Posted inଫୁରସତ

ଆଈତୋଟା

ଜଗତ ଠାକୁର ଦାରୁଦିଅଁ । ଭାଇ ଭଉଣୀଙ୍କୁ ସାଥୀରେ ଧରି ଏବେ ଆବିର୍ଭାବ ସ୍ଥଳରେ ବିରାଜିତ। ସେବକ, ଶ୍ରଦ୍ଧାଳୁଙ୍କ ସମାବେଶରେ ମୁଖରିତ ସୁନ୍ଦରାଚଳ। କାଳିଆ ସାଆନ୍ତଙ୍କ ଜନ୍ମ/ଆବିର୍ଭାବ ସ୍ଥଳ, ଜନ୍ମବେଦି, ଆଟୋପ ମଣ୍ଡପ /ଆଡ଼ମ୍ବର ମଣ୍ଡପ ବା ଲୋକମୁଖରେ ପ୍ରଚାରିତ ଆଡ଼ପ ମଣ୍ଡପ ବା
ଆଜିର ଗୁଣ୍ଡିଚାବାଡ଼ି ଏବେ ସମସ୍ତଙ୍କ ଆକର୍ଷଣର
ସ୍ଥଳ। ଏହି ପବିତ୍ରସ୍ଥଳ ସହ ଆଈତୋଟାକୁ
ନେଇ ରହିଛି ଭାବର ଗାଥା….

 

ଆଈତୋଟା: ବଦଳିଛି ରୂପରେଖ
ଆଇତୋଟା ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ସିଦ୍ଧେଶ୍ୱର ମହାପାତ୍ର କୁହନ୍ତି, ଏକଦା ଗୁଣ୍ଡିଚା ମନ୍ଦିରର ବାମପାର୍ଶ୍ୱସ୍ଥିତ ତୋଟା ଆଈତୋଟା ଭାବେ ପରିଚିତ ଥିଲା। ବର୍ତ୍ତମାନ ତା’ର ରୂପରେଖ ବଦଳିଯାଇଛି। ସେହି ସ୍ଥାନରେ ଏବେ କେତେକ ମଠ, ଆଶ୍ରମ ସହିତ ବସ୍‌ଷ୍ଟାଣ୍ଡ ରହିଛି। ତେବେ ଚୈତନ୍ୟ ଚରିତାମୃତ ଅନୁଯାୟୀ ଗୁଣ୍ଡିଚା ମାର୍ଜନ ପରେ ଶ୍ରୀଚୈତନ୍ୟ ଓ ତାଙ୍କ ଅନୁଗାମୀମାନେ ଏହି ତୋଟାରେ ବଣଭୋଜି କରୁଥିଲେ। ଗୁଣ୍ଡିଚାଯାତ୍ରା ସମୟରେ ଏହି ତୋଟା ହେଲା ତାଙ୍କର ବିଶ୍ରାମସ୍ଥଳ। ଆଈଟୋଟା ଆସି ପ୍ରଭୁ ବିଶ୍ରାମ କରିଲ (ଚୈତନ୍ୟ ଚରିତାମୃତ ମଧ୍ୟ ପର୍ବ-୧୪) । ଏଠାରେ ଆଈ ଶବ୍ଦଟି ଆଜି ମାତାମହୀ ଅର୍ଥରେ ବ୍ୟବହୃତ ହେଉଅଛି। ଦିନେ ମାତା ନିମନ୍ତେ ବ୍ୟବହୃତ ହେଉଥିଲା।
୧-କାନ୍ଦନ୍ତି କୁମରେ ଯେ ଜନନୀ ମୁଖ ଚାହିଁ/ ଦିଅସି କ୍ଷୀର ପାନ ବ୍ରତିବୁ ଆମ୍ଭେ ଆଈ(ସାରଳା ମହାଭାରତ )।
୨-ଆମ୍ଭେ ତୋ ସୂତ ସଙ୍ଗେ ଥାଇ / ମଥୁରା ଦେଖିଲୁ ଗୋ ଆଈ
( ଭାଗବତ)।
୩-(ବଙ୍ଗଳା) ସତ୍ୱରେ ଆଇଲା ସଚ୍ଚି ଆଈ ଶାନ୍ତି ପୁରେ(ଚୈତନ୍ୟ୨ ଚରିତାମୃତ)। ଏହିଭଳି ଭାବେ ଆଈ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ।

ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା, ଏହାକୁ ବି କୁହାଯାଏ ‘ମାଧୁର୍ଯ୍ୟଭୂମିକୁ’ ଯାତ୍ରା। ଏ କଥା ବୈଷ୍ଣବୀୟ ପରମ୍ପରାରେ ଗ୍ରହଣୀୟ ହୁଏ। ଦାରୁଦିଅଁ ଉପାସିତ ଶ୍ରୀମନ୍ଦିର ନୀଳାଚଳ ଧାମରେ ଅବସ୍ଥିତ। ଯାହା ସର୍ବଜନ ବିଦିତ। ପୁଣି ଏହି ଧାମକୁ କୁହାଯାଏ ଐଶ୍ୱର୍ଯ୍ୟଧାମ। ଅପରପକ୍ଷେ ମାଧୁର୍ଯ୍ୟଧାମ ହେଉଛି ବ୍ରଜଧାମ। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ‘ଶ୍ରୀକୃଷ୍ଣ ଉପାସକମାନେ ଦାରୁଦିଅଁଙ୍କ ଆବିର୍ଭାବ ଧାମକୁ ବ୍ରଜଧାମ ଭାବେ ଗ୍ରହଣ କରନ୍ତି। ଆଉ ଏହି ଯାତ୍ରାହିଁ ଐଶ୍ୱର୍ଯ୍ୟଧାମରୁ ମାଧୁର୍ଯ୍ୟଧାମକୁ ଯାତ୍ରା ବୋଲି ସେମାନଙ୍କର ଆସ୍ଥା ଓ ବିଶ୍ୱାସ। ବ୍ରଜଧାମ ଭାରତୀୟ ପରମ୍ପରାରେ ସୁନ୍ଦରାଚଳ। ଏହି ଯାତ୍ରା ନୀଳାଚଳରୁ ସୁନ୍ଦରାଚଳକୁ ଯାତ୍ରା। ସୁନ୍ଦରାଚଳକୁ ଲାଗି ରହିଛି ଆଈତୋଟା। ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଆସିବା ପୂର୍ବରୁ ସୁନ୍ଦରାଚଳରେ ମାର୍ଜନା ନୀତି ହୁଏ। ମାର୍ଜନା କଲାବେଳେ ମାର୍ଜନାକାରୀମାନେ ଗୁଣୁଗୁଣୁ ହୋଇ ବୋଲନ୍ତି, ‘କାଲି ଆସିବେ ମୋ ପ୍ରାଣବନ୍ଧୁ..ଆଜି କୁଞ୍ଜ ସଜାଅ ଗୋ’। ପ୍ରକୃତି ଆକର୍ଷିତ କରୁଛି, ପୁରୁଷଙ୍କୁ ନୁହେଁ ଶ୍ରୀପୁରୁଷୋତ୍ତମଙ୍କୁ। ଏହି ମାର୍ଜନ ଗୀତର ଗୁଞ୍ଜରଣ ଶେଷ ହୁଏ ଆଈତୋଟାରେ। ଆଈ ହେଉଛନ୍ତି ବୈଷ୍ଣବମାନଙ୍କ ମଧ୍ୟରେ ‘ବୃନ୍ଦା’। ବ୍ରଜବାସୀଙ୍କ ପାଇଁ ଆଈର ଅର୍ଥ ମା। ମା’ର ତୋଟା ହିଁ ପବିତ୍ର ଆଈତୋଟା। ଜନ୍ମଭୂମିକୁ ମା’ର ତୋଟାଲାଗି ରହିବା ସ୍ବାଭାବିକ। ଦାରୁଦିଅଁଙ୍କ କେହି ମା’ ନଥିବା ବେଳେ ମା’ର କଳ୍ପନା କରାଯାଇଅଛି। ଅବଶ୍ୟ ଏହା ଭାବର କଥା।
ବାହୁଡ଼ାର ଏ୍ୟତିହ୍ୟ: ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ମହାରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁଦିଅଁଙ୍କ ପାଇଁ ମନ୍ଦିର ନିର୍ମାଣ କଲେ। ଏହା ପରେ ମନ୍ଦିର ପ୍ରତିଷ୍ଠା ବିଧି ସମାପ୍ତ କରାଇଥିଲେ। ସେତେବେଳେ ଆଡ଼ପ ମଣ୍ଡପରୁ ମହାପ୍ରଭୁଙ୍କୁ ରଥରେ ବସାଇ ପ୍ରଥମେ ଶ୍ରୀମନ୍ଦିରକୁ ଆଣିଥିଲେ। ତାହା ଥିଲା ଦାରୁଦିଅଁଙ୍କ ନୀଳାଚଳ ଯାତ୍ରା। ଏହି ଶାସ୍ତ୍ରୀୟ ପରମ୍ପରା ଏବେ ବି ଶ୍ରୀଜଗନ୍ନାଥ ଧାମର ପଞ୍ଚକୋଶୀଙ୍କ ମଧ୍ୟରେ ବଞ୍ଚତ୍ ରହିଛି। ଷୋଳ ଶାସନ ଓ ବତିଶ କରବାଡ଼ର ବ୍ରାହ୍ମଣମାନେ, କ୍ଷେତ୍ରରେ ବାସ କରୁଥିବା ଜାଣିବା ଶୁଣିବା ଲୋକେ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରାୟତଃ ଭାଗ ନିଅନ୍ତି ନାହିଁ ବୋଲି ଶୁଣିବାକୁ ମିଳେ। ସେମାନେ ଦାରୁଦିଅଁ ଆଡ଼ପ ମଣ୍ଡପରେ ପହଞ୍ଚତ୍ବା ପରେ ସେଠାକୁ ଯାଇ ଦର୍ଶନ କରନ୍ତି। ଆଉ ତାଙ୍କର ନୀଳାଚଳକୁ ଆସିବା ବେଳେ ଅଂଶଗ୍ରହଣ କରିଥାନ୍ତି। ସ୍କନ୍ଦପୁରାଣ ବର୍ଣ୍ଣନା ଅନୁଯାୟୀ ଦାରୁଦିଅଁଙ୍କର ଉପାସନା ଧାମକୁ ଭୂସ୍ବର୍ଗ କୁହାଯାଏ,ତେଣୁ ଭୂସ୍ବର୍ଗକୁ ଗମନ କରିବା ବା ଯାତ୍ରା କରିବାର ବିଧିକୁ ଆମେ ବାହୁଡ଼ା ଯାତ୍ରା କହୁଛୁ। କାରଣ ସେ ଆମ ପାଖକୁ ବାହୁଡ଼ି ଆସୁଛନ୍ତି। ଆବିର୍ଭାବ ମଣ୍ଡପ ବା ଧାମକୁ ଯାତ୍ରା କରୁଥିବାରୁ ତାଙ୍କ ପାଇଁ ତାହା ବାହୁଡ଼ା ଯାତ୍ରା, ମାତ୍ର ମନୁଷ୍ୟଙ୍କ ମୁକ୍ତି ନିମନ୍ତେ ଉପାସନା କ୍ଷେତ୍ରକୁ ଫେରିଆସୁଥିବାରୁ ଏହା ହେଉଛି ଆମ ପାଇଁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା।
ସଦ୍‌ଭାବନାର ବାର୍ତ୍ତା: ଶାସ୍ତ୍ରରେ କୁହାଯାଇଛି ”ସୋଽହମ୍‌’। ଏହାର ଅର୍ଥ ହେଉଛି- ସେ ହିଁ ମୁଁ, ମୁଁ ହିଁ ସେ। ତୋ ଓ ମୋ ଭିତରେ କୌଣସି ପ୍ରଭେଦ ନାହିଁ। ଭାରତୀୟ ଦର୍ଶନରେ ଏହି ଗଭୀର ରହସ୍ୟକୁ ଦାରୁଦିଅଁ ରଥଯାତ୍ରାରେ ସାକାର କରାଉଛନ୍ତି। ଏଠାରେ ଦେହ ଓ ଦେହୀର କୌଣସି ଭେଦ ନାହିଁ। ଭାରତର କୌଣସି ମନ୍ଦିରରେ ମୂଳ ବିଗ୍ରହ ସିଂହାସନରୁ ଓହ୍ଲାଇ ଆସି ଭକ୍ତଙ୍କ ସହିତ ମିଶି ମାନବୀୟ ଲୀଳା କରିବାର ଦୃଷ୍ଟାନ୍ତ ବିରଳ, କିନ୍ତୁ ଦାରୁଦିଅଁ ସଗୁଣବ୍ରହ୍ମ ହେଲେ ମଧ୍ୟ ସାକାର ହୋଇ ଜୀବମାନଙ୍କର ମଙ୍ଗଳ ପାଇଁ ଏହି ଲୀଳା କରିଥାଆନ୍ତି। ସେଥିପାଇଁ ଏହାକୁ କୁହାଯାଏ ଶ୍ରୀପତିତପାବନ ଯାତ୍ରା। ଏଥିରେ ସମାଜକୁ ସେ ମୁଖ୍ୟତଃ ସଦ୍‌ଭାବନାର ବାର୍ତ୍ତା ଦେଇଥାଆନ୍ତି।
-ବୀରଭଦ୍ର ବିଶ୍ୱାଳ
ଫଟୋ: ଯଜ୍ଞେଶ୍ୱର ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri