ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ

ଯାଜପୁର ଅଫିସ୍‌,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ ଶିଳ୍ପ ସ୍ଥାପନ କରିବାକୁ ଆସିଥିବା ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥାମାନେ ସେହିଭଳି ପ୍ରତିଶ୍ରୁତି ଦେଇ ରାଜ୍ୟର ଖଣିଜ ପଦାର୍ଥ ହାତେଇବା ସହିତ ପାଣି, ପବନ, ଙ୍ଗଲ ଜମିକୁ ମନଇଚ୍ଛା ବ୍ୟବହାର କରିବାର ସୁଯୋଗ ପାଇଲେ। ପ୍ରଦୂଷିତ ପରିବେଶ ସମେତ ଶିଳ୍ପାୟନ ପ୍ରଭାବରେ ସୃଷ୍ଟି ସମସ୍ତ ଅସୁବିଧାକୁ ସ୍ଥାନୀୟ ଲୋକେ ସହିଗଲେ ଏହି ଆଶାରେ ଯେ ସେମାନେ ରୋଜଗାରର ଭରପୂର ସୁଯୋଗ ପାଇବେ। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାପନ ହେବାର ୨ ଦଶନ୍ଧିରୁ ଅଧିକ ସମୟ ଅତିବାହିତ ହୋଇଯିବା ପରେ ଆଜି ଦେଖାଯାଉଛି ଯେ, କେବଳ ସ୍ଥାନୀୟ ଲୋକେ ନୁହଁ ସମଗ୍ର ରାଜ୍ୟବାସୀ ଠକି ହୋଇଛନ୍ତି। ନିଯୁକ୍ତି କ୍ଷେତ୍ରରେ ଏହି ଅଞ୍ଚଳର ଶିଳ୍ପ ସଂସ୍ଥାଗୁଡ଼ିକ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି କି ସେମାନଙ୍କଠାରେ ଆଗାମୀ ଦିନ ପାଇଁ ପ୍ରତିଶ୍ରୁତିବଦ୍ଧତାର କୌଣସି ଲକ୍ଷଣ ଦେଖାଯାଉନାହିଁ। ସେମାନେ କେବଳ ଅଧିକ ଜମି, ଖଣି ଓ ଖଣିଜ ପଦାର୍ଥ ନେଇ ସମ୍ପ୍ରସାରଣ ମାଧ୍ୟମରେ ନିଜର ଲାଭକୁ ବହୁଗୁଣ ବୃଦ୍ଧି କରିବାରେ ପ୍ରତିଶ୍ରୁତିବଦ୍ଧ।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୯୯୫ ପରଠାରୁ ଦ୍ରୁତ ଶିଳ୍ପାୟନର ଧାରା ଅବ୍ୟାହତ ରହିଛି। ୧୦ରୁ ଅଧିକ ଇସ୍ପାତ କାରଖାନା ଗଢ଼ି ଉଠିଥିବାବେଳେ ଟାଟା ଷ୍ଟିଲ୍‌ ଓ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଭଳି ବୃହତ୍‌ ଶିଳ୍ପ ରହିଛି। ୨ଟି ସିମେଣ୍ଟ କାରଖାନା ଉତ୍ପାଦନକ୍ଷମ ହେବା ସାଙ୍ଗକୁ ୩ଟି ନିର୍ମାଣାଧୀନ ରହିଛି। ବିଭିନ୍ନ ଶିଳ୍ପ ପ୍ରତିଷ୍ଠାକୁ ଦୃଷ୍ଟି ରଖି ସରକାରୀ ଓ ବେସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିଛି। ବହୁ ଛାତ୍ରୀଛାତ୍ର ନିଯୁକ୍ତି ଆଶାରେ ଏଥିରେ ନାମ ଲେଖାଉଛନ୍ତି। ଖର୍ଚ୍ଚାନ୍ତ ହୋଇ ପାଠ ପଢ଼ିବା ପରେ ସେମାନଙ୍କୁ କିନ୍ତୁ ଜିଲାର ଶିଳ୍ପ କାରଖାନାରେ ନିଯୁକ୍ତି ମିଳୁନାହିଁ। ଜିଲା କର୍ମ ନିୟୋଜନ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ସମ୍ପାଦନ ହେବାର ଆଇନଗତ ବ୍ୟବସ୍ଥା ରହିଥିଲେ ହେଁ ଏହାକୁ କେହି ଶିଳ୍ପ ସଂସ୍ଥା ମାନୁନାହାନ୍ତି। ଉଦାହରଣ ଭାବେ ଜିଲା କର୍ମ ନିୟୋଜନ ସଂସ୍ଥାରେ ମୋଟ ୨୪,୫୯୬ ଜଣ ଯୁବତୀଯୁବକ ନାମ ପଞ୍ଜୀକୃତ କରିଛନ୍ତି। ହେଲେ ଏହି ସଂସ୍ଥା ଜରିଆରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ୨୦୧୭ ସୁଦ୍ଧା ୧୪୨ ଜଣ ଏବଂ ପରେ ଅଦ୍ୟାବଧି ମାତ୍ର ଜଣଙ୍କୁ ନିଯୁକ୍ତି ମିଳିଛି। ସ୍ଥାନୀୟ ନିଯୁକ୍ତି ଅପେକ୍ଷା ରାଜ୍ୟ ବାହାରର ନିଯୁକ୍ତି ସଂଖ୍ୟା ପଦାରେ ପଡ଼ିଯିବା ଭୟରେ କର୍ମ ନିୟୋଜନ ସଂସ୍ଥାକୁ ବାଦ୍‌ ଦିଆଯାଉଥିବା କୁହାଯାଉଛି। ସେହିପରି କମ୍ପଲସରି ନୋଟିଫିକେସନ ଅଫ୍‌ ଭାକେନ୍ସି ଆକ୍ଟ ୧୯୫୯ ଅନୁଯାୟୀ ଶିଳ୍ପ ପ୍ରତିଷ୍ଠାନଗୁଡିକରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଉନାହିଁ। ଜିଲାର ରଗଡ଼ିସ୍ଥିତ ସରକାରୀ ପଲିଟେକ୍ନିକ ଏବଂ ତରାପୁରସ୍ଥିତ କଳିଙ୍ଗନଗର ପଲିଟେକ୍ନିକରୁ ପ୍ରତିବର୍ଷ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହେଉଥିଲେ ହେଁ ଅଭିଜ୍ଞତା ଆଳରେ ସେମାନଙ୍କୁ ନିଯୁକ୍ତି ମିଳୁନାହିଁ। ଏହାର ପ୍ରତିବାଦରେ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଇତିମଧ୍ୟରେ ଟାଟା ଷ୍ଟିଲ୍‌ ଓ ଜେଏସ୍‌ଏଲ୍‌ ସମ୍ପ୍ରସାରଣ କାର୍ଯ୍ୟ ଚଳାଇଥିଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ ସ୍ଥାନୀୟ ନିଯୁକ୍ତିକୁ ଭୁଲିଯାଇଥିବା ଅଭିଯୋଗ ହୋଇଛି।
ଟାଟା ଷ୍ଟିଲ୍‌ କାରଖାନାର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ବାର୍ଷିକ ୬ ନିୟୁତ ଟନ୍‌ରୁ ୮ ନିୟୁତ ଟନ୍‌କୁ ବୃଦ୍ଧି କରିବା ଏବଂ ବାର୍ଷିକ ୯ ନିୟୁତ ଟନ୍‌ ଫିନିଶଡ୍‌ ଇସ୍ପାତ ଉତ୍ପାଦନ କରିବା ନିମନ୍ତେ ଗତ ଅକ୍ଟୋବରରେ ଜନଶୁଣାଣି ହୋଇଥିଲା। ଏଥିରେ ପ୍ରାୟ ୨,୬୨୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ଏବଂ ଦେଢ଼ଗୁଣ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ ବୋଲି ଜନଶୁଣାଣିରେ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସମ୍ପ୍ରସାରଣ କାର୍ଯ୍ୟ ଜୋରସୋର ଚାଲିଥିବାବେଳେ ନିଯୁକ୍ତି ବୃଦ୍ଧି ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ କିଛି କୁହାଯାଉ ନାହିଁ। ଜିଲା ପ୍ରଶାସନ ପାଖରେ ମଧ୍ୟ ଏନେଇ କୌଣସି ତଥ୍ୟ ନାହିଁ। ସେହିପରି ଜେଏସ୍‌ଏଲ୍‌ର ଅଶୋଧିତ କଳଙ୍କିବିହୀନ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୦.୮ ମିଲିୟନ ଟନ୍‌ରୁ ୨.୨ ମିଲିୟନ ଟନ୍‌ ଓ କୋଲ୍ଡ ରୋଲିଂ ମିଲ୍‌ (ସିଆର୍‌ଏମ୍‌)ର ବାର୍ଷିକ ଉତ୍ପାଦନ କ୍ଷମତା ୦.୮ ମିଲିୟନ ଟନ୍‌ରୁ ୧.୬ ମିଲିୟନ ଟନ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ୧,୬୮୪ କୋଟି ଟଙ୍କା ବିନିଯୋଗ ହେବ। ନିର୍ମାଣ ଅବଧିରେ ସର୍ବାଧିକ ୧୬୦୦ ଶ୍ରମିକ ନିଯୁକ୍ତି ପାଇବେ। କାରଖାନାର ସମ୍ପ୍ରସାରଣ ପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ୭,୮୩୦ ଜଣ ନିଯୁକ୍ତି ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ହେଲେ ଜେଏସ୍‌ଏଲ୍‌ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ହେଁ ନିଯୁକ୍ତି ବୃଦ୍ଧି ସଂକ୍ରାନ୍ତରେ କୌଣସି ତଥ୍ୟ ଜିଲା ପ୍ରଶାସନ ପାଖରେ ନାହିଁ।
ଜିଲା ପ୍ରଶାସନ ପାଖରେ ଶିଳ୍ପ କାରଖାନାଗୁଡ଼ିକର ନିଯୁକ୍ତି ସମ୍ପର୍କରେ ଯେଉଁ ତଥ୍ୟ ରହିଛି ତାହା ୪ ବର୍ଷ ତଳର। ୨୦୧୬ ସେପ୍ଟେମ୍ବର ୧୪ରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଥଇଥାନ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି(ଆର୍‌ପିଡିଏସି) ବୈଠକ ବସିଥିଲା। ସେଥିରେ ଶିଳ୍ପ କାରଖାନାଗୁଡ଼ିକ ଦ୍ୱାରା ଦିଆଯାଇଥିବା ନିଯୁକ୍ତି ସମ୍ପର୍କରେ ତଥ୍ୟ ଉପସ୍ଥାପିତ ହୋଇଥିଲା। ତଦନୁଯାୟୀ ଟାଟା ଷ୍ଟିଲ୍‌ କାରଖାନାରେ ୩୫୮୧ ଜଣ ନିୟମିତ ଏବଂ ୧୪,୨୦୮ଜଣ ଠିକା ନିଯୁକ୍ତି ପାଇଥିବା ତଥ୍ୟରେ ଉଲ୍ଲେଖ ଥିଲା। ଉକ୍ତ ନିୟମିତ ନିଯୁକ୍ତି ମଧ୍ୟରୁ ୧୭୩୮ ଜଣ ସ୍ଥାନୀୟ (ଓଡ଼ିଶାର) ହୋଇଥିବାବେଳେ ୧୮୪୩ ଜଣ ରାଜ୍ୟ ବାହାରର ଥିଲେ। ଠିକା ନିଯୁକ୍ତି ମଧ୍ୟରୁ ୧୦,୫୫୮ଜଣ ସ୍ଥାନୀୟ ଏବଂ ୩୬୫୦ ଜଣ ରାଜ୍ୟ ବାହାର ଥିଲେ। ସେହିପରି ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ୧୭୭୩ ନିୟମିତ କର୍ମଚାରୀ ମଧ୍ୟରୁ ୧୦୦୭ ସ୍ଥାନୀୟ ଓ ୭୬୬ ରାଜ୍ୟ ବାହାରର ଏବଂ ୬୬୪୩ ଠିକା ଶ୍ରମିକ ମଧ୍ୟରୁ ୫୩୮୭ ସ୍ଥାନୀୟ ଓ ୧୨୫୬ ରାଜ୍ୟ ବାହାରର ବୋଲି ଆରପିଡିଏସି ବୈଠକରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଭିସା ଷ୍ଟିଲରେ ୧୧୩୮ଜଣ ନିୟମିତ(୬୩୩ ଜଣ ସ୍ଥାନୀୟ ଓ ୫୦୫ଜଣ ରାଜ୍ୟ ବାହାରର) ଏବଂ ୨୬୫୧ ଜଣ ଠିକା(୨୪୮୪ ଜଣ ସ୍ଥାନୀୟ ଓ ୧୬୭ ଜଣ ରାଜ୍ୟ ବାହାରର), ବିଆର୍‌ପିଏଲ୍‌ରେ ୧୨୫ଜଣ ନିୟମିତ(୯୪ଜଣ ସ୍ଥାନୀୟ ଓ ୩୧ ଜଣ ରାଜ୍ୟ ବାହାରର) ଏବଂ ୩୪୯ ଜଣ ଠିକା (୩୩୮ ଜଣ ସ୍ଥାନୀୟ ଓ ୧୧ଜଣ ରାଜ୍ୟ ବାହାରର) ନିଯୁକ୍ତି ପାଇଥିଲେ।
ଶିଳ୍ପ କାରଖାନାଗୁଡ଼ିକରେ ରାଜ୍ୟ ବାହାରର ଲୋକଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ପ୍ରାୟ ଅଭିଯୋଗ ହୋଇଆସୁଛି। ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ନେତୃତ୍ୱରେ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ସୁକିନ୍ଦା ବନ୍ଦ ଡାକରା ଦିଆଯାଇଥିଲା। ୨୦୧୫ ସେପ୍ଟେମ୍ବର ୧୪ରେ ଆନ୍ଦୋଳନ ହୋଇଥାନ୍ତା। କିନ୍ତୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବର ୧୩ରେ ନୀଳାଚଳ ହାଉସ୍‌ରେ ତତ୍କାଳୀନ ଜିଲାପାଳ ସତ୍ୟକୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସମାଧାନ ବୈଠକ ହୋଇଥିଲା। ତତ୍କାଳୀନ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ହସ୍ତକ୍ଷେପ ଯୋଗୁ ବୈଠକରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଟାଟା କର୍ତ୍ତୃପକ୍ଷ ଦେଇଥିବା ନିଯୁକ୍ତିର ତାଲିକା ପ୍ରସ୍ତୁତ କରି ତାହାର ତଦନ୍ତ କରାଯିବାକୁ ବିଧାୟକ ଘଡାଇ ଦାବି କରିଥିଲେ। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଜିଲାପାଳ, ବିଧାୟକ ଏବଂ ଟାଟା କର୍ତ୍ତୃପକ୍ଷ ସଭ୍ୟ ଭାବେ ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସମାଧାନ ବୈଠକର ୧୫ ଦିନ ମଧ୍ୟରେ ନିଯୁକ୍ତି ସମ୍ପର୍କରେ କମିଟି ତଦାରଖ କରି ରିପୋର୍ଟ ଦେବାକୁ ତତ୍କାଳୀନ ଆରଡିସି ବିକାଶ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ତଦନ୍ତ କମିଟି ନିଷ୍କ୍ରିୟ ହୋଇପଡ଼ିଛି। କୌଣସି କମିଟି ବୈଠକ ହେଉନାହିଁ କିମ୍ବା ନିଯୁକ୍ତି ସଂକ୍ରାନ୍ତରେ ତଦନ୍ତ ହେଉନାହିଁ।
ରାଜ୍ୟର ଉତ୍କଟ ବେକାରି ସମସ୍ୟା ପରିପ୍ରେକ୍ଷୀରେ ଶିଳ୍ପାୟନକୁ ଗ୍ରହଣୀୟ କରାଇବା ପାଇଁ ଜିଲାବାସୀଙ୍କୁ ନିଯୁକ୍ତିର ଲଲିପପ୍‌ ଦେଖାଉଛନ୍ତି। କିନ୍ତୁ ବାସ୍ତବରେ ଶିଳ୍ପରେ ନିଯୁକ୍ତି ଅତି ନଗଣ୍ୟ ବୋଲି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରିଥିବା ଯାଜପୁରରୋଡ୍‌ର ଦେବାଶିଷ ରାଉତ କହିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି, ଟାଟା ଷ୍ଟିଲ୍‌ ଓ ଜିନ୍ଦଲ ଷ୍ଟେନଲେସ୍‌ ଷ୍ଟିଲ୍‌ର ସଂପ୍ରସାରଣ ସମୟରେ ନିଯୁକ୍ତି ତଥ୍ୟ ମଗାଯାଇଛି। ଏ ପର୍ଯ୍ୟନ୍ତ ହସ୍ତଗତ ହୋଇ ପାରିନାହିଁ। ଜିଲା ପ୍ରଶାସନ ସର୍ବଦା ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇ ଶିଳ୍ପ କାରଖାନାଗୁଡ଼ିକୁ ପରାମର୍ଶ ଦେଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri