ଫାଇଜର ଟିକାକୁ ଆମେରିକାରେ ସବୁଜ ସଙ୍କେତ

ୱାଶିଂଟନ,୧୧।୧୨: ଫାଇଜର ପ୍ରସ୍ତୁତ କରିଥିବା ଟିକା ଖୁବ୍‌ଶୀଘ୍ର ଆମେରିକାରେ ଜରୁରୀକାଳୀନ ଅନୁମୋଦନ ପାଇପାରେ। ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆମେରିକାର ଖାଦ୍ୟ ଏବଂ ଡ୍ରଗ୍‌ ଆଡମିନଷ୍ଟ୍ରେସନ କମିଟି ଏହି ଟିକା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କମିଟିରେ ଥିବା ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଟିକା ସପକ୍ଷରେ ଭୋଟ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ମତ ରଖିଥିଲେ। ଜଣେ ସଦସ୍ୟ ଭୋଟ ଦାନରୁ ବିରତ ରହିଥିଲେ। ମଞ୍ଜୁରୀ ମିଳିବା ପରେ ଜାନୁୟାରୀ ପ୍ରଥମ ସପ୍ତାହରେ ଆମେରିକା ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଦିଆଯିବ। ଏହି ଟିକା ବ୍ରିଟେନରେ ଅନୁମୋଦିତ ହୋଇଛି ଏବଂ ସେଠାରେ ଟିକାକରଣ ଆରମ୍ଭ ହୋଇଛି।

Share