Posted inଖେଳ

ଏଏଫ୍‌ସି କପ୍‌: ଅଲ୍‌ ଟାଇମ୍‌ ବେଷ୍ଟ ଥ୍ରୀ ପୁରସ୍କାର ଦୌଡ଼ରେ ଛେତ୍ରୀ

ନୂଆଦିଲ୍ଲୀ, ୨୮ା୩ (ପି.ଟି.)-ଏଏଫ୍‌ସି କପ୍‌ରେ ଅଲ୍‌ ଟାଇମ୍‌ ବେଷ୍ଟ ଥ୍ରୀ ପୁରସ୍କାର ଦୌଡ଼ରେ ରହିଥିବା ୧୩ଜଣ ଷ୍ଟ୍ରାଇକରଙ୍କ ମଧ୍ୟରେ ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ ଅନ୍ୟତମ ରହିଛନ୍ତି। ଏଏଫ୍‌ସି କପ୍‌ ହେଉଛି ମହାଦେଶର ଦ୍ୱିତୀୟ ପାହ୍ୟା କ୍ଲବ ପ୍ରତିଯୋଗିତା। ୨୦୧୩ରେ ଚର୍ଚ୍ଚିଲ ବ୍ରଦର୍ସ ଦଳ ତରଫରୁ ଏଏଫ୍‌ସି କପ୍‌ ଖେଳିବା ପରଠାରୁ ୩୬ ବର୍ଷୀୟ ଛେତ୍ରୀ ଚାରୋଟି ସଂସ୍କରଣରେ ୧୮ଗୋଲ ସ୍କୋର କରିଛନ୍ତି। ସେ ପରେ ୨୦୧୬, ୨୦୧୭ ଓ ୨୦୧୮ରେ ବେଙ୍ଗାଲୁରୁ ଏଫ୍‌ସି ତରଫରୁ ଏଏଫ୍‌ସି କପ୍‌ ଖେଳିଥିଲେ। ବେଙ୍ଗାଲୁରୁ ଏଫ୍‌ସି ଦଳର ଅଧିନାୟକ ରହିଥିବାବେଳେ ସେ ପ୍ରତିଯୋଗିତାରେ ତାଙ୍କ ଶ୍ରେଷ୍ଠ ସଫଳତା ହାସଲ କରିଥିଲେ। ଫାଇନାଲରେ ଇରାକ ଏୟାର ଫୋର୍ସ କ୍ଲବଠାରୁ ପରାସ୍ତ ହୋଇ ତାଙ୍କ ଦଳ ରନର୍ସଅପ୍‌ ହୋଇଥିଲା। ଛେତ୍ରୀ ହେଉଛନ୍ତି ଆଧୁନିକ ଭାରତୀୟ ଫୁଟ୍‌ଲର ଜଣେ ଆଇକନିକ ଚରିତ୍ର। ଜାତୀୟ ଦଳ ତରଫରୁ ସେ ୭୨ ଗୋଲ କରିସାରିଛନ୍ତି। ଫୁଟ୍‌ବଲପ୍ରେମୀମାନଙ୍କୁ ଭୋଟ ଜରିଆରେ ଅଲ୍‌ ଟାଇମ୍‌ ବେଷ୍ଟ ଥ୍ରୀ ପୁରସ୍କାର ବିଜେତା ବଛାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ରାଗରେ ଏମିତି କହିଦେଲେ ପାକିସ୍ତାନ ଅଧିନାୟକ: ଅଫ୍‌ ଡେ’ରେ…

କଲମ୍ବୋ,୧୬।୨:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ଗ୍ରୁପ ପର୍ଯ୍ୟାୟ ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ପରାସ୍ତ…

ବିଜୟ ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମଧ୍ୟରେ ଫାଟ! ଏହି କାରଣରୁ ଯୁକ୍ତିତର୍କ, VIDEO ଭାଇରାଲ୍‌

ନୂଆଦିଲ୍ଲୀ,୧୬।୨: ୨୦୨୬ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଟିମ ଇଣ୍ଡିଆ ଶିବିରରେ ସେଲିବ୍ରେଶନର ପରିବେଶ ଥିଲାବେଳେ, ମ୍ୟାଚ ପରେ ପଡ଼ିଆରେ ଏକ ଘଟଣା…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri