Categories: ଜାତୀୟ

ଟିକା ଅପଚୟ ରୋକିବାକୁ ପରାମର୍ଶ

ନୂଆଦିଲ୍ଲୀ,୧।୪(ପି.ଟି.): ଏପ୍ରିଲ ୧ରୁ ଦେଶରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତି କୋଭିଡ୍‌ ଟିକା ନେବେ। ଏଥିପାଇଁ ବୁଧବାର କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଟିକାକରଣ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଅଧିକ ସଂକ୍ରମିତ ହେଉଥିବା ଜିଲାଗୁଡ଼ିକରେ ଯେଉଁଠି ଟିକାକରଣ କମ୍‌ ରହିଛି, ସେଗୁଡ଼ିକୁ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏ) ସିଇଓ ଏବଂ କୋଭିଡ୍‌ ଟିକାକରଣ ଏମ୍ପାଓ୍ବାର୍ଡ ଗ୍ରୁପ୍‌ ଅଧ୍ୟକ୍ଷ ଡ. ଆର୍‌.ଏସ୍‌. ଶର୍ମା ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ସଚିବ, ଏନ୍‌ଏଚ୍‌ଏମ୍‌ ମିଶନ ଡାଇରେକ୍ଟର ଏବଂ ଇମ୍ୟୁନିଶନ ଅଫିସରମାନେ ଯୋଗଦେଇଥିଲେ। ଭିଡିଓ କନ୍‌ଫରେନ୍ସ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଟିକା ଅପଚୟ ରୋକିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Share