ଅନ୍‌ଲାଇନ ଟିସିକୁ ନେଇ ଅଡୁଆରେ ପ୍ରଧାନଶିକ୍ଷକ

ଶେରଗଡ,୨୬ା୧୧(ଡି.ଏନ୍‌.ଏ.)- ଶେରଗଡ ବ୍ଲକର ସମସ୍ତ ବିଦ୍ୟାଳୟରେ ଅନଲାଇନ ଟିସି (ଟ୍ରାନ୍ସଫର ସାର୍ଟିଫିକେଟ୍‌) ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଛାଡି ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବେ ସେମାନଙ୍କୁ ହାତଲେଖା ଟିସି ସହ ଅନ୍‌ଲାଇନ୍‌ରେ ଜେନେରେଟ୍‌ ହେଉଥିବା ଟିସି ନମ୍ବର ଦେବାର ବ୍ୟବସ୍ଥା ରହିଛି। ଏହାକୁ ସେମାନେ ଜଏନ୍‌ କରୁଥିବା ଶିକ୍ଷାନୁଷ୍ଠାନରେ ଦାଖଲ କରିବେ। ମାତ୍ର ଅନ୍‌ଲାଇନ୍‌ ଟିସି କାଢିବାରେ ପ୍ରଧାନ ଶିକ୍ଷକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସାଇବର୍‌ କାଫ୍‌କୁ ଯିବାକୁ ପଡୁଛି। ବାରମ୍ବାରା ଯିବା ଦ୍ୱାରା ବହୁ ଅର୍ଥ ମଧ୍ୟ ବ୍ୟୟ ହେଉଛି। ଏ ଦିଗରେ ଶିକ୍ଷା ବିଭାଗ ଦୃଷ୍ଟି ଦେଇ ଅନ୍‌ଲାଇନ ଟିସି ନମାଗି ଯାହା ବିଦ୍ୟାଳୟ ପକ୍ଷରୁ ଦିଆଯାଇଛି (ଲିଖିତ ଟିସି) ସେଥିରେ ନାମ ନମୋଦ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।