା,୨୪।୨(ଶିବ ପ୍ରସାଦ ମହାନ୍ତି): ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ବୁଲଡୋଜର ବୁଳିଛି। ପ୍ରଶାସନ ପକ୍ଷରୁ ପ୍ରଣବଙ୍କ ଫାର୍ମ ହାଉସରେ ଜବରଦଖଲ ଉଚ୍ଛେଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri